Advertisment

‘At Risk’ ଦେଶରୁ ଓଡ଼ିଶା ଆସିଥିବା ୪ ପଜିଟିଭ୍‌

‘At Risk’(ଓମିକ୍ରନ୍‌ ସଂକ୍ରମଣ ବ୍ୟାପିଥିବା ଦେଶ) ଦେଶରୁ ଓଡ଼ିଶା ଆସିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ସନ୍ଧ୍ୟା ସୁଦ୍ଧା ‘At Risk’ ଦେଶରୁ ୯୮୨ ଜଣ ଓଡ଼ିଶା ଆସିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Four Returnees From At Risk Countries Found Positive In Odisha

Four Returnees From At Risk Countries Found Positive In Odisha

ଭୁବନେଶ୍ୱର: ‘At Risk’(ଓମିକ୍ରନ୍‌ ସଂକ୍ରମଣ ବ୍ୟାପିଥିବା ଦେଶ) ଦେଶରୁ ଓଡ଼ିଶା ଆସିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ୍‌ ଚିହ୍ନଟ ପରେ ସେମାନେ କରୋନାର କେଉଁ ଭାରିଏଣ୍ଟ୍‌ରେ ଆକ୍ରାନ୍ତ, ତାହା ଜାଣିବା ଲାଗି ସେମାନଙ୍କ ସାମ୍ପଲ ଜିନୋମ୍‌ ସିକ୍ୟୁଏନ୍ସିଂ ପାଇଁ ପଠାଯାଇଛି। 

Advertisment

ଗତକାଲି ସନ୍ଧ୍ୟା ସୁଦ୍ଧା ‘At Risk’ ଦେଶରୁ ୯୮୨ ଜଣ ଓଡ଼ିଶା ଆସିଛନ୍ତି। ଏନେଇ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

ସୂଚନାଥାଉ କି, ‘ରିସ୍କ’(ଓମିକ୍ରନ୍‌ ସଂକ୍ରମଣ ବ୍ୟାପିଥିବା ଦେଶ) ଦେଶରୁ ଓଡ଼ିଶା ଆସିଥିବା ୨୪୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ନିକଟରେ ଖବର ପ୍ରକାଶିତ ହୋଇଥିଲା। ନଭେମ୍ବର ୨୪ ପରେ ଓଡ଼ିଶା ଆସିଥିବା ଲୋକଙ୍କ ମଧ୍ୟରୁ ୨୪୬ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଥିଲା। ଏମାନେ ଓମିକ୍ରନ୍‌ରେ ଆକ୍ରାନ୍ତ କି ନୁହେଁ, ତାହା ଜିନୋମ୍‌ ସିକ୍ୟୁଏନ୍ସିଂ ରିପୋର୍ଟ ଆସିବା ପରେ ଜଣାପଡ଼ିବ। ଶୁକ୍ରବାର ଦିନ ଜିନୋମ୍‌ ସିକ୍ୟୁଏନ୍ସିଂ ରିପୋର୍ଟ ଆସିବ ବୋଲି ILS ନିର୍ଦ୍ଦେଶକ କହିଥିଲେ।

Advertisment

ରାଜ୍ୟରେ କୋଭିଡ ପାଇଁ  ଯେମିତି ସତର୍କତା ଅବଲମ୍ବନ କରାଯାଉଛି, ସେମିତି ଓମିକ୍ରନ ଭାରିଏଣ୍ଟ୍‌ ପାଇଁ ସତର୍କ ରହିବା ଆବଶ୍ୟକ। ଟେକ୍ନିକାଲ୍‌ ଏବଂ କମ୍ୟୁନିଟି କ୍ଷେତ୍ରରେ ସତର୍କ ରହିବାକୁ ପଡ଼ିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡଃ ବିଜୟ ମହାପାତ୍ର କହିଛନ୍ତି। WHO କହିବା ଅନୁସାରେ, ଯେଉଁମାନେ ଭ୍ୟାକ୍ସିନ ନେଇ ନାହାନ୍ତି, ବହୁବିଧରୋଗରେ ଆକ୍ରାନ୍ତ ଲୋକ, ସେମାନଙ୍କ ପାଇଁ ଅଧିକ ରିସ୍କ ରହିଛି।  ଏହାସହ ଶିଶୁ ମାନେ ମଧ୍ୟ ରିସ୍କ ଜୋନରେ ଅଛନ୍ତି,  ସେଥିପାଇଁ ସିଏଚସି ଏବଂ ପିଏଚସିରେ ପେଡିଆଟ୍ରିକ ମ୍ୟାନେଜମେଣ୍ଟ କରିବାକୁ ବ୍ୟବସ୍ଥା କରାଯାଇଛି। ଏଚ୍‌ଡିୟୁ ଏବଂ ଆଇସିୟୁ ବ୍ୟବସ୍ଥା କରାଯାଉଛି। ଶିଶୁମାନଙ୍କ ଚିକିତ୍ସା ପାଇଁ ଭିନ୍ନ ଗାଇଡ଼ଲାଇନ ରହିଛି। ତେଣୁ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ତାଲିମ ଦିଆଯାଉଛି।

WHO ଏବଂ ଅନ୍ୟ ଗବେଷକ ମାନଙ୍କ ତଥ୍ୟ ଅନୁସାରେ, ଓମିକ୍ରନ ଭାରିଏଣ୍ଟର ସଂକ୍ରାମକ କ୍ଷମତା ଅନ୍ୟ ଭାରିଆଣ୍ଟ ଠାରୁ ଅଧିକ। ଓମିକ୍ରନ ସଂକ୍ରମଣରେ ଲକ୍ଷଣ କମ, କେହି ଗୁରୁତର ହେଉନାହାନ୍ତି କି ମୃତ୍ୟୁ ହୋଇ ନାହିଁ। ପଜିଟିଭ୍ ହୋଇଥିବା ୪ଜଣ ବିଦେଶ ଫେରନ୍ତା ଲକ୍ଷଣ ବିହୀନ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।   

COVID19 Omicron Omicron Variant
Advertisment
Advertisment