• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଏବେ ଆସନ୍ତୁ ଦେଖିବା ଆଜି ଆପଣଙ୍କ ଭାଗ୍ୟ କଣ ରହିଛି । ତେବେ ମେଷ ରାଶିଠାରୁ ମୀନ ରାଶି ପର୍ଯ୍ୟନ୍ତ ଜନ୍ମିତ ବ୍ୟକ୍ତିମାନଙ୍କ ରାଶିଫଳ ସମ୍ପର୍କରେ...

ମେଷ:- ଆଜି ମାନସିକ ଅଶାନ୍ତି ଓ ପାରିବାରିକ ସମସ୍ୟା ଆପଣଙ୍କୁ ବିଚଳିତ କରାଇବ । ଯେଉଁ କାମରେ ହାତ ଦେଲେ ମଧ୍ୟ ସଫଳତା ବିଳମ୍ବରେ ମିଳିବ । କୌଣସି ପୂର୍ବ ସମସ୍ୟାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ କଳି ଲାଗିପାରେ ।

ପ୍ରତିକାର-: ମଙ୍ଗଳ ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ ୨୭ ଥର ଜପ କରନ୍ତୁ ।

ବୃଷ:- ଆଜି ଆପଣ ନିକଟ ସମ୍ପର୍କୀୟ ମାନଙ୍କ ସାହାଯ୍ୟ ଓ ସହଯୋଗ ପାଇ କାମ ଗୁଡିକ ସହଜରେ ସମ୍ପନ୍ନ କରିପାରିବେ । କଳା, ସାହିତ୍ୟ, ସଙ୍ଗୀତ, କ୍ଷେତ୍ରରେ ସଫଳତା ପାଇବେ । ମାଲିମକଦ୍ଦମାର ନ୍ୟାୟ ଆପଣଙ୍କ ସପକ୍ଷରେ ରହିବ ।

ପ୍ରତିକାର-: ଶୁକ୍ର ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ ।

ମିଥୁନ:- ଆଜି ଅନ୍ୟର ସାହାଯ୍ୟ ଆଜି ଆପଣଙ୍କୁ କର୍ମମୁଖର କରାଇବା ସହ ଆର୍ଥିକ ଉନ୍ନତି ଦିଗରେ ସହାୟକ ହେବ । ବକେୟା ଅର୍ଥ ଲାଭ କରିବେ । ଶିଳ୍ପ, ଶିକ୍ଷା ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ଉନ୍ନତି କରିବେ । ଆଲୋଚନା କ୍ଷେତ୍ରରେ କିମ୍ବା ରାଜନୈତିକ କ୍ଷେତ୍ରରେ ସମ୍ମାନିତ ହେବେ ।

ପ୍ରତିକାର-: ବୁଧ ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ ।

କର୍କଟ:- ଆଜି ମନ ଚାହୁଁଥିବା ପ୍ରକାରେ କାମ କରିବା କଷ୍ଟକର ହୋଇପାରେ । ବକେୟା ଟଙ୍କା ପାଇବା ସକାଶେ ଯୁକ୍ତିତର୍କ ହୋଇପାରେ । ଶିଳ୍ପ, ବାଣିଜ୍ୟ, ପରିବହନ କ୍ଷେତ୍ରରେ ଲାଭବାନ ହେବେ । ଶାରୀରିକ ଓ ମାନସିକ ଶାନ୍ତି ମିଳିବ ।

ପ୍ରତିକାର-: ଚନ୍ଦ୍ର ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ ।

ସିଂହ:- ଆଜି ନିଜର କାର୍ଯ୍ୟଦକ୍ଷତା ଓ ଦୃଢ ମନୋବଳ ପ୍ରତ୍ୟେକ କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ । ଗବେଷଣା,ଅଧ୍ୟୟନ ଓ ଅଧ୍ୟାପନା, ପ୍ରତିଯୋଗୀତା କ୍ଷେତ୍ରରେ ଉନ୍ନତି କରିବେ । ପରିବହନ, ର୍ନିମାଣ, ବାଣିଜ୍ୟ ବ୍ୟବସାୟ ସକାଶେ କୈାଣସି ପ୍ରତିବନ୍ଧକ ରହିବ ନାହିଁ ।

ପ୍ରତିକାର-: ରବି ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ ।

କନ୍ୟା:- ଆଜି ବନ୍ଧୁମାନଙ୍କ ସାହାଯ୍ୟ,ସହଯୋଗ ମାଧ୍ୟମରେ କାର୍ଯ୍ୟହାସଲ କରିବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ବିରୋଧୀ ମାନେ ପରାଜୟ ହେବେ । ଶାରୀରିକ ଓ ମାନସିକ ଶାନ୍ତି ମିଳିବ । ମହିଳାମାନେ ପ୍ରଶଂସନୀୟ ହେବେ ।

ପ୍ରତିକାର-: କେତୁ ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ ।

ତୁଳା:- ଆଜି ନିଜ ଲୋକମାନେ ଶତ୍ରୁତା କଲେ ମଧ୍ୟ କୈାଣସି କାମ ଅଟକି ରହିବ ନାହିଁ । କର୍ମକ୍ଷେତ୍ରରେ ସମସ୍ୟାର ସମାଧାନ ହେବ । ଅସମ୍ପୂର୍ଣ୍ଣ କାମକୁ ଆଜି ବୁଦ୍ଧି ବଳରେ ସମ୍ପୁର୍ଣ୍ଣ କରିବେ ।

ପ୍ରତିକାର-: ଶୁକ୍ର ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ ।

ବିଛା:- ଆଜି ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତିତ ରହିବେ । ବ୍ୟବସାୟ, ବାଣିଜ୍ୟ, ର୍ନିମାଣ ଓ ପରିବହନ କ୍ଷେତ୍ରରେ ବାଦବିବାଦ ଦେଖା ଦେବ । ଦୀର୍ଘ ଦିନରୁ ରହି ଆସିଥିବା ଋଣ ପରିଶୋଧ କରିବା ସକାଶେ ଚିନ୍ତିତ ରହି ପାରନ୍ତି ।

ପ୍ରତିକାର-: ମଙ୍ଗଳ ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ ୨୭ ଥର ଜପ କରନ୍ତୁ ।

ଧନୁ:- ଆଜି ପାରିବାରିକ କ୍ଷେତ୍ରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ । ଆଶା କରୁଥିବା ଦିଗରୁ ଅପରାହ୍ନରେ କୋଣସି ଶୁଭ ଖବର ଶୁଣିପାରନ୍ତି । କୋଟ କଚେରୀ ମାମଲାରେ ବିଜୟ ଲାଭ କରିବେ ।

ପ୍ରତିକାର-: ବୃହସ୍ପତି ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ ୧୧ ଥର ଜପ କରନ୍ତୁ ।

ମକର:- ଆଜି ପ୍ରତିକୂଳ ପରିସ୍ଥିତିକୁ ଦୂରେଇବାରେ ସମର୍ଥ ହେବେ । ଜମିଜମା, ବିବାଦୀୟ କ୍ଷେତ୍ରରେ ସଫଳତା ପାଇବେ । ନିର୍ମାମାଣାଧୀନ କାମକୁ ଆଗେଇ ନେବେ ।

ପ୍ରତିକାର-: ରାହୁ ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ ।

କୁମ୍ଭ:- ଆଜି ଆପଣାକୁ ପ୍ରତ୍ୟେକ ଦିଗରୁ ସଫଳତା ମିଳିବ । ବ୍ୟବସାୟ ତଥା ପରିବହନ ସକାଶେ ଦିନଟି ଶୁଭ ପ୍ରଦ ହେବ । ଆର୍ଥିକ ସ୍ଥିତି ପୂର୍ବ ପରି ସୁଦୃଡ ରହିବ ।

ପ୍ରତିକାର-: ଶନି ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ ।

ମୀନ:- ଆଜି ଦୀର୍ଘ ଦିନରୁ ଚିନ୍ତା କରିଥିବା ନୂତନ ଯୋଜନା କାର୍ଯ୍ୟକାରୀ କରିବେ । ଦାମ୍ପତ୍ୟ ଜୀବନରେ ମନାନ୍ତର ହୋଇ ପାରେ । ଯେତେ ଭଲ କାମ କଲେ ମଧ୍ୟ ପରିବାରରେ ଅନ୍ୟମାନେ ଦୋଷ ଖୋଜିବେ । ପିଲା ମାନଙ୍କୁ କେନ୍ଦ୍ରକରି ହଠାତ୍ କୋଣସି ଘଟଣା ମନକୁ ବିବ୍ରତ କରିପାରେ ।

ପ୍ରତିକାର-: ବୃହସ୍ପତି ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ ୧୧ ଥର ଜପ କରନ୍ତୁ ।