Advertisment

Electrocution: ବଡ଼ ଅଘଟଣ: ଟ୍ରେନରେ ଜଳିଗଲେ ନାବାଳକ

ଅଠରବାଙ୍କି ରେଲୱେ ଓଭରବ୍ରିଜ ନିକଟରେ  କୋଇଲା ବୋଝେଇ ଟ୍ରେନଟି ଠିଆ ହୋଇଥିଲା। ଏହି ସମୟରେ ସଂପୃକ୍ତ ନାବାଳକ ଜଣଙ୍କ କୋଇଲା ବୋଝେଇ ଟ୍ରେନ ଉପରେ ଚଢ଼ିଯାଇଥିଲେ। ତେଣ୍ଟାରେ ଖେଞ୍ଚି କୋଇଲା କାଢୁଥିବା ବେଳେ ଏହି ସମୟରେ ସେ ହଠାତ୍ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Fire

Fire

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି କୋଇଲା ବୋଝେଇ ଟ୍ରେନରେ ଜଳିଗଲେ ନାବାଳକ। ପାରାଦୀପ ଅଠରବାଙ୍କି ରେଲୱେ ଓଭରବ୍ରିଜ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତ ନାବାଳକଙ୍କର ପରିଚୟ ମିଳି ନାହିଁ। ଗୁରୁତର ନାବାଳକ ପାରାଦୀପ ସବଷ୍ଟେସନ ବସ୍ତିର ବୋଲି ଜଣାପଡ଼ିଛି।

Advertisment

ଅଠରବାଙ୍କି ରେଲୱେ ଓଭରବ୍ରିଜ ନିକଟରେ କୋଇଲା ବୋଝେଇ ଟ୍ରେନଟି ଠିଆ ହୋଇଥିଲା। ଏହି ସମୟରେ ସଂପୃକ୍ତ ନାବାଳକ ଜଣଙ୍କ କୋଇଲା ବୋଝେଇ ଟ୍ରେନ ଉପରେ ଚଢ଼ିଯାଇଥିଲେ। ତେଣ୍ଟାରେ ଖେଞ୍ଚି କୋଇଲା କାଢୁଥିବା ବେଳେ ଏହି ସମୟରେ ସେ ହଠାତ୍ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ।

ଅଧିକ ପ‍ଢ଼ନ୍ତୁ: ଏମିତି ଆସେ ମୃତ୍ୟୁ; ଟ୍ରେନରେ ଯୁବକ ଜୀବନ୍ତ ଦଗ୍ଧ

ଟ୍ରେନ ଉପରେ ଜଳି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅଠରବାଙ୍କି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନାବାଳକଙ୍କ ଶରୀରର ୮୦ ପ୍ରତିଶତ ଭାଗ ପୋଡ଼ି ଯାଇଛି । ନାବାଳକଙ୍କୁ କିଏ କହିଥିଲା ଟ୍ରେନ ଉପରେ ଚଢ଼ି କାଢ଼ିବା ପାଇଁ, ପୁଲିସ ତାର ତଦନ୍ତ କରୁଛି। ଅନ୍ୟ ପକ୍ଷରେ ନାବାଳକଙ୍କ ଅବସ୍ଥା ଗୁରୁତର ରହିଛି।

Advertisment

ଅଧିକ ପ‍ଢ଼ନ୍ତୁ: ଫାଟିଲା ଗ୍ୟାସ ଟାଙ୍କି; ଜଳିଗଲେ ପୂରା ପରିବାର।

Fire Breaks Out Fire Mishap Paradip
Advertisment
Advertisment