Advertisment

ଜବରଦଖଲ ବେଳେ ଉତ୍ତ୍ୟକ୍ତ ଲୋକଙ୍କ ଢେଲାପଥର ମାଡ଼, ପୋଲିସର ଲାଠି ଚାର୍ଜ

ଉତ୍ତ୍ୟକ୍ତ ଲୋକେ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡକୁ ଆକ୍ରମଣ କରିଥିଲେ। ଏପରିକି ଉଚ୍ଛେଦ କରୁଥିବା ଜେସିବିକୁ ଭଙ୍ଗାରୁଜା କରିଥିଲେ।

author-image
Chandan Shishu
police conduct flag march

police conduct flag march

ବ୍ରହ୍ମପୁର: ଲାଞ୍ଜିପଲ୍ଲୀ ଢିପସାହିରେ ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା। ଢେଲାପଥର ମାଡ଼ରେ ମହାନଗର ନିଗମର କିଛି କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି। ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ୍‌ର ଲାଠି ମାଡ଼ରେ ବିରୋଧ କରୁଥିବା କିଛି ଲୋକ ମଧ୍ୟ ଆହତ ହୋଇଛନ୍ତି। ଜବର ଦଖଲ ଉଚ୍ଛେଦ ବେଳେ ନିୟୋଜିତ ଜେସିବିକୁ ଉତ୍ତ୍ୟକ୍ତ ଲୋକେ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। ସେପଟେ ପୋଲିସ୍ ପକ୍ଷରୁ ସେଠାରେ ଫ୍ଲାଗମାର୍ଚ୍ଚ କରାଯିବା ସହିତ ଘଟଣା ସ୍ଥଳରେ ୧ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।

Advertisment

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଆଜି ଉଚ୍ଛେଦ ହେବା ନେଇ ପୂର୍ବରୁ କୌଣସି ସୂଚନା ଦିଆଯାଇନଥିଲା। ହଠାତ୍‌ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ ପହଞ୍ଚି ଜେସିବି ମାଧ୍ୟମରେ ଘର ଭାଙ୍ଗିବା ଆରମ୍ଭ କରିଥିଲା। ଠିକ୍‌ ସେହି ସମୟରେ ଭଙ୍ଗା ଯାଉଥିବା ଘର ଭିତରେ ଜଣେ ମହିଳା ଫସି ଯାଇଥିଲେ। କାନ୍ଥ ପଡ଼ି ମହିଳା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।

ଏହି ଖବର ପ୍ରକାଶ ପାଇବା ପରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଉତ୍ତ୍ୟକ୍ତ ଲୋକେ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡକୁ ଆକ୍ରମଣ କରିଥିଲେ। ଏପରିକି ଉଚ୍ଛେଦ କରୁଥିବା ଜେସିବିକୁ ଭଙ୍ଗାରୁଜା କରିଥିଲେ। ଢେଲାପଥର ମାଡ଼ରେ ମହାନଗର ନିଗମର କେତେକ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି। ଏହା ଦେଖି ପୁଲିସ ଆଖିବୁଜା ଲାଠି ମାଡ଼ କରିଥିଲା। ଫଳରେ ବହୁ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଏବେ ମଧ୍ୟ ଉତ୍ତେଜନା ଲାଗି ରହିଛି। ସୁରକ୍ଷା ଦୃଷ୍ଟିରୁ ଘଟଣା ସ୍ଥଳରେ ୧ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଏବେ ସାହିରେ ପୁଲିସ ଫ୍ଲାଗମାର୍ଚ୍ଚ କରୁଛି।

Advertisment
Odisha Police Berhampur Police Lathicharge
Advertisment
Advertisment