Advertisment

କଷ୍ଟ କରି ବିଲରୁ ଧାନ ଆଣିଥିଲେ ଚାଷୀ, ହାତୀ ଖାଇଗଲା

କେନ୍ଦୁଝର ବନଖଣ୍ଡରେ ଶତାଧିକ ହାତୀ ବ୍ୟାପକ ଫସଲ ନଷ୍ଟ କରୁଥିବା ବନ ବିଭାଗ ସ୍ଵୀକାର କରିଛି । ଶେଷ ଦୁଇ ମାସ ମଧ୍ୟରେ ହାତୀ ୧୧ଟି ଘର ଭାଙ୍ଗିଥିବା ବେଳେ ପାଖାପାଖି ୨୭୫ ଏକର ଧାନ ଫସଲ ନଷ୍ଟ କରିଛନ୍ତି ।

author-image
Chandan Shishu
Farmer

Farmer

କେନ୍ଦୁଝର(ପ୍ରଣୟ କୁମାର ପାଣି): ବିପତ୍ତି ଦାଉ ସାଧିବାର ଥିଲେ ଯେତେ ବ୍ୟବସ୍ଥା କଲେ ମଧ୍ୟ କେଉଁ ଆଡୁ କେଉଁ ବିପତ୍ତି ମାଡ଼ି ଆସେ ତାହା କାହାକୁ ଜଣା ନ ଥାଏ। ଏହିପରି ଏକ ଘଟଣା ଘଟିଛି କେନ୍ଦୁଝର ସଦର ବ୍ଳକ ଡିମିରି ମୁଣ୍ଡା ଗାଁରେ। ଜୱାଦ ଭୟରେ ବିଲରେ ଫଳିଥିବା ଧାନକୁ ପାଣିରୁ ବଞ୍ଚାଇବା ପାଇଁ ରାତି ଦିନ ଏକ କରି ବିଲ ପାଖ ପଡିଆରେ ଗଦା କରି ଥିଲା ଚାଷୀ। ହେଲେ ସେ ଜାଣି ନ ଥିଲା ବାତ୍ୟା ଦାଉରୁ ଯେଉଁ ଧାନକୁ ରକ୍ଷା କରିଛି ସେ ଆଉ କାହାର ଆହାର ହେବାକୁ ଯାଉଛି। ରାତି ଅଧରେ ଆସିଲେ ହାତୀ ପଲ ଖାଇଗଲେ ସମସ୍ତ ଧାନ। ଯାହାକୁ ନେଇ ଚିନ୍ତାରେ ଚାଷୀ।

Advertisment

ଜଣେ ଚାଷୀ ଦୁର୍ଗାମୁଣ୍ଡା। ପରିଣତ ବୟସରେ ସ୍ଵାମୀ ଆର ପାରିକୁ ଚlଲିଗଲେ। ସେହି ଦିନ ଠାରୁ ତାଙ୍କର ପାଖାପାଖି ୪ ଏକର ଜମିରେ ଭାଗ ଚାଷ କରନ୍ତି ଗୀତାଞ୍ଜଳି ବେହେରା ଓ ବିପିନ ବିହାରୀ ପାତ୍ର। ଦୁଇ ଜଣଙ୍କ ପରିବାର ଏହି ଚାଷ ଜମିରେ ବହୁ ବର୍ଷରୁ ଚାଷ କରି ନିଜର ପରିବାର ପୋଷଣ କରିବା ସହ ଜମି ମାଲିକ ଦୁର୍ଗା ମୁଣ୍ଡାର ମଧ୍ୟ ଭରଣ ପୋଷଣ କରିଥାନ୍ତି। ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ଦୁଇ ପରିବାର ଧାର କରଜ କରି ସୁନାର ଫସଲ ଉପୁଜାଇଥିଲେ।ହେଲେ ଅମଳ ପୂର୍ବରୁ ଡରାଇଲା ବାତ୍ୟା ଜୱାଦ । ଆଉ ବାଧ୍ୟ ହେଲେ ଫସଲ କାଟି ଗଦା ମାରିବାକୁ।

ଭାବିଥିଲେ ବର୍ଷାରୁ ରକ୍ଷା ମିଳିଲେ ଧାନ ବିକି ଧାର କରଜ ସୁଝି ବର୍ଷ କର ଆହାର ସଞ୍ଚୟ କରିବେ। ହେଲେ ନିୟତି କିଛି ଅଲଗା ଥିଲା । ସ୍ୱପ୍ନ ସ୍ୱପ୍ନ ରେ ରହିଗଲା। ବର୍ଷାରୁ ରକ୍ଷା ପାଇଁ ପାଲ ତଳେ ରଖା ଯାଇଥିବା ପାଖାପାଖି ୮୦୦ ଧାନ କଳେଇ ଖାଇଗଲେ ହାତୀ ପଲ। ବର୍ଷା ଦୁଇ ଦିନ ଠିକ ଥିଲା। ହେଲେ ବର୍ଷା ଛାଡ଼ିବା ଦିନ ରାତିରେ ୨୫ ରୁ ୩୦ ହାତୀ ଏକା ସାଙ୍ଗରେ ଆସି ଚଳୁ କରିଦେଲେ ସବୁ ଧାନ। ଯାହାକୁ ନେଇ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ। କିପରି ଘର ଚଳିବ ଓ ଧାର କରଜ ଶୁଝାଯିବ।

Advertisment

କେନ୍ଦୁଝର ବନଖଣ୍ଡରେ ଶତାଧିକ ହାତୀ ବ୍ୟାପକ ଫସଲ ନଷ୍ଟ କରୁଥିବା ବନ ବିଭାଗ ସ୍ଵୀକାର କରିଛି । ଶେଷ ଦୁଇ ମାସ ମଧ୍ୟରେ ହାତୀ ୧୧ଟି ଘର ଭାଙ୍ଗିଥିବା ବେଳେ ପାଖାପାଖି ୨୭୫ ଏକର ଧାନ ଫସଲ ନଷ୍ଟ କରିଛନ୍ତି । ହାତୀଠାରୁ ଧନ ଜୀବନ ରକ୍ଷା କରିବା ପାଇଁ ୧୩ ଟି ସ୍କ୍ୱାଡ୍‌ରେ ୨୪୨ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି । ଏଥି ନିମନ୍ତେ ୧୩ ଟି ଗାଡ଼ି , ୧୪ଟି ଗଜ ବାଇକ ସହ ସବୁ ଗାଡିରେ ଡାକ ବାଜିଯନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିସହ କିପରି କ୍ଷୟକ୍ଷତି ଖୁବ ଶୀଘ୍ର ଆକଳନ କରି ସରକାରୀ ନୀତିନିୟମ ଅନୁଯାଇ କ୍ଷତିପୁରଣ ଦିଆଯିବ ତାର ବ୍ୟବସ୍ଥା କରାଯାଇଛି। 

Keonjhar Farmer
Advertisment
Advertisment