Advertisment

ଓଡ଼ିଶାକୁ ଛୁଇଁଛି କି ଓମିକ୍ରନ୍? ଶୁକ୍ରବାରକୁ ଅପେକ୍ଷା !

ଗୋଟିଏ ପଟେ ଓମିକ୍ରନକୁ ନେଇ ଡର ବଢୁଥିବା ବେଳେ ଶିକ୍ଷାନୁଷ୍ଠାନରେ ସଂକ୍ରମଣ ଉପର ମୁହାଁ ହେବା ଆଶଙ୍କାକୁ ଦ୍ୱିଗୁଣିତ କରିଛି।

author-image
Chandan Shishu
ଅଦ୍ୟତନ ହୋଇଛି
Omicron Tension

Omicron Tension

ଭୁବନେଶ୍ୱର: ଦେଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଆଶଙ୍କା ଭିତରେ ଓଡ଼ିଶା। କାରଣ ଶୁକ୍ରବାର ଆସିବ ଜିନମ୍ ସିକ୍ୱେନ୍ସିଂ ପାଇଁ ଯାଇଥିବା ୨୪୬ ନମୁନାର ରିପୋର୍ଟ। ଏହାପରେ ଜଣାପଡ଼ିବ, ରାଜ୍ୟରେ କରୋନାର ନୂଆ ଭୂତାଣୁ ଓଡ଼ିଶାରେ ପଶିଛି ନା ନାହିଁ। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ଓମିକ୍ରନ ରିସ୍କ ଦେଶରୁ ଓଡ଼ିଶାକୁ ଆସିଛନ୍ତି ହଜାରେରୁ ଅଧିକ ଲୋକ। ତେବେ ଚିନ୍ତାର ବିଷୟ ହେଉଛି ଭୁଲ୍ ଫୋନ୍ ନମ୍ବର ଓ ଠିକଣା କାରଣରୁ ଏମାନଙ୍କର ପାଖାପାଖି ଅଧେ ଲୋକଙ୍କୁ ଚିହ୍ନଟ କରାଯାଇପାରୁନି।

Advertisment

ତେଣୁ ସଚେତନତା ସୃଷ୍ଟି ଲାଗି ଗଣମାଧ୍ୟମରେ ବିଜ୍ଞାପନ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ଓମିକ୍ରନକୁ ନ ଡରି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ତେଣେ ସବୁ ବିଦେଶ ଫେରନ୍ତାଙ୍କୁ ଠାବ କରିବା ଲାଗି ଜିଲ୍ଲାଓ୍ୱାରି ମାଇକ୍ରୋ ଲେଭଲରେ ପ୍ରଚେଷ୍ଟା ଚାଲିଥିବା ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି।

ଗୋଟିଏ ପଟେ ଓମିକ୍ରନକୁ ନେଇ ଡର ବଢୁଥିବା ବେଳେ ଶିକ୍ଷାନୁଷ୍ଠାନରେ ସଂକ୍ରମଣ ଉପର ମୁହାଁ ହେବା ଆଶଙ୍କାକୁ ଦ୍ୱିଗୁଣିତ କରିଛି। ସୁନ୍ଦରଗଡ଼ ଓ ସମ୍ବଲପୁର ପରେ ଆଜି ଯାଜପୁର ଓ ଅନୁଗୁଳର ଦୁଇଟି ଆବାସିକ ସ୍କୁଲର ୧୯ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ଆଇସୋଲେସନ୍‌ରେ ରଖି ଚିକିତ୍ସା କରାଯାଉଛି ଉଭୟ ଜିଲ୍ଲାର ଅନ୍ୟ ସ୍କୁଲଗୁଡ଼ିକରେ ନିୟମିତ ବ୍ୟବଧାନରେ ଛାତ୍ରଛାତ୍ରୀଙ୍କ କୋଭିଡ୍ ପରୀକ୍ଷା ପାଇଁ ପଦକ୍ଷେପ ନିଆଯାଇଥିବା କହିଛନ୍ତି ଉଭୟ ଜିଲ୍ଲାର ଜିଲ୍ଲାପାଳ।

Advertisment

ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୩କୁ ବଢିଥିବା ବେଳେ କେହି ଗୁରୁତର ହୋଇନାହାନ୍ତି। ତେବେ ଓମିକ୍ରନ ଭ୍ୟାରିଆଣ୍ଟ ଉପରେ ଟିକା କାମ କରୁଥିବା ବିଶେଷଜ୍ଞ ମତ ଦେଇଛନ୍ତି ଯାହାକି ସାମାନ୍ୟ ଆଶ୍ୱସ୍ତି ଆଣିଛି।

ରିପୋର୍ଟ: ସଂଜୀବ ନାୟକ, ବିରଜା ଦାସ, କପିଳେନ୍ଦ୍ର ପ୍ରଧାନ

COVID19 Omicron Omicron Variant Omicron Symptoms
Advertisment
Advertisment