ଜଓ୍ୱାଦ ଯିବାର ସପ୍ତାହେ ପରେ ବି ତାଜା ଉଜୁଡ଼ା କ୍ଷେତର ଚିତ୍ର।ଉପକୂଳର ଓଡ଼ିଶାର ୬ ଜିଲ୍ଲାରେ କ୍ଷୟକ୍ଷତି ଆକଳନ। ଆଶ୍ୱାସନା ଦେଲେ କେନ୍ଦ୍ରୀୟ ଟିମ୍
ବାତ୍ୟା ଜଓ୍ୱାଦ ଜନିତ କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ଗତ ୧୧ ତାରିଖରୁ ଓଡ଼ିଶା ଆସିଥିଲେ ଆନ୍ତଃମନ୍ତ୍ରାଳୟ ସ୍ତରୀୟ ୬ ଜଣିଆ କେନ୍ଦ୍ରୀୟ ପ୍ରତିନିଧ ଦଳ। ଏହି ଦଳ ୩ଟି ଟିମରେ ଭାଗ ହୋଇ ୨ ଦିନ ଧରି ୬ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ବୁଲିଥିଲେ।
ବର୍ଷା ଛାଡ଼ିବାର ସପ୍ତାହେ ପରେ ଗ୍ରାଉଣ୍ଡ ଜିରୋରେ କେନ୍ଦ୍ରୀୟ ଟିମର ଅନୁଧ୍ୟାନ... ଆଜି ଗଞ୍ଜାମ, ଯାଜପୁର ଓ କଟକ ଜିଲ୍ଲା ବୁଲି ଦେଖିବେ ...
ବାତ୍ୟା ପ୍ରଭାବରେ ବର୍ଷା ଯୋଗୁଁ ଛାରଖାର୍ ଧାନ ଓ ପରିବା ଚାଷ... ପାଣି ଜମି ରହି ବିଲରେ ଗଜା ହୋଇଗଲାଣି ପାଚିଲା ଧାନ... ସେପଟେ ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ ପରିବା ଚାଷୀ ହନ୍ତସନ୍ତ... ଏକର ଏକର ଜମିରେ କୋବି ଓ ପରିବା ଫସଲ ନଷ୍ଟ... କେମିତି ଶୁଝିବେ ଋଣ ସେହି ଚିନ୍ତାରେ ଚାଷୀ...
ଜଓ୍ୱାଦ ଜନିତ ବର୍ଷା ଦୁଃଖ ଯାଇ ନଥିବା ବେଳେ ପୁଣି ଅନ୍ନଦାତାଙ୍କୁ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ଦୁର୍ଦ୍ଦଶା ଦେଇଛି ଟ୍ରପ୍ ଲାଇନ୍ ବର୍ଷା। ଭଦ୍ରକ ବାସୁଦେବପୁରର ଜମିରେ ଫସଲ ଆଉ ଆଦାୟ ସ୍ଥିତିରେ ହିଁ ନାହିଁ।
କେନ୍ଦ୍ରାପଡ଼ା ମାର୍ଶାଘାଇ ଠାଉରୀ ଗାଁର ଚାଷୀ ମଧୁସୂଦନ ସ୍ୱାଇଁଙ୍କର ଉଜୁଡ଼ା ଚାଷ ଦେଖିଲେ ଆଖିରୁ ଲୁହ ଆପେ ଗଡ଼ି ଆସିବ । ଆଉ ତାଙ୍କର ଭୁଇଁକୁ ଛୁଇଁଥିବା ଭଙ୍ଗା ଚାଳ ଘର ବି ବଖାଣୁଛି ଗୋଟିଏ ଚାଷୀର ପରିସ୍ଥିତି ।
ଏ ଦୃଶ୍ୟ ଦେଖିଲେ ଛାତି ଫାଟିଯାଉଛି। ଆଉ ମାତ୍ର କେଇଟା ଦିନ ପରେ ଚାଷୀ କାଟିଥାନ୍ତା ଫୁଲକୋବି। ଦୁଇ ପଇସା ପାଇଥାନ୍ତା, ମାସ ମାସ ଧରି ଯେଉଁ ରକ୍ତ ନିଗାଡ଼ିଥିଲା ତାହାର ମୂଲ୍ୟ ପାଇଥାନ୍ତା। କିନ୍ତୁ ସବୁକିଛି ବିଗିଡ଼ି ଗଲା। କୋବି ବାଡ଼ିରେ ଏବେ ଆଣ୍ଠୁଏ ପାଣି।
ଗୁମୁରି ଗୁମୁରି କାନ୍ଦୁଥିବା ପତ୍ନୀ ଭାଳି ହେଉଛନ୍ତି, କେମିତି ଅଦିନିଆ ବର୍ଷା ତାଙ୍କ ଅଭାବୀ ପରିବାରରେ ଅଦିନରେ ଘଟାଇଲା ବିରାଟ କ୍ଷତି ।
ବାତ୍ୟା ଜଓ୍ୱାଦ୍ ସିନା ଦୁର୍ବଳ ହେଇଗଲା କିନ୍ତୁ ଚାଷୀଙ୍କ କି ଅବସ୍ଥା କରିଗଲା ଦେଖନ୍ତୁ.. ବର୍ଷ ଯାକର ଆହାରରେ ଆଣ୍ଠୁଏ ଆଣ୍ଠୁଏ ପାଣି.. ଋଣ କରି ସୁନାର ଫସଲ ଫଳେଇଥିବା ଚାଷୀ ଏବେ ଧୈର୍ଯ୍ୟହରା ହୋଇ ରାଜ୍ୟ ବାହାରକୁ ଯାଇ ମୂଲ ଲାଗିବାକୁ ଚିନ୍ତା କଲାଣି.
ଆସନ୍ତାକାଲିଠୁ ଶୁଖିଲା ପାଗ। ଜୱାଦ୍ ପ୍ରଭାବରେ ଉପକୂଳ ତଥା ସଂଲଗ୍ନ ଜିଲ୍ଲାରେ ପାଗ ମେଘୁଆ ରହିଛି। ଆଜି ଉତ୍ତର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା।
କେଉଁଠି କ୍ଷେତରେ ଭାସୁଛି ଧାନ, କେଉଁଠି ଗଜା ହେଲାଣି ପାଚିଲା ଧାନ । ଜୱାଦ ଗଲା କିନ୍ତୁ ଚାଷୀଙ୍କୁ ଦେଇଯାଇଛି ଦୁଃଖ ।
ନୂଆପଡା ଜିଲ୍ଲାରେ ଲଗାଣ ବର୍ଷାରେ କଣ ସବୁ ବ୍ୟାପକ କ୍ଷତି ହୋଇଛି ଦେଖନ୍ତୁ ଏହି ରିପୋର୍ଟ ।
ବାତ୍ୟା ‘ଜୱାଦ୍’ ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷାରେ ଫସଲ ସବୁ ନଷ୍ଟ ହୋଇ ଯାଇଥିଲା। ଶେଷରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
୭ ତାରିଖରୁ ଓଡ଼ିଶାରେ ପାଗ ଶୁଖିଲା ରହିବ। ଆଜିଠୁ ୩ ରୁ ୪ ଡ଼ିଗ୍ରୀ ଯାଏ ରାତିର ତାପମାତ୍ରା ତଳକୁ ଖସିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
୨ ଦିନ ହେଲାଣି ଭିଜୁଛି ସାରା ଓଡ଼ିଶା । କେଉଁଠି ଧାନ ଭାସିଲା ତ ଆଉ କେଉଁଠି ରାସ୍ତା ଉପରେ ଚାଲିଲା ପାଣି । ଘରୁ ବାହରକୁ ଆସିଲେ ନାହିଁ ଲୋକେ ।
ଗଞ୍ଜାମ ଖଲ୍ଲିକୋଟ ବ୍ଲକ୍ ଅଞ୍ଚଳରେ ରେକର୍ଡ ହୋଇଛି ୧୫୮ ମିଲିମିଟର ବର୍ଷା । ପ୍ରବଳ ବର୍ଷା ଯୋଗୁ ଉଜୁଡି ଯାଇଛି ଧାନ ଓ ପନିପରିବା ଫସଲ । କ୍ଷେତରେ କଟା ସରିଥିଲା ଧାନ, ଖଳାକୁ ଯିବା ଆଗରୁ ମାଡ଼ିଆସିଲା ବାତ୍ୟାଜନିତ ବର୍ଷା ।
ଓଡ଼ିଶା ଉପରୁ ଟଳିଲା ବାତ୍ୟା ଡର । ସମୁଦ୍ର ଭିତରେ ଗଭୀର ଅବପାତରେ ପରିଣତ ହୋଇ ଦୁର୍ବଳ ହେଇଗଲା ବାତ୍ୟା ଜୱାଦ୍ । ମୋଡ଼ ବଦଳାଇ ପଶ୍ଚିମବଙ୍ଗ ଆଡକୁ ଚାଲିଯିବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି ।
ଆମ ବର୍ଷକ ଆହାର, ରୋଜଗାର ସବୁ ଚାଲିଗଲା। ଯେଉଁ ଚାଷୀ ଅନ୍ୟକୁ ଖାଦ୍ୟ ଯୋଗାଏ, ସେ ନିଜେ ହିଁ ଖାଇବାକୁ ପାଇବନି।
ଆଜି ମଧ୍ୟାହ୍ଣ ସୁଦ୍ଧା ପୁରୀ ନିକଟରେ ପହଞ୍ଚିବ। ପରେ ଏହା ଉତ୍ତର ଏବଂ ଉତ୍ତର-ପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗ ଉପକୂଳ ଆଡେ ମୁହାଁଇବ।
କେତେ ଭୟଙ୍କର ହେବ ବାତ୍ୟା? ସମୁଦ୍ରରେ କେତେ ଶକ୍ତି ଗୋଟାଇଛି ବାତ୍ୟା...ଦେଖନ୍ତୁ ଏହି ରିପୋର୍ଟ
ସମୁଦ୍ରରେ ଶକ୍ତିହୀନ ହେଉଛି ବାତ୍ୟା ଜଓ୍ୱାଦ । ଆସନ୍ତାକାଲି ପୁରୀ ନିକଟତର ହେବା ସମ୍ଭାବନା ।
ବାତ୍ୟାର ପ୍ରଭାବ; ରାଜଧାନୀ ରାଜ ରାସ୍ତାରେ ଏମିତି ଜନଜୀବନ, ଦେଖନ୍ତୁ ତାହାର କିଛି ଝଲକ ।
ଆସନ୍ତା କାଲି ସନ୍ଧ୍ୟା ବେଳକୁ ଓଡ଼ିଶାରୁ ବାତ୍ୟାର ପ୍ରଭାବ ହଟିଯିବା ସମ୍ଭାବନା ରହିଛି। ପୁରୀରେ ପହଞ୍ଚିଲା ବେଳକୁ ବାତ୍ୟାର ତୀବ୍ରତା କମିବା ନେଇ ଆକଳନ କରାଯାଇଛି। ପୁରୀ ଛୁଇଁଲା ବେଳକୁ ପବନ ବେଗ ୬୦/୭୦ କି.ମି. ରହିପାରେ।