Advertisment

୫ ଗାଡ଼ିକୁ ଜାଳିଦେଇ ସୁପରଭାଇଜରଙ୍କୁ ଅପହରଣ କରିନେଲେ ମାଓବାଦୀ

କାମରେ ନିୟୋଜିତ ୫ରୁ ଅଧିକ ଗାଡି ଜାଳିଦେଇଥିଲେ । କେବଳ ସେତିକି ନୁହେଁ ଘଟଣାସ୍ଥଳରେ ଉପସ୍ଥିତ ରହି କାମ ତଦାରଖ କରୁଥିବା ସୁପରଭାଇଜରଙ୍କୁ ଅପହରଣ କରିନେଇଛନ୍ତି ମାଓବାଦୀ।

author-image
Chandan Shishu
ଅଦ୍ୟତନ ହୋଇଛି
Maoist

Maoist

ମାଲକାନାଗିରି: ପୁଣି ମାତିଲେ ମାଓବାଦୀ। ଗାଡି ଜାଳିଦେଲେ, ଜଣଙ୍କୁ ଅପହରଣ କରିନେଲେ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାରେ ମାଓବାଦୀ ଘଟାଇଛନ୍ତି ଲଙ୍କାକାଣ୍ଡ। ପିପଲଖୁଟା ଗାଁ ନିକଟରେ ୫ରୁ ଅଧିକ ଗାଡି ଜାଳିଦେଇଛନ୍ତି ମାଓବାଦୀ। ଜଳସେଚନ ବିଭାଗର କେନାଲ କାମରେ ନିୟୋଜିତ ଗାଡିକୁ ଜାଳିଦେଇଛନ୍ତି। କେନାଲ କାମରେ ଏହି ସବୁ ଗାଡି ନିୟୋଜିତ ଥିଲା। ତେଣୁ ମାଓବାଦୀ କେନାଲ କାମକୁ ବିରୋଧ କରି ଏଭଳି କାଣ୍ଡ ଘଟାଇଥିବା ଜଣାପଡିଛି। ଘଟଣାସ୍ଥଳରେ ଥିବା ସୁପରଭାଇଜରଙ୍କୁ ଅପହରଣ କରିଛନ୍ତି। 

Advertisment

ସୂଚନା ଅନୁଯାୟୀ, ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାର ପିପଲଖୁଟା ଗାଁ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ କାମ ଚାଲୁଥିଲା।  ନକ୍ସଲମାନେ ଏହାକୁ ବିରୋଧ କରୁଥିଲେ ବି କାମ ବନ୍ଦ ହୋଇ ନ ଥିଲା। ଏହା ପ୍ରତିବାଦରେ ଉତ୍ତ୍ୟକ୍ତ ନକ୍ସଲମାନେ କେନାଲ କାମରେ ନିୟୋଜିତ ୫ରୁ ଅଧିକ ଗାଡି ଜାଳିଦେଇଥିଲେ । କେବଳ ସେତିକି ନୁହେଁ ସେମାନେ  ଘଟଣାସ୍ଥଳରେ ଉପସ୍ଥିତ ରହି କାମ ତଦାରଖ କରୁଥିବା ସୁପରଭାଇଜରଙ୍କ ଅପହରଣ କରି ନେଇଛନ୍ତି।

ଖବର ପାଇ ନିକଟସ୍ଥ ପୁଲିସ୍‌ ପହଞ୍ଚି ତନାଘନା ଆରମ୍ଭ କରିଛି। ହେଲେ ଅପହୃତ ସୁପରଭାଇଜରଙ୍କ ପତ୍ତା ମିଳିପାରିନି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି।

Advertisment
Maoist Malkanagiri Police Investigation
Advertisment
Advertisment