• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ତଳକୋର୍ଟଙ୍କ ନିର୍ଦ୍ଦେଶ ଉପରେ ଦାୟର ରିଭିଜନ ପିଟିସନ ଖାରଜ

  • ପୋଲିସ ପକ୍ଷରୁ ଦାୟର ପିଟିସନ ଖାରଜ କଲେ ସାଲେପୁର ଏଡିଜେ

  • ପୁନଃ ତଦନ୍ତ ଓ ସିଡିଆର ଦାଖଲ ନିର୍ଦ୍ଦେଶର ରିଭିଜନ ଚାହିଁଥିଲା ପୋଲିସ

ସାଲେପୁର: ମାହାଙ୍ଗା ଡବଲ ମର୍ଡର ମାମଲାରେ ପୋଲିସକୁ ଅଦାଲତି ଝଟକା । ତଳକୋର୍ଟଙ୍କ ନିର୍ଦ୍ଦେଶ ଉପରେ ଦାୟର ହୋଇଥିବା ରିଭିଜନ ପିଟିସନ ଖାରଜ ହୋଇଛି । ପୋଲିସ ପକ୍ଷରୁ ଦାୟର ପିଟିସନକୁ ଖାରଜ କରିଛନ୍ତି ସାଲେପୁର ଏଡିଜେ । ଏହି ଘଟଣାରେ ପୁନଃ ତଦନ୍ତ ଓ ସିଡିଆର ଦାଖଲ ନିର୍ଦ୍ଦେଶର ରିଭିଜନ ଚାହିଁଥିଲା ପୋଲିସ ।

ଏସପିଙ୍କ ଚିଠି ଓ ମାହାଙ୍ଗା IICଙ୍କ ସତ୍ୟପାଠ ଜରିଆରେ ରିଭିଜନ ଆବଶ୍ୟକ କରିଥିଲେ । ତେବେ ଏହି ଆବେଦନ ଗ୍ରହଣୀୟ ନୁହେଁ କହି ପିଟିସନ ଖାରଜ କରିଛନ୍ତି ଏଡିଜେ । ମାହାଙ୍ଗା ଡବଲ ମଡର ଘଟଣାରେ ପ୍ରୋଟେଷ୍ଟ ପିଟିସନ ବଳରେ ପୁନଃ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ JMFC । ଚାର୍ଜସିଟରେ ମନ୍ତ୍ରୀଙ୍କ ନାଁ ନଥିବାରୁ ପୁନଃ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା ।

କେବଳ ଏତିକି ନୁହେଁ ୩ ଜଣଙ୍କ କଲ୍ ଡିଟେଲ୍ସ ରେକର୍ଡ ଦାଖଲ ପାଇଁ ବି ନିର୍ଦ୍ଦେଶ ଦେଇଥିଲେ । JMFCଙ୍କ ଆଦେଶ ଉପରେ ରିଭିଜନ ପିଟିସନ ଫାଇଲ କରିଥିଲା ପୋଲିସ । ତେବେ ଏସମ୍ପର୍କରେ ପ୍ରତିପକ୍ଷ ରମାକାନ୍ତ ବରାଳଙ୍କ ଓକିଲ ପ୍ରବୀଣ କାନୁନଗୋ ସୂଚନା ଦେଇଛନ୍ତି ।

 

ସୂଚନାଯୋଗ୍ୟ ମାହାଙ୍ଗା ଡବଲ ମର୍ଡର ମାମଲାରେ ପୁନଃ ତଦନ୍ତ ରିପୋର୍ଟ ଦାଖଲ ପାଇଁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର JMFC କୋର୍ଟ । ମାମଲାର ଶୁଣାଣି କରୁଥିବା ସାଲେପୁର JMFC କୋର୍ଟ ଗତ ୨୯ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତାସହ ମାମଲାରେ ସଂପୃକ୍ତି ନେଇ ୩ ଜଣଙ୍କ ସିଡିଆର୍ ରିପୋର୍ଟ ମଧ୍ୟ ମାଗିଥିଲେ । ୨୯ ତାରିଖ ସୁଦ୍ଧା ପୋଲିସ୍ ଏସବୁ କୋର୍ଟରେ ଦାଖଲ କରିବାର ଥିଲା । କିନ୍ତୁ ପୋଲିସ ତାହା ନିର୍ଦ୍ଧାରିତ ସମୟ ମଧ୍ୟରେ ଦାଖଲ ନକରି କୋର୍ଟଙ୍କୁ ଅଧିକ ସମୟ ମାଗିଥିଲା । ପର ମୁହୁର୍ତ୍ତରେ ପୁଣି ଥରେ ମାସେ ପାଇଁ ସମୟ ମାଗିଥିଲା ପୋଲିସ ।