ତାମିଲନାଡୁ କୁନ୍ମୁର ହେଲିକପ୍ଟର କ୍ରାଶ୍ ଘଟଣାରେ ଜଣେ ମାତ୍ର ଜୀବିତ ଥିବା ଗ୍ରୁପ୍ କ୍ୟାପନେଟ ବରୁଣ ସିଂଙ୍କ ପରଲୋକ ହୋଇଛି। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି।
ବୀରପୁତ୍ର ରାଣା ପ୍ରତାପଙ୍କୁ ଜନ୍ମମାଟିରେ ଅଶ୍ରୁଳ ବିଦାୟ। ୨୧ ଗନ୍ ସାଲ୍ୟୁଟରେ କଂପିଲା ଅନୁଗୁଳ କୃଷ୍ଣଚନ୍ଦ୍ରପୁର ଗାଁ
ଶୋକରେ ବୁଡ଼ି ସାରିଥିଲା ସମଗ୍ର ତାଳଚେର ଅଞ୍ଚଳ। ସହିଦଙ୍କ ମରଶରୀର ଭୁବନେଶ୍ୱରରୁ ତାଳଚେରରେ ଛାଡ଼ିବା ପରେ ଏପଟେ ତାଙ୍କ ଶେଷ ଦର୍ଶନ ପାଇଁ ଛୁଆଠୁ ବଢା ଚାତକ ଭଳି ଚାହିଁ ରହିଥିଲେ।
ବିରାଟ ଶୋଭାଯାତ୍ରା କରି ତାଙ୍କ ପୈତୃକ ଗାଁ କଣ୍ଢାଳ ପଞ୍ଚାୟତର କୃଷ୍ଣଚନ୍ଦ୍ରପୁର ଗାଁକୁ ନିଆଯାଇଥିଲା। ଶୋଭାଯାତ୍ରାରେ ଶେଷ ସମ୍ମାନ ଜଣାଇଥିଲେ ଶୁଭେଚ୍ଛୁ ଓ ସମ୍ପର୍କୀୟ।
ଖୁବ୍ ଅମାୟିକ ଥିଲେ ସିଡିଏସ୍ ବିପିନ୍ ରାୱତ୍ । ଜୁନିୟର ଅଫିସରଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ସହ ତାଙ୍କର ବ୍ୟବହାର ଖୁବ ଭଲ ଥିଲା । ତାଙ୍କର ଅବର୍ତ୍ତମାନରେ ଏବେ ସିଡିଏସଙ୍କୁ ଝୁରୁଛନ୍ତି ଉତ୍ତର କାଶ୍ମୀରବାସୀ ।
ଖବର ସରବରାହ ସଂସ୍ଥା ANI ସୂତ୍ରରୁ ମିଳିଥିବା ଏହି ଭିଡିଓରେ ହେଲିକପ୍ଟର ଉଡ଼ୁଥିବା ଓ କିଛି ସମୟ ପରେ ଅଦୃଶ୍ୟ ହୋଇଯାଉଛି।
ଏହି ଦୁର୍ଘଟଣା ସଂପର୍କରେ ଆଜି ସଂସଦରେ ବିବୃତି ରଖିପାରନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ।
ସିଡିଏସ୍ ବିପିନ ରାଓ୍ବତଙ୍କ ପରଲୋକରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ଗୃହ ମନ୍ତ୍ରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।
ୱେଲିଂଟନ୍ ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜରେ ହେବାକୁ ଥିବା ପ୍ରଶିକ୍ଷକ ଓ ଶିକ୍ଷାନବିଶଙ୍କୁ ଦୀକ୍ଷାନ୍ତ ଭାଷଣ ଦେବାକୁ ଯାଉଥିଲେ ସିଡିଏସ୍। ବାୟୁସେନା ହେଲିକର Mi 17 V5ରେ ଯିବା ବେଳେ କ୍ରାସ୍ ହୋଇଥିଲା।
ବାୟୁସେନାର MI-17 V 5 ହେଲିକପ୍ଟରରେ ସିଡିଏସ୍ ବିପିନ ରାଓ୍ୱତ, ତାଙ୍କ ପତ୍ନୀ ଓ ଷ୍ଟାଫ୍ ମେମ୍ବରଙ୍କୁ ମିଶାଇ ୧୪ ଜଣ ଥିବା ସୂଚନା ମିଳିଛି।
ସିଡିଏସ୍ ବିପିନ୍ ରାଓ୍ୱତ୍ଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ସିଡିଏସ୍ ବିପିନ ରାୱତ୍ଙ୍କୁ ହସ୍ପିଟାଲ ନିଆଯାଇଛି। ତାଙ୍କୁ ୱେଲିଂଟନ୍ ଏୟାରବେସ୍ ହସ୍ପିଟାଲ ନିଆଯାଇଥିବା ସୂଚନା ମିଳିଛି।
ତାମିଲନାଡୁ କୁନ୍ନୁରରେ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ସେନା ମୁଖ୍ୟ ବିପିନ ରାୱତ ଥିଲେ ବୋଲି ସୂଚନା ମିଳିଛି।