• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

breaking news
ସଂକ୍ଷେପରେ ଆଜିର ତାଜା ଖବର - Tuesday, 12 April 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Tuesday, 12 April 2022
Basudha Project
ନା କୁ ମାତ୍ର ବସୁଧା ଯୋଜନା: ବାଲଟିଏ ପାଣି ପାଇଁ ଲାଗୁଛି ଲମ୍ବା ଲାଇନ୍‌

ଟାଙ୍କି ତିଆରି ହୋଇଛି, ଟ୍ୟାପ୍ ବି ଲାଗିଛି ହେଲେ ପାଇପ୍ ସଂଯୋଗ ହୋଇନି । କଥା ଏଇଠି ସରିନି ପ୍ରକଳ୍ପରୁ ଜଳଯୋଗାଣ ପାଇଁ ପମ୍ପ ଚାଲୁଛି ଓ ସେ ବାବଦରେ ମାସକୁ ମାସ ଇଲେକ୍ଚ୍ରି ବିଲ୍ ବି ଆସୁଛି ।

Jaga
ଯୋଡ଼ାମୁଣ୍ଡ ଶିଶୁ ଜଗା, ହସ୍ପିଟାଲରେ ପାଳିଲା ଜନ୍ମଦିନ

ବାପା ଭୂୟାଁ କହଁର, ମାଆ ପୁଷ୍ପାଞ୍ଜଳି କହଁର, ସାନ ଭଉଣୀ ସୁଭଦ୍ରା ଏବଂ ମେଡିକାଲ କର୍ମଚାରୀଙ୍କ ଗହଣରେ ଜନ୍ମଦିନ ପାଳନ କରିଛି ଜଗା ।

Matric Exam
ପୁଣି ଦ୍ୱାଦଶ ପରୀକ୍ଷା କାର୍ଯ୍ୟସୂଚୀରେ ପରିବର୍ତ୍ତନ

ଗଣିତ, ଗୃହ ବିଜ୍ଞାନ ଓ ଭୋକେସନାଲ ବାୟୋଲୋଜି ସୂଚୀରେ ପରିବର୍ତ୍ତନ ହୋଇଛି । ମେ’ ୧୯ରେ ହେବାକୁ ଥିବା ୩ଟି ବିଷୟର ପରୀକ୍ଷା ଏବେ ମେ’ ୩୧ରେ ହେବ ।

Chhenapoda Dibasa
ଏଥର ପ୍ରତି ଏପ୍ରିଲ ୧୧, ବିଶ୍ୱ ଛେନାପୋଡ଼ ଦିବସ ! ବାକି ରହିଲା ଜିଆଇ ଟ୍ୟାଗ୍‌

କ୍ଷୀରରୁ ଛେନା ପ୍ରସ୍ତୁତି ପରେ ଏଥିରେ ଅନ୍ୟାନ୍ୟ ଦ୍ରବ୍ୟ ମିଶାଇ ପ୍ରସ୍ତୁତ ହୋଇଥାଏ ସୁଆଦିଆ ଛେନାପଡ଼ । ଭାଗମାପରେ ବ୍ୟତିକ୍ରମ ହେଲେ ସବୁ କିଛି ନଷ୍ଟ ହୋଇଯିବାର ଆଶଂକା ରହିଛି ।

Sarmistha Niranjan
ଅତୀତର ଥାଟବାଟ କଥାକୁ ଭାଳି ହେଉଛନ୍ତି ଶର୍ମିଷ୍ଠା, ହେଲେ ଏଯାଏଁ ମିଳିନି ମେମୋରି ଚିପ୍‌ ସୁରାକ୍

ନିଜର ଅତୀତ, ଥାଟବାଟ କଥାକୁ ଭାଳି ହେଉଛନ୍ତି ଶର୍ମିଷ୍ଠା । ନା ତାଙ୍କୁ ଦେଖା କରିବାକୁ କେହି ପରିବାର ଲୋକ ଆସୁଛନ୍ତି, ନା କେହି ବନ୍ଧୁ ପରିଜନ । ବରଂ ସାଥୀ ଝୁନା ଭୋଇ ସହ ମିଶି ପ୍ରମାଦ ଗଣୁଛନ୍ତି ଜେଲ୍‌ର ଚାରିକାନ୍ଥ ଭିତରେ ।

OPCC
କିଏ ହେବେ ପିସିସିର ପରବର୍ତ୍ତୀ ସଭାପତି ? କାହା ହାତରେ ରହିବ ରାଜ୍ୟ କଂଗ୍ରେସ୍‌ର ମଙ୍ଗ ?

ନିକଟରେ ବିଧାନସଭା ନିର୍ବାଚନ ସରିଥିବା ୫ ରାଜ୍ୟରେ ପିସିସି ସଭାପତି ପରିବର୍ତ୍ତନ ହେବା ପରେ ଓଡ଼ିଶାରେ ବି ମଙ୍ଗୁଆଳ ବଦଳିବା ଏକ ପ୍ରକାର ନିଶ୍ଚିତ ।

Sculpture Of Lord Krishna
ନଇକୁ ଧରିବାକୁ ଯାଇଥିଲେ ମାଛ, ବଂଶି କଣ୍ଟାରେ ଲାଗିଲା କୃଷ୍ଣମୂର୍ତ୍ତି

ନଇକୁ ଧରିବାକୁ ଯାଇଥିଲେ ମାଛ। ହେଲେ ମାଛ ପଡ଼ିବା ବଦଳରେ ପଡ଼ିଲା ୨ ହାତର କୃଷ୍ଣ ମୂର୍ତ୍ତି। ଖବର ଜଣାପଡ଼ିବା ପରେ ଗାଁରେ ସୃଷ୍ଟି ହେଲା ଭକ୍ତିମୟ ପରିବେଶ..ଦେଖନ୍ତୁ ସେହି ଦୃଶ୍ୟ

Barbil Clash
ରାମ ନବମୀକୁ ନେଇ ସଂଘର୍ଷ ! ଦୁଇ ଗୋଷ୍ଠି ମଧ୍ୟରେ ପଥର ମାଡ଼, ସହରରେ ୧୪୪ ଧାରା ଲାଗୁ

ଉଭୟ ଗୋଷ୍ଠୀର ଲୋକେ ପରସ୍ପରକୁ ପଥର ମାଡ଼ କରିଥିଲେ । ଘଟଣାସ୍ଥଳରେ ୧୪୪ ଧାରା ଜାରି କରିବା ସହ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଛି ।

Puri Medical College
ପୁରୀରେ ନୂଆ ମେଡିକାଲ କଲେଜ, ୨୧ଟି ବିଭାଗର ରହିବ ପାଠ୍ୟକ୍ରମ

ହେଲିକପ୍ଟର ମାଧ୍ୟମରେ ପୁରୀରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ସୁରକ୍ଷା ବଳୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ସଭା ସ୍ଥଳକୁ ଯାଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାବାସୀଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇବାର ଶୁଭାରମ୍ଭ କରିଥିଲେ ।

Liquor has been Offered To God
ମା ଭୈରବୀ ମନ୍ଦିରର ଭିନ୍ନ ପରମ୍ପରା : ଶାଳ ପତ୍ରରେ ଅର୍ପଣ କରାଯାଏ ଦେଶୀ ଓ ବିଦେଶୀ ମଦ

ମା’ଙ୍କ ଠାରେ ଲାଗିହୁଏ ମଦ ମଦ ଭୋଗ । ମନୋକାମନା ପୂରଣ ହେଲେ ଭକ୍ତ ମା’ଙ୍କ ପାଖରେ ଦେଶୀ ଓ ବିଦେଶୀ ମଦ ଭୋଗ ଲଗାଇ ଥାଆନ୍ତି ।

Police
ହଠାତ୍ ବଦଳିଲେ ରାଜ୍ୟ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ

ଆଗକୁ ଆଇପିଏସ୍‌ ସ୍ତରରେ ଅଦଳବଦଳ ହୋଇପାରେ। ତେବେ ଆଜି କରାଯାଇଥିବା ଅଦଳବଦଳ ଏକ ସ୍ୱାଭାବିକ ପ୍ରକ୍ରିୟା ଭଳି ମନେ ହେଉ ନାହିଁ ।

Bed-Ridden Odisha Man
'ଆମକୁ ସାହାଯ୍ୟ କର ନହେଲେ ମରିଯିବୁ'

ଯେଉଁ ବୟସରେ ଖେଳିବୁଲି ସମୟ କାଟିବା କଥା, ଏ ଦୁଇଝିଅ ନିଜ ଶଯ୍ୟାଶାୟୀ ବାପାର ସେବା କରୁଛନ୍ତି। ମାଆ ଆରିପାରିକୁ ଚାଲିଯିବା ପରେ ଏମାନେ ଏବେ ଘର ଚଳାଉଛନ୍ତି। କାରଣ, ବାପା ତ ରୋଗାଗ୍ରସ୍ତ। ଓଟିଭି କ୍ୟାମେରା ଆଗରେ ଝିଅଟି କୋହରେ କହିଛି- ‘ଆମକୁ କିଏ ସାହାର୍ଯ୍ୟ କର, ନହେଲେ ଆମର ମୃତ୍ୟୁ ସୁନିଶ୍ଚିତ’

Wildlife Smuggler
ଜଣେ ଦସ୍ୟୁର କାହାଣୀ : ଦିନେ ଜଙ୍ଗଲ କାଟୁଥିଲେ, ଆଜି ଜଙ୍ଗଲ ଜଗୁଛନ୍ତି

ତାଙ୍କୁ ଦେଖିଲେ ଜଙ୍ଗଲର ପଶୁପକ୍ଷୀ ମଧ୍ୟ ଡରୁଥିଲେ। କିଲୋମିଟର କିଲୋମିଟର ଜଙ୍ଗଲ କାଟି ସଫା କରିଦେଉଥିଲେ। କିନ୍ତୁ ହଠାତ୍ ତାଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିଲା। ଧ୍ୱଂସକାରୀରୁ ସେ ପାଲଟି ଗଲେ ରକ୍ଷାକାରୀ। ଏବେ ଦିନରାତି ସେ ଜଙ୍ଗଲ ଜଗୁଛନ୍ତି। ପଶୁପକ୍ଷୀଙ୍କୁ ସୁରକ୍ଷା ଦେଉଛନ୍ତି।

chhaunurtya preparation
ଧୁମ୍ସାର ତାଳେ ତାଳେ ଚାଲିଛି ନୃତ୍ୟ ଅଭ୍ୟାସ, ଚୈତ୍ର ପର୍ବ ପାଇଁ ପ୍ରସ୍ତୁତି

ଆଜିଠୁ ମୟୂରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ଚୈତ୍ର ପର୍ବ ଅଥବା ଛଉ ନୃତ୍ୟ ପ୍ରତିଯୋଗିତା । ଏଥିଲାଗି ଏବେ ଜିଲ୍ଲାର ସମସ୍ତ ଛଉ ଆଖଡ଼ା ଚଳଚଞ୍ଚଳ । ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରତିଯୋଗୀମାନେ ଅଭ୍ୟାସ ଜାରି ରଖିଥିବା ବେଳେ ଦିନରାତି ଏକ କରି ଦେଇଛନ୍ତି । ଆଜିଠୁ ତିନି ଦିନ ଧରି ଚାଲିବ ପ୍ରତିଯୋଗିତା...

Punishment To Girl Students
ସ୍କୁଲ୍‌ରେ ବିଳମ୍ବରେ ପହଞ୍ଚିବାରୁ ଉଠ୍‌ବସ୍‌ କରାଇଲେ ଶିକ୍ଷକ, ଅଚେତ ହୋଇପଡ଼ିଲେ ଛାତ୍ରୀ

ସ୍କୁଲ୍‌ରେ ବିଳମ୍ବରେ ପହଞ୍ଚିବାରୁ ଛାତ୍ରୀଙ୍କୁ ଉଠ୍‌ବସ୍‌ କରାଇଲେ ଶିକ୍ଷକ। ଫଳରେ ୭ ଛାତ୍ରୀ ଅସୁସ୍ଥ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ବଲାଙ୍ଗିର ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି। 

punjilal
ଜେଲ ଭିତରେ ପୁଞ୍ଜିଲାଲଙ୍କ ପାଠଶାଳା : କଏଦୀଙ୍କୁ ଇଂରାଜୀ ପଢ଼ାଉଛନ୍ତି ପାର୍ସଲ ବୋମା ବିସ୍ଫୋରଣର ଅଭିଯୁକ୍ତ

ବଲାଙ୍ଗିର ଜିଲ୍ଲା ପାଟ୍ଟଣାଗଡ଼ର ବହୁ ଚର୍ଚ୍ଚିତ ପାର୍ସଲ ବୋମା ଘଟଣାରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଏବେ ବଲାଙ୍ଗିର ଜେଲରେ ରହି ପାଠଶାଳା ଖୋଲିଛନ୍ତି।

 Chilly cultivation
ଅମଳ ବେଳକୁ କମିଲା କଞ୍ଚା ଲଙ୍କାର ଭାଉ : ଚାଷୀଙ୍କ ମୁଣ୍ଡରେ ଚଡ଼କ

ବାଲେଶ୍ୱର ରେମୁଣାରେ ହେକ୍ଟର୍ ହେକ୍ଟର୍ ଜମିରେ ହୋଇଛି ଲଙ୍କା ଚାଷ। ହେଲେ ବାହାରେ ଲଙ୍କାର ଚାହିଦା ନଥିବାରୁ ଚିନ୍ତାରେ ଚାଷୀ।

Athlete Alleges Torture By Senior Athletes
ଷ୍ଟେଟ୍‌ ଆଥଲେଟିକ୍ ମିଟ୍‌ରେ ଯୌନ ନିର୍ଯାତନା ! ନାବାଳକ ଖେଳାଳିଙ୍କୁ ଉଲଗ୍ନ କରି ଭିଡିଓ କଲିଂ କଲେ ସିନିୟର !

ଷ୍ଟେଟ୍‌ ଆଥଲେଟିକ୍ ମିଟ୍‌ରେ ଯୌନ ନିର୍ଯାତନା ଅଭିଯୋଗ। ଜଣେ ନାବାଳକ ଖେଳାଳିଙ୍କୁ କିଛି ସିନିୟର ଖେଳାଳି ଯୌନ ନିର୍ଯାତନା ଦେଇଥିବା ସମ୍ପୃକ୍ତ ନାବାଳକ ଓ ତାଙ୍କ ମା’ ଭୁବନେଶ୍ୱର ଇନ୍‌ଫୋସିଟି ଥାନାରେ ଅଭିଯୋଗ କରିଛନ୍ତି।

Students Drown In Mahanadi
ମହାନଦୀରୁ ମିଳିଲା ଆଉ ଜଣଙ୍କ ମୃତଦେହ

କଟକ ମହାନଦୀରେ ନିଖୋଜ ୨ ନାବାଳକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଆୟୁର୍ ଖାନ୍‌। ଗତକାଲି ୩ ସାଙ୍ଗ ଯୋବ୍ରା ବ୍ୟାରେଜ ନିକଟରେ ଗାଧୋଉ ଥିବାବେଳେ ମହାନଦୀରେ ବୁଡ଼ି ଯାଇଥିଲେ।

Coffee Cultivation
କିନ୍ଦିରିଗୁଡା କଫି’ର ନିଆରା ସ୍ୱାଦ : ଚାଷ କରି ଆତ୍ମନିର୍ଭରଶୀଳ ଗାଁଲୋକେ...

ଦିନରାତିକୁ ଏକ କରି ଡଙ୍ଗରରେ ଚାଷ କରୁଥିଲେ। ଖରା ହେଉକି ବର୍ଷା ଯେତେ ଖଟିଲେ ବି ପଇସା ମିଳୁନଥିଲା। ଏବେ କଫି ଦେଇଛି ସେମାନଙ୍କୁ ରୋଜଗାର। ଏବେ କଫି ଚାଷ କରି ଆତ୍ମନିର୍ଭରଶୀଳ ହୋଇଛନ୍ତି କିନ୍ଦିରିଗୁଡା ଗାଁଲୋକେ...

Rath' Rolled Out In Odisha'
ମହାମାରୀ ପରେ ସ୍କୁଲ୍ ଯିବାକୁ ମଙ୍ଗୁ ନାହାଁନ୍ତି ପିଲା : ମନେଇବା ପାଇଁ ଗାଁ ଗାଁରେ ଚାଲିଛି ନାଚଗୀତ

କରୋନା ଭୟ କମିଥିଲେ ମଧ୍ୟ ଶତ ପ୍ରତିଶତ ପିଲା ସ୍କୁଲ ଆସୁ ନାହାଁନ୍ତି। ଦୀର୍ଘ ଦୁଇ ବର୍ଷ ହେବ ସ୍କୁଲ ନ ଯିବା ଯୋଗୁ ପିଲାଙ୍କ ମନରେ ଆଗ୍ରହ କମିବାରେ ଲାଗିଛି।

Body Building Championship
NPC ଓପନ ବଡି ବିଲ୍ଡିଂ ଚାମ୍ପିୟନସିପ, ଓଡ଼ିଆ ବଡି ବିଲ୍ଡିରଙ୍କୁ ମିଳିଛି ସଫଳତା

ଭୁବେନେଶ୍ୱରରେ ଅନୁଷ୍ଠିତ NPC ଓପନ ବଡି ବିଲ୍ଡିଂ ଚାମ୍ପିୟନସିପରେ ଓଡ଼ିଆ ବଡି ବିଲ୍ଡିରଙ୍କୁ ମିଳିଛି ସଫଳତା । NPC ବଡି ବିଲ୍ଡିଂ ଚାମ୍ପିୟନସିପରେ ମିଷ୍ଟର ଓଡିଶା ହୋଇଛନ୍ତି ଜଗନ୍ନାଥ ଖୁଣ୍ଟିଆ। ସେପଟେ ମହିଳା ବର୍ଗରେ କମାଲ କରିଛନ୍ତି ଓଡ଼ିଆ ଝିଅ ଜ୍ୟୋସ୍ନାରାଣୀ ।

Minor Boy Torture In Outpost
ଫାଣ୍ଡିରେ ନାବାଳକକୁ ଥାର୍ଡ ଡିଗ୍ରୀ ! ନିର୍ଯାତନା ସହ ପାଇପ୍‌ରେ ମାଡ଼ ମାରିଲା ପୋଲିସ୍‌

ଫାଣ୍ଡିରେ ଥାର୍ଡ ଡିଗ୍ରୀ, ତା ପୁଣି ଜଣେ ନାବାଳକକୁ। ଚୋରି ଅଭିଯୋଗରେ ଜଣେ ନାବାଳକକୁ ୩ ଦିନ ଫାଣ୍ଡିରେ ରଖି ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। 

Search operation in Mahanadi
ମହାନଦୀରେ ଅଘଟଣ, ଜଣେ ମୃତ,୨ ନିଖୋଜ, ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି

କଟକ ମହାନଦୀରେ ଅଘଟଣ । ଯୋବ୍ରା ନିକଟରେ ଗାଧୋଉଥିବା ବେଳେ ବୁଡିଗଲେ ତିନି ଜଣ । ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ମେଡିକାଲରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨ଜଣ ଏବେ ବି ନିଖୋଜ ଅଛନ୍ତି । ଅନ୍ୟ ଦୁଇ ଜଣଙ୍କୁ ଠାବ ପାଇଁ ଓଡ୍ରାଫ୍ ଟିମ ଓ ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି ।