• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଛେନାପୋଡ଼ କଥା ଆସିଲେ ପାଟିରୁ ଲାଳ ଗଡ଼ିଯାଏ । ଛେନାରେ ତିଆରି ସୁସ୍ୱାଦୁ ମିଠା ଆମ ଓଡ଼ିଶାର ନୟାଗଡ଼ରେ ଏହାର ସୃଷ୍ଟି । ନୟାଗଡ ଛେନାପୋଡ଼କୁ ବିଶ୍ୱସ୍ତରୀୟ କରାଇବାକୁ ଆରମ୍ଭ ହୋଇଛି ପ୍ରୟାସ । ନୟାଗଡ଼ ଛେନାପୋଡ଼ର ସ୍ରଷ୍ଟା କୁହାଯାଉଥିବା ସୁଦର୍ଶନ ସାହୁଙ୍କ ଜନ୍ମ ଦିନକୁ ବିଶ୍ୱ ଛେନାପୋଡ଼ ଦିବସ ରୂପେ ପାଳନ କରୁଛନ୍ତି ବିଭିନ୍ନ ଅନୁଷ୍ଠାନ । ଏଥିପାଇଁ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଏଭଳି ଏକ ଉଦ୍ୟମକୁ ସ୍ୱାଗତ କରିଛନ୍ତି ନୟାଗଡ଼ର ଜନସାଧାରଣ ।

କ୍ଷୀରରୁ ଛେନା ପ୍ରସ୍ତୁତି ପରେ ଏଥିରେ ଅନ୍ୟାନ୍ୟ ଦ୍ରବ୍ୟ ମିଶାଇ ପ୍ରସ୍ତୁତ ହୋଇଥାଏ ସୁଆଦିଆ ଛେନାପଡ଼ । ଭାଗମାପରେ ବ୍ୟତିକ୍ରମ ହେଲେ ସବୁ କିଛି ନଷ୍ଟ ହୋଇଯିବାର ଆଶଂକା ରହିଛି । ନୟାଗଡ଼ ଜିଲ୍ଲାରୁ ପ୍ରତିଦିନ ଶହ ଶହ କେଜି ଛେନାପୋଡ଼ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଇଥାଏ । ଓଡ଼ିଶା ସମେତ ବାହାର ରାଜ୍ୟରେ ମଧ୍ୟ ଏବେ ଛେନାପୋଡ଼ର ଚାହିଦା ଅନେକ ରହିଛି । ହେଲେ ଆଜିଯାଏଁ ନା ଛେନାପୋଡ଼କୁ ମିଳିଛି କୌଣସି ସ୍ୱୀକୃତି ନା ପ୍ରଚାର ପ୍ରସାରର ସୁବିଧା । ଛେନାପୋଡ଼କୁ ବିଶ୍ୱସ୍ତରୀୟ କରାଇବାକୁ ଆରମ୍ଭ ହୋଇଛି ଉଦ୍ୟମ ।

ନୟାଗଡ଼ ସହରର ସ୍ୱର୍ଗତ ସୁଦର୍ଶନ ସାହୁ ଏହି ସୁଆଦିଆ ଛେନାପୋଡ଼ର ସ୍ରଷ୍ଟା ବୋଲି କୁହାଯାଉଛି । କଚେରି ବଜାରରେ ଜଳଖିଆ ଦୋକାନ କରିଥିବା ସୁଦର୍ଶନ ସାହୁ ଦିନେ ବଳିପଡିଥିବା କିଛି ଛେନାକୁ ନଷ୍ଟ ହେବାରୁ ବଂଚାଇବାକୁ ଉଦ୍ୟମ କରିଥିଲେ । ବଳକା ଥିବା ଛେନାରେ କିଛି ଚିନି ମିଶାଇ ତାକୁ ପୋଡି ପୋଡ଼ପିଠା ପ୍ରସ୍ତୁତ କରିଥିଲେ । ସେଥିପାଇଁ ସୁଦର୍ଶନଙ୍କୁ ଛେନାପୋଡ଼ର ସ୍ରଷ୍ଟା ବୋଲି କୁହାଯାଉଛି । ସ୍ୱର୍ଗତ ସୁଦର୍ଶନଙ୍କ ଜନ୍ମ ତାରିଖ ଅନୁସାରେ ୧୧ ଏପ୍ରିଲ ତାରିଖକୁ ବିଶ୍ୱ ଛେନାପୋଡ଼ ଦିବସ ଭାବରେ ପାଳନ କରିବାକୁ ଉଦ୍ୟମ କରାଯାଉଛି । ଆଉ ଏଭଳି ଉଦ୍ୟମକୁ ଚାରିଆଡୁ ମିଳୁଛି ଢେର ପ୍ରଶଂସା । ଏପ୍ରିଲ ୧୧ ତାରିଖକୁ ଛେନାପୋଡ଼ ଦିବସ ଭାବେ ପାଳନ କରୁଥିବା ବେଳେ, ଏବେ ଅପେକ୍ଷା କେବେ ମିଳୁଛି ନୟାଗଡ଼ ଛେନାପୋଡ଼କୁ GI ଟ୍ୟାଗ ।