ଜମିବାଡ଼ି ବିବାଦକୁ ନେଇ ବାହାରପଟୁ ତାଲା ମାରି ଘରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ। ଅଗ୍ନିକାଣ୍ଡରେ ଘର ଜଳିପୋଡ଼ି ପାଉଁଶ ହୋଇଯାଇ ଥିବାବେଳେ ଆସବାବପତ୍ର, ଟଙ୍କା, ସୁନା ପୋଡ଼ି ପାଉଁଶ ହୋଇଯାଇଛି।
ଓଡ଼ିଆ ସଂସ୍କୃତି ଓ ପରମ୍ପରାର ପର୍ବ ପଣା ସଂକ୍ରାନ୍ତି । ଆଜି ମହା ବିଷୁବ ସଂକ୍ରାନ୍ତି । ଓଡ଼ିଆ ସଂସ୍କୃତି ଓ ପରମ୍ପରାର ପର୍ବ ପଣା ସଂକ୍ରାନ୍ତି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ସେଲ୍ଫ ଫାଇନାନ୍ସିଂ କୋର୍ସ ଉପରେ ଅଙ୍କୁଶ ଲଗାଇବାକୁ ସରକାରଙ୍କ ନିଷ୍ପତ୍ତିକୁ ନେଇ ବିବାଦ । ସେଲ୍ଫ ଫାଇନାନ୍ସିଂ କୋର୍ସ ପାଇଁ ସିଟ୍ ୨୦ ପ୍ରତିଶତରେ ସୀମିତ ରଖିବା ନେଇ କୁଳାଧିପତିଙ୍କ ସଚିବାଳୟରୁ ନିର୍ଦ୍ଦେଶନାମା ଜାରି ପରେ ଘରୋଇ ଶିକ୍ଷାନୁଷ୍ଠାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହା କରାଯାଇଥିବା ଅଭିଯୋଗ ଉଠିଛି ।
ପ୍ରଥମଥର ପାଇଁ ଭୁବନେଶ୍ୱରରୁ ଧରାହେଲା କୋକେନ । ଦୁଇ ଜଣ ଆନ୍ତଃରାଜ୍ୟ ନିଶା ମାଫିଆଙ୍କୁ କୋକେନ ବିକ୍ରି ଅଭିଯୋଗରେ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ ।
ଶର୍ମିଷ୍ଠାଙ୍କ କାର୍ OD 02BA 6599 କ୍ୟାମେରାମ୍ୟାନ ମାନସ ସ୍ୱାଇଁ ଅପହରଣ, ହତ୍ୟା, ମୃତଦେହ ପୋତିବା ଏବଂ ପ୍ରମାଣ ଲୁଚାଇବା ଯାଏଁ, ସବୁଠି ବ୍ୟବହାର ହୋଇଛି ଏହି କାର୍ । କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ଏହାର ଆଉ ଏକ ଠୋସ୍ ପ୍ରମାଣ ।
୫ ଜଣଙ୍କୁ ନୃଶଂସ ଭାବେ ହାଣିବା ସତ୍ତ୍ୱେ, ଶିବ ଦେହରେ ଟିକିଏ ବି ରକ୍ତ ଲାଗିଲାନି କେମିତି ? ଆଜିକୁ ୨ଦିନ ହେଲା, ସମସ୍ତଙ୍କ ମୁଣ୍ଡରେ ଘୁରିବୁଲୁଛି ଏମିତି ଅସମାହିତ ପ୍ରଶ୍ନ । ଏସବୁ ଭିତରେ ଆଜି ଅଭିଯୁକ୍ତ ଶିବର ପତ୍ନୀ ସେହି କାଳରାତିର କାହାଣୀ ବଖାଣିଛନ୍ତି ।
୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ ଫୁଟବଲ ପାଇଁ ଭେନ୍ୟୁ ଘୋଷଣା ।
ମଂଚରେ ସୂଚନା ଓ ଲୋକସଂପର୍କ ବିଭାଗର ସଚିବଙ୍କଠୁ ଆରମ୍ଭ କରି ନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ସମସ୍ତେ ଥିଲେ । ହେଲେ ସେହି ବିଭାଗ ଛାପିଥିବା ନିମନ୍ତ୍ରଣ ପତ୍ରରେ କେମିତି ସାମିଲ ହେଲାନି ସାଂସଦ ଅପରାଜିତାଙ୍କ ନାଁ, ସେ ନେଇ କେହି ମୁହଁ ଖୋଲିବାକୁ ନାରାଜ୍ ।
ଆକାଂକ୍ଷୀ ଜିଲ୍ଲା ସମୀକ୍ଷା ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଅସିଥିବା ବେଳେ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ଢଙ୍ଗରେ ବର୍ଷିଛନ୍ତି ।
ନବଜାତ ଶିଶୁଟି ଥାର୍ଡ ଜେଣ୍ଡର ବା କିନ୍ନର ବୋଲି ଜଣାପଡିବା ପରେ ଗ୍ରହଣ କଲେନି ପରିବାର ଲୋକେ । ସ୍ୱାମୀ ଓ ଶ୍ୱଶୁର ଘର ଲୋକ ସନ୍ତାନଟିକୁ ପାଳନ କରିବାକୁ ଅନିଛା ପ୍ରକାଶ କଲେ । ନିଜ ପାଖରେ ପିଲାଟିକୁ ରଖିବାକୁ ଚାହୁଁ ଥିଲେବି ପରିବାର ଲୋକ ରାଜି ହେଉ ନଥିବା ଶିଶୁର ମା କହିଛନ୍ତି ।
ଗୋଟିଏ ଭାଲୁ ଗାଁ ଲୋକଙ୍କ ଭୟରେ ଗଛରେ ଚଢ଼ି ଲୁଚି ରହିଥିବା ବେଳେ ଗାଁ ଲୋକ ମଧ୍ୟ ଭାଲୁକୁ ଦେଖି ଆତଙ୍କରେ ଅଛନ୍ତି । ପୁରା ଗାଁରେ ରହିଛି ଭୟର ବାତାବାରଣ ଭିତରେ ।
ଧୁଷୁରୀ ସାଆଁଳପୁର ଆଇଜିଏମ୍ କଲେଜର ସେକ୍ସନ ଅଫିସର ପ୍ରଭାତ ନାୟକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ଗିରଫ କରିଛନ୍ତି ।
କୋରାପୁଟ ସବ ଜେଲ୍କୁ ହୋଇକୋର୍ଟ ଜଷ୍ଟିସଙ୍କ ଅତର୍କିତ ଗସ୍ତ ଓ ଯାଞ୍ଚ ପରେ ଏଭଳି ଅବ୍ୟବସ୍ଥା ସାମ୍ନାକୁ ଆସିଥିଲା । ଜେଲରେ କଏଦୀଙ୍କୁ ନିମ୍ନମାନର ଖାଦ୍ୟ ପରିବେଷଣ ଓ ଶୌଚାଳୟ ବ୍ୟବହାର ଉପଯୋଗୀ ନଥିବା, ବିଚାରପତିଙ୍କ ନଜରକୁ ଆସିଥିଲା ।
ବାରମ୍ବାର ନୋଟିସ ସତ୍ତ୍ୱେ ଜିଲ୍ଲାପାଳ ହାଜର ନହେବା ପରେ କମିଶନ ୱାରେଣ୍ଟ ଜାରି କରିଥିଲେ ।
ପୂର୍ବତନ ଡିଜିପି ଅଭୟଙ୍କୁ ନୂଆ ନିଯୁକ୍ତି ଦେଲେ ରାଜ୍ୟ ସରକାର। ତାଙ୍କୁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ୫ ବର୍ଷ କିମ୍ବା ୬୨ ବର୍ଷ ବୟସ ହେଲା ପର୍ଯ୍ୟନ୍ତ ସେ କାର୍ଯ୍ୟ କରିବେ।
ଚାପୁଡ଼ା ମାରି ହଟହଟା ହେଲେ ତହସିଲଦାର। ଗାଁ ଲୋକେ ତହସିଲଦାରଙ୍କୁ ଘଣ୍ଟାଏରୁ ଅଧିକ ସମୟ ଧରି ଅଟକାଇ ଦେଲେ। ପୁଲିସ୍ର ହସ୍ତକ୍ଷେପ ପରେ ତହସିଲଦାର ଗାଁ ଲୋକଙ୍କ କବଳରୁ ମୁକୁଳି ଥିଲେ। ଯାହାର ଭିଡ଼ିଓ ସୋଶାଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି।
UGC ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ଗାଇଡଲାଇନ୍ । ଉଭୟ କୋର୍ସ ଫିଜିକାଲ ମୋଡ୍ରେ କରିପାରିବେ ଛାତ୍ରଛାତ୍ରୀ ।
ପୁଣି ଥରେ ସେମାନଙ୍କୁ ବୁଝା ସୁଝା କରିବାକୁ କହିଲେ କୋର୍ଟ । ଆସନ୍ତା ମେ ୯ ତାରିଖରେ ମାମଲାର ହେବ ପରବର୍ତ୍ତୀ ଶୁଣାଣି ।
ଗରମ ବଢିଲାଣି। ଘରେ ଆଉ ରହି ହେଉନି। ଘର ହେଉ କି ବାହାର ସବୁ ନିଆଁ। ଏମିତି ବେଳେ ବେଣାଚେର କିଣିବାକୁ ମାର୍କେଟରେ ଭାରି ଗହଳି। ଆଉ ଏଥିପାଇଁ ଏକ ଗାଁରେ ଭାରି ଭିଡ଼ ।
ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା,କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ
ହରଚଣ୍ଡୀ ସାହି ଆଖେଡ଼ା ପକ୍ଷରୁ ଏସବୁ ଚରିତ୍ର ବେଶ ଠାଟ ପଟୁଆର ବାହାରିଥିଲେ । ଶ୍ରୀଜୀଉଙ୍କ ଦକ୍ଷିଣୀ ଘର ଭୋଗ ପରେ ଶ୍ରୀରାମ-ଲକ୍ଷ୍ମଣ ଦକ୍ଷିଣୀ ଘରକୁ ବିଜେ କରିଥିଲେ ।
ଏମିତିକ ଖୋଦ ସରକାରୀ ତାଲିକାରେ ବି ତାଳମେଳ ରହୁନି । ଏଥିପାଇଁ କିଏ ଦାୟୀ ବୋଲି ପ୍ରଶ୍ନ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ନେତା ସୁରଥ ବିଶ୍ୱାଳ ।
ବାହାଘରର ସମସ୍ତ ଖର୍ଚ୍ଚ ବହନ କଲେ। ଭୋଜିଭାତ ଦେଲେ। ଶେଷରେ ଘରକରଣା ସାମଗ୍ରୀ ଓ ଉପହାର ଦେଇ ଝିଅକୁ ପଠାଇଲେ ଶାଶୁଘର। ଦେଖନ୍ତୁ ଏହି ନିଆରା ବିବାହ ଉତ୍ସବ...
କର୍ଲ୍ଲାଜୁରୀ ଗାଁରେ ରହିଛି ତିନୋଟି ନଳକୂପ। ହେଲେ ଏସବୁ କୌଣସି କାମରେ ଆସୁନାହିଁ।