Advertisment

KIIT University: କିଟ୍‌ କାଣ୍ଡ ପରଠୁ ଆତଙ୍କରେ ନେପାଳୀ ଛାତ୍ରଛାତ୍ରୀ, KIIT ଫେରିବାକୁ ଡରୁଛନ୍ତି ଅଧିକାଂଶ ପିଲା

୧୬ ରାତିରେ KIIT କ୍ୟାମ୍ପସରେ ସଂଘର୍ଷର ଦୃଶ୍ୟ ଆଜି ବି ଭୟଭୀତ କରୁଛି ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ । KIITରେ ଆଉ ପାଠ ପଢ଼ିବାକୁ ନା ସୁରକ୍ଷିତ ଭାବୁଛନ୍ତି ନେପାଳୀ ପିଲା ନା ସେଠାରେ ପିଲାଙ୍କୁ ପଢ଼ାଇବାକୁ ଚାହୁଁଛନ୍ତି ଅଭିଭାବକ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
KIIT ଫେରିବାକୁ ଡର

KIIT ଫେରିବାକୁ ଡର

କିଟ୍ କାଣ୍ଡକୁ ସପ୍ତାହେ ବିତିଲାଣି, ହେଲେ ଏଠାରେ ପଢ଼ୁଥିବା ନେପାଳୀ ଛାତ୍ରଛାତ୍ରୀ ଆଉ ଫେରିବାକୁ ଚାହୁଁନାହାନ୍ତି । ସେମାନଙ୍କୁ ବୁଝେଇ ସୁଝେଇ ଫେରାଇ ଆଣିବା ପାଇଁ KIIT କର୍ତ୍ତୃପକ୍ଷ ବିକଳ ହେଉଛନ୍ତି, ସରକାର ବି ଅପିଲ୍ କରୁଛନ୍ତି । କିନ୍ତୁ ତିକ୍ତ ଅନୁଭୂତି ନେଇ ସ୍ବଦେଶ ଫେରିଥିବା ଛାତ୍ରଛାତ୍ରୀ ଆଉ ଫେରିବା ମୁଡ୍‌ରେ ନାହାଁନ୍ତି ଯେମିତି । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କିଟରେ ପ୍ରାୟ ୧୧ଶହ ନେପାଳୀ ପିଲା ପଢୁଥିବା ବେଳେ ଏଯାଏଁ ମାତ୍ର ୧୫୦ରୁ ୨୦୦ ପିଲା ହିଁ ଫେରିଛନ୍ତି । ନେପାଳୀ ସମାଜର କହିବା କଥା, KIITରେ ପଢୁଥିବା ନେପାଳୀ ଛାତ୍ରଛାତ୍ରୀ ଆଗକୁ ଟିସି ନେଇ ନିଜ ଦେଶରେ ପଢ଼ିବେ । ତେଣେ ନେପାଳୀ ଛାତ୍ରଛାତ୍ରୀ ଓଡ଼ିଶା ନଫେରିବା ନେଇ ରାଜନୈତିକ ବୟାନବାଜି ବି ତେଜିଛି ।

Advertisment

ଅଧିକ ପଢ଼ନ୍ତୁ: ପ୍ଲେସମେଣ୍ଟ ନାଁରେ କିଟ୍‌ରେ ଯୌନଶୋଷଣ, ପୂର୍ବତନ ଛାତ୍ରୀ ଆଣିଲେ ସଂଗୀନ ଅଭିଯୋଗ

୧୬ ରାତିରେ KIIT କ୍ୟାମ୍ପସରେ ସଂଘର୍ଷର ଦୃଶ୍ୟ ଆଜି ବି ଭୟଭୀତ କରୁଛି ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ । KIITରେ ଆଉ ପାଠ ପଢ଼ିବାକୁ ନା ସୁରକ୍ଷିତ ଭାବୁଛନ୍ତି ନେପାଳୀ ପିଲା ନା ସେଠାରେ ପିଲାଙ୍କୁ ପଢ଼ାଇବାକୁ ଚାହୁଁଛନ୍ତି ଅଭିଭାବକ । ବାଉନସର୍ ଲଗାଇ ମାଡ଼ ମାରିଲେ। ଅଖିଆ ଅପିଆ ଅବସ୍ଥାରେ ନେଇ ରେଳ ଷ୍ଟେସନରେ ଛାଡ଼ିଦେଲେ। ମାମଲାକୁ ସପ୍ତାହେ ପୁରିଥିଲେ ବି ପିଲାଙ୍କୁ ଫେରାଇ ଆଣିବା ପାଇଁ ବିକଳ ହେଉଥିବା KIIT କର୍ତ୍ତୃପକ୍ଷଙ୍କୁ ବିଶ୍ବାସକୁ ନେଇ ପାରୁନାହାନ୍ତି ନେପାଳୀ ଛାତ୍ରଛାତ୍ରୀ ଏବଂ ଅଭିଭାବକ ।

Advertisment

ମୂଲପ୍ରଭା ଅଖିଳ ଭାରତ ନେପାଳୀ ଏକତା ସମାଜର ଓଡ଼ିଶା ଶାଖା ସଭାପତିଙ୍କ କହିବା କଥା, ୧୫ ଶହରୁ ଅଧିକ ନେପାଳି ପିଲା ପଢୁଛନ୍ତି କିଟ୍‌ରେ । କିନ୍ତୁ କିଟ୍ କାଣ୍ଡ ପରଠୁ ଏବେ ସମସ୍ତେ ଭୟଭୀତ ଥିବାବେଳେ ସଂପୃକ୍ତ ଛାତ୍ରଛାତ୍ରୀ ଟିସି ନେଇ ନେପାଳରେ ପଢ଼ିବା ପାଇଁ ପ୍ରସ୍ତୁତ ହେଉଛନ୍ତି ।

ସେତେବେଳେ ପିଲାଙ୍କୁ ପିଟି ବିଦା କରିଥିବା କିଟ୍ କର୍ତ୍ତୃପକ୍ଷ ଏବେ ସେମାନଙ୍କୁ ଫେରାଇ ଆଣିବା ପାଇଁ ବିକଳ ହେଉଥିବାବେଳେ ଜଣେ ଅଭିଭାବକ କେମିତି କ୍ଷୋଭ ପ୍ରକାଶ କରୁଛନ୍ତି । କିଟ୍ କୁଳପତିଙ୍କ ସହ ନେପାଳର ଜଣେ ଅଭିଭାବକ କଥା ହେବାବେଳେ ପିଲାଙ୍କୁ ଦୁର୍ବ୍ୟବହାର ସହ ବାଉନସର ଲଗାଇ ମାଡ଼ ମରାଯିବା ଏବଂ ରେଲୱେ ଷ୍ଟେସନରେ ଛାଡିବା ଘଟଣା ପରେ ସୁରକ୍ଷାକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ।

ସଂପୃକ୍ତ ଅଭିଭାବକଙ୍କ ପ୍ରତିକ୍ରିୟାରୁ ସ୍ପଷ୍ଟ ବାରି ହେଉଛି, KIIT ଆଉ ନେପାଳ ଛାତ୍ରଛାତ୍ରୀଙ୍କ ପାଇଁ ସୁରକ୍ଷିତ ନୁହଁ । ତେବେ କିଟ୍‌ରେ ପ୍ରକୃତରେ କେତେ ନେପାଳୀ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ଏବଂ କିଟ୍ କାଣ୍ଡ ପରଠୁ କେତେଜଣ ଫେରିନାହାଁନ୍ତି, ସେହି ତଥ୍ୟକୁ ସାମ୍ନାକୁ ଆଣୁନାହାଁନ୍ତି ସଂପୃକ୍ତ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ। ନେପାଳର ଗଣମାଧ୍ୟମ ‘ଦି କାଠମାଣ୍ଡୁ ପୋଷ୍ଟ’ କହୁଛି, ଗତକାଲି ସୁଦ୍ଧା ନେପାଳର ୪ଟି ସୀମା ଦେଇ ୩୦୧ ଛାତ୍ରଛାତ୍ରୀ ସ୍ବଦେଶ ଫେରିଛନ୍ତି । ସେମାନଙ୍କୁ ନେପାଳର ତ୍ରିଭୂବନ ବିଶ୍ବବିଦ୍ୟାଳୟ ଓ ପୂର୍ବାଞ୍ଚଳ ବିଶ୍ବବିଦ୍ୟାଳୟ ପଢାଇବା ପାଇଁ ରାଜି ହୋଇଛନ୍ତି । ଅନ୍ୟପଟେ ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କିଟରେ ପ୍ରାୟ ୧୧୦୦ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫୦ରୁ ୨୦୦ ପିଲା ହିଁ ଏବେ ସୁଦ୍ଧା ଫେରିଛନ୍ତି। ତେବେ ଏ ନେଇ କିଟ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ବଡ଼ ପ୍ରଶ୍ନ, ବଳକା ନେପାଳୀ ଛାତ୍ରଛାତ୍ରୀ ଆଉ କିଟ୍ ଫେରିବେ ନା ନାହିଁ ? ସେନେଇ କାହା ପାଖରେ ତଥ୍ୟ ନଥିବାବେଳେ ଏହାକୁ ନେଇ ସରକାରଙ୍କୁ ଦୋଷାରୋପ କରିଛନ୍ତି ବିରୋଧୀ ବିଜେଡି ଏବଂ କଂଗ୍ରେସ। ତେବେ ବିଜେପି କହିଛି, ଘଟଣାରେ ଯିଏ ବି ଦୋଷୀ ହେବେ କାହାକୁ ମାଫ୍ କରିବାର ପ୍ରଶ୍ନ ଉଠୁନି। କଠୋର କାର୍ଯ୍ୟନୁଷ୍ଠାନ ନିଆଯିବ।

ଅଧିକ ପଢ଼ନ୍ତୁ: କିଟ୍‌ କାଣ୍ଡ: ପୁଣି ୬ ଜଣଙ୍କୁ ନୋଟିସ୍‌, ୨୭ରେ ହାଜର ହେବାକୁ ନିର୍ଦ୍ଦେଶ

Bhubaneswar KIIT KIIT University
Advertisment
Advertisment