• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସେ ଜଗତଜନନୀ, ସେ ମନ୍ଦିର ମାଳିନୀ, ସେ ହେଉଛନ୍ତି ନାରାୟଣୀ ମା ଭୈରବୀ । ମା ଭୈରବୀ ଭାରତର ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ବିଧିରେ ପୂଜା ପାଉଛନ୍ତି । ମୟୁରଭଞ୍ଜ ଚିତ୍ରଡା ସ୍ଥିତ ଭୈରବୀଙ୍କ ମନ୍ଦିରରେ ମଧ୍ୟ ହିନ୍ଦୁ ରୀତିନୀତିରେ ମା’ଙ୍କୁ ପୂଜା କରାଯାଏ । ହେଲେ ଏହି ମନ୍ଦିରର ସ୍ଵତନ୍ତ୍ର ପରମ୍ପରା ରହିଛି । ଏଠାରେ ମାଙ୍କୁ ଦେଶୀ ଓ ବିଦେଶୀ ମଦ ଅର୍ପଣ କରାଯା‌ଇଥାଏ ।

ବାରିପଦା ଚିତ୍ରଡା ରାସ୍ତାରେ ରହିଛି ମା ସିଂହ ବାହୀନି ଭୈରବୀ ଦେବୀଙ୍କ ମନ୍ଦିର । ଏକ କେନ୍ଦୁଗଛ ମୂଳରେ ପୁଜା ପାଉଛନ୍ତି ମା । ଗଛ ମୂଳେ ଏକ ସୁନ୍ଦର ମନ୍ଦିରଟିଏ ତିଆରି ହୋଇଛି । ମା ସ୍ୱୟଂ ଏଠାରେ ଆବିର୍ଭାବ ହୋଇଥିବା ଅନେକ ଲୋକକଥା ରହିଛି । ଭୈରବୀ ଭକ୍ତଙ୍କ ଭୟମୁକ୍ତ କରିବା ସହ ଦର୍ଶନ କଲେ ମନୋକାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । ତେବେ ଚିତ୍ରଡା ଭୈରବୀଙ୍କ ମନ୍ଦିରରେ ଏକ ବିରଳ ପରମ୍ପରା ମଧ୍ୟ ରହିଛି । ଏଠି ମାଙ୍କୁ ମଦ ଅର୍ପଣ କରାଯାଇଥାଏ । ଉଭୟ ଦେଶୀ ଓ ବିଦେଶୀ ମଦ ଭୋଗ ଲାଗିହୁଏ । ତେବେ ଏ ପରମ୍ପରା କାହିଁ କେଉଁ ଅମଳରୁ ଚାଲିଆସୁଛି । ଏହାସହ ମାଙ୍କୁ ଫୁଲ, ଫଳ, ନଡ଼ିଆ, କଦଳୀ, ଶୁଖିଲା ଭୋଗ ଅର୍ପଣ କରିଥାଆନ୍ତି ଭକ୍ତ ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମାଙ୍କୁ ଦେଶୀ ମଦ ଅର୍ପଣ କରିବା ନିହାତି ଏକ ଭିନ୍ନ ପରମ୍ପରାର ଝଲକ । ଭକ୍ତଙ୍କ ମନୋକାମନା ପୂରଣ ହେଲେ ଭକ୍ତ ଖୁସିରେ ମା’ଙ୍କୁ ଏଠାରେ ମଦ ଅର୍ପଣ କରନ୍ତି ବୋଲି ପୂଜକ କହନ୍ତି । ତେବେ ମା’ଙ୍କ ଆଶିଷ ପାଇଁ କାହିଁ କେଉଁ ଦୂରରୁ ଭକ୍ତ ମା ଭୈରବୀଙ୍କ ମନ୍ଦିରକୁ ଛୁଟି ଆସନ୍ତି । ପ୍ରତି ଶନିବାର, ମଙ୍ଗଳବାର ସହ ବର୍ଷର ବିଭିନ୍ନ ସଂକ୍ରାନ୍ତିରେ ମାଙ୍କ ଏଠାରେ ବଡ଼ ଧୁମଧାମରେ ପୂଜା କରା ଯାଇଥାଏ ।

ମାନିକ୍ ଲାଲ୍ ପାଣି ବାରିପଦା