• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜଗା ପାଳିଲା ଜନ୍ମଦିନ । କନ୍ଧମାଳର ଫିରିଙ୍ଗିଆ ବ୍ଲକ ମେଲୁପଡ଼ାର ଯୋଡ଼ାମୁଣ୍ଡ ଶିଶୁ ଜଗା ନିଜର ସପ୍ତମ ଜନ୍ମଦିନ ପାଳିଛି । ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟର ଏକ ସ୍ୱତନ୍ତ୍ର କ୍ୟାବିନରେ ଜଗା ଜନ୍ମଦିନ ପାଳନ କରିଛି ।

ଏହି ଅବସରରେ କ୍ୟାବିନକୁ ବେଲୁନ ଓ ରଙ୍ଗିନ ଆଲୁଅରେ ସଜା ଯାଇଥିଲା । ବାପା ଭୂୟାଁ କହଁର, ମାଆ ପୁଷ୍ପାଞ୍ଜଳି କହଁର, ସାନ ଭଉଣୀ ସୁଭଦ୍ରା ଏବଂ ମେଡିକାଲ କର୍ମଚାରୀଙ୍କ ଗହଣରେ ଜନ୍ମଦିନ ପାଳନ କରିଛି ଜଗା ।

୨୦୧୭ ମସିହାରେ ଯୋଡ଼ା ମୁଣ୍ଡ ଶିଶୁ ଜଗା -କାଳିଆଙ୍କ ଦିଲ୍ଲୀ AIIMSରେ ସଫଳ ଅସ୍ତ୍ରୋପ୍ରଚାର କରାଯାଇଥିଲା । ୨୦୨୦ ନଭେମ୍ବର ମାସରେ କଟକ SCB ମେଡିକାଲରେ କାଳିଆର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ପରେ ଜଗାକୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇ ଏକ ସ୍ୱତନ୍ତ୍ର କ୍ୟାବିନରେ ରଖି ତାର ଚିକିତ୍ସା କରାଯାଉଛି । ଏହାରି ଭିତରେ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲିକ୍ଷିତ ହୋଇଥିଲେ ମଧ୍ୟ ତା ମୁଣ୍ଡରେ ଏବେ ମଧ୍ୟ ହେଲମେଟ ରହିଛି ।