• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ଖୁବ୍‌ଶୀଘ୍ର ଖୋର୍ଦ୍ଧାରୋଡ୍-ବଲାଙ୍ଗୀର ରେଳ ପ୍ରକଳ୍ପର ଦଶପଲ୍ଲା ରୁ ବାଣୀଗୋଛା କୁ ଗଡିବ ଟ୍ରେନ୍ । ନିକଟରେ ସରିଛି ୩ ନମ୍ୱର ଟନେଲର ସଫଳତାର ସହ ବ୍ରେକ୍ ଥ୍ରୁ ସରିଛି । ପୂର୍ବ ରୁ ଦଶପଲ୍ଲା ଷ୍ଟେସନ ନିକଟରେ ଥିବା ସୁଡ଼ଙ୍ଗ ପ୍ରଥମ ଟନେଲ ର ଖନନ ସରିଥିବା ବେଳେ, ନିକଟରେ ସୁଡ଼ଙ୍ଗ-ଟି୩ ଖନନ ସରିଛି ।

ଏହାସହ ଖୋର୍ଦ୍ଧାରୋଡ୍-ବଲାଙ୍ଗୀର ନୂତନ ରେଳ ଲାଇନ ପ୍ରକଳ୍ପ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି । ନୟାଗଡ଼ ଜିଲ୍ଲାର ବୁଗୁଡ଼ା ଓ ବାଣିଗୋଚ୍ଛା ମଧ୍ୟରେ ଅବସ୍ଥିତ ସବୁ ଠାରୁ ବଡ଼ ସୁଡ଼ଙ୍ଗ-ଟି ୩ ଖନନ କାର୍ଯ୍ୟ ଶେଷ ହୋଇଛି । ୨,୬୨୦ ମିଟର ଦୈର୍ଘ୍ୟ ଓ ୨-ଡିଗ୍ରି କର୍ଭ(ବକ୍ର) ବିଶିଷ୍ଟ ଏହି ସୁଡ଼ଙ୍ଗ ଖନନ କାର୍ଯ୍ୟ ନୂତନ ଜ୍ଞାନକୌଶଳ ପଦ୍ଧତି ଦ୍ବାରା କାର୍ଯ୍ୟ କରାଯାଇଛି ।

ଗତ ମାସ ଜାନୁଆରି ୧୩ରେ ଏହି ସଫଳତମ ବ୍ରେକ ଥ୍ରୁ ହୋଇଛି । ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ୍ ପ୍ରକଳ୍ପରେ ସୁଡ଼ଙ୍ଗ- ଟି୩ ହେଉଛି ନୟାଗଡ଼ ଜିଲ୍ଲାର ସବୁଠାରୁ ଲମ୍ବା ଏବଂ ପ୍ରକଳ୍ପର ଦ୍ବିତୀୟ ଲମ୍ବା ସୁଡ଼ଙ୍ଗ । ଖନନରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଓ ମେସିନ୍ ନିୟୋଜିତ ହୋଇଥିଲା । ଏହି ସଫଳତା ଓଡ଼ିଶାର ଉପକୂଳ ଅଞ୍ଚଳ ସହିତ ପଶ୍ଚିମାଞ୍ଚଳକୁ ସଂଯୋଗ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହା ପରିବହନ ଓ ଆର୍ଥିକ ସମ୍ଭାବନାକୁ ବୃଦ୍ଧି କରିବ ।

୩୦୧ କିଲୋମିଟର ବିଶିଷ୍ଟ ଖୋର୍ଦ୍ଧାରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପରେ ସୁଡ଼ଙ୍ଗ ନିର୍ମାଣରେ ଅନେକ ଇଞ୍ଜିନିୟରିଂ ଓ ଲଜିଷ୍ଟିକ୍ ଆହ୍ବାନର ସାମ୍ନା କରିବାକୁ ପଡ଼ିଛି । ଏହି ପ୍ରକଳ୍ପରେ ୭୫ କିମି ମଧ୍ୟରେ ୭ଟି ସୁଡ଼ଙ୍ଗ ରହିଛି । ଯାହାକି ଦଶପଲ୍ଲା ଓ ପୁରୁଣାକଟକ ମଧ୍ୟରେ ନିର୍ମାଣାଧୀନ ଥିବା ସାତଟି ସୁଡ଼ଙ୍ଗର ମୋଟ୍ ଲମ୍ବ ୧୨.୭୬ କିଲୋମିଟର ।

ଏପର୍ଯ୍ୟନ୍ତ ୭ଟି ସୁଡ଼ଙ୍ଗ ମଧ୍ୟରୁ ୪ଟିର ବ୍ରେକ୍ ଥ୍ରୁ ସରିଛି । ସେଥି ମଧ୍ୟରୁ ନୟାଗଡ଼ ଜିଲ୍ଲାରେ ରହିଛି ୨ଟି ସୁଡ଼ଙ୍ଗ , ଅନ୍ୟାନ୍ୟ ସୁଡ଼ଙ୍ଗ ଖନନ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି । ବିଭିନ୍ନ ମାଟି ଘନତା ଓ ପଥର ଗଠନ ସମେତ ଜଟିଳ ଭୌଗୋଳିକ ପରିସ୍ଥିତି ପରିଚାଳନା ପାଇଁ ନୂତନତମ କୌଶଳ ବ୍ୟବହାର କରି ସୁଡ଼ଙ୍ଗଗୁଡ଼ିକ ନିର୍ମାଣ ହେଉଛି ।

ଏହାକୁ ନେଇ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ କହିଛନ୍ତି 'ଏହା ନୟାଗଡ଼ ଜିଲ୍ଲା ପାଇଁ ଏକ ବଡ଼ ଡେଭଲପମେଣ୍ଟ ହୋଇଛି । ଜମି ଅଧିଗ୍ରହଣ ବହୁତ କ୍ଷୀପ୍ର ଗତିରେ ହେଉଛି । ତେଣୁ ମୁଁ ଆଶା କରୁଛି ଖୁବ୍ ଶୀଘ୍ର ଜମି ଅଧିଗ୍ରହଣ କାମ ଶେଷ ହୋଇଯିବ ।

ଅଧିକ ପଢ଼ନ୍ତୁ : ଖାଲି ଜମି ନୁହେଁ, ଚିକିତ୍ସା କେଳଙ୍କାରୀରେ ବି ଉବୁଟୁବୁ ଅଚ୍ୟୁତ; ଚଳୁ କରିଛନ୍ତି ୧୦୦ କୋଟିରୁ ଅଧିକ ଟଙ୍କା !

  • Reported by:
  • Sanjeeb Sahoo

OTV is now on Whatsapp

Join and get latest news update delivered to you via whatsapp

Join Now