Advertisment

ସ୍କୁଲ୍‌ରେ ବିଳମ୍ବରେ ପହଞ୍ଚିବାରୁ ଉଠ୍‌ବସ୍‌ କରାଇଲେ ଶିକ୍ଷକ, ଅଚେତ ହୋଇପଡ଼ିଲେ ଛାତ୍ରୀ

ସ୍କୁଲ୍‌ରେ ବିଳମ୍ବରେ ପହଞ୍ଚିବାରୁ ଛାତ୍ରୀଙ୍କୁ ଉଠ୍‌ବସ୍‌ କରାଇଲେ ଶିକ୍ଷକ। ଫଳରେ ୭ ଛାତ୍ରୀ ଅସୁସ୍ଥ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ବଲାଙ୍ଗିର ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି।

author-image
Rajalaxmi Sahoo
Punishment To Girl Students

Punishment To Girl Students

ସ୍କୁଲ୍‌ରେ ବିଳମ୍ବରେ ପହଞ୍ଚିବାରୁ ଛାତ୍ରୀଙ୍କୁ ଉଠ୍‌ବସ୍‌ କରାଇଲେ ଶିକ୍ଷକ। ଫଳରେ ୭ ଛାତ୍ରୀ ଅସୁସ୍ଥ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ବଲାଙ୍ଗିର ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି। 

Advertisment

ସୂଚନା ଅନୁସାରେ, ପାଟଣାଗଡ ସୁନାମୁଦି ସ୍ଥିତ ବାପୁଜୀ ହାଇସ୍କୁଲ୍‌ର ୭ ଛାତ୍ରୀ ବିଳମ୍ବରେ ପହଞ୍ଚିବା ପରେ ଶିକ୍ଷକ ଉଠ୍‌ବସ୍‌ କରିଥିବା ଅଭିଯୋଗ ହୋଇଛି।ଉଠ୍‌ବସ୍‌ ହେବା ପରେ ଛାତ୍ରୀମାନେ ଅଚେତ ହୋଇ ପଡ଼ିଥିଲେ। ଏହାପରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା ଡାକ୍ତର କହିଛନ୍ତି।

Advertisment

ଏଭଳି ଅଭାବନୀୟ ଘଟଣା ଜଣାପଡ଼ିବା ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଗୋଷ୍ଠୀ ଶିକ୍ଷାଧିକାରୀ ଶଙ୍କର ପ୍ରସାଦ ମାଝୀଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। 

Punishment To Students Schools
Advertisment
Advertisment