• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବର୍ଷକର ରୋଜଗାର ଆଶାରେ ଡହଡହ ଖରାରେ ମାଟି ସହ ମାଟି ହୋଇ ଚାଷ କରିଥାଏ ଚାଷୀ । ଧାର କରଜ ତା ସାଙ୍ଗକୁ ବର୍ଦ୍ଧିତ ମଜୁରୀ ଦରର କଷଣ ସହ ଚାଷୀ ଚାଷ କରେ । ହେଲେ ଅମଳ ବେଳକୁ କିନ୍ତୁ ଯଦି ଦର ଠିକ୍ ନ ରୁହେ ଚାଷୀ ହନ୍ତସନ୍ତ ହେବା ସାର । ବାଲେଶ୍ୱର ଜିଲ୍ଲା ରେମୁଣା ଅଞ୍ଚଳର ଲଙ୍କା ଚାଷୀଙ୍କ ସହ ଏପରି କିଛି ଘଟିଛି । ମୁଣ୍ଡ ଝାଳ ତୁଣ୍ଡରେ ମାରି ସବୁଜ କ୍ଷେତରେ ଚଷା ପୁଅ ଭଲ ଫସଲ ଅମଲ କଲା , ଏବେ କିନ୍ତୁ ବଜାର ଦର କମ ଥିବାରୁ କଣ କରିବ କିଛି ବୁଦ୍ଧି ବାଟ ଦିଶୁନାହିଁ । ବାହାର ରାଜ୍ୟରେ ଅଞ୍ଚଳର କଞ୍ଚା ଲଙ୍କାର ଚାହିଦା ଥିଲେ ମଧ୍ୟ କମ୍ ଦର ଯୋଗୁଁ ଚାଷୀ ବିକ୍ରି ନ କରିପାରି କ୍ଷତି ସହୁଛନ୍ତି ।

ପାଗ ଅନୁକୁଳ ରହିଲା, ଚାଷୀର କ୍ଷେତ ବି ହସିଲା । ଅମଳ ବେଳକୁ କିନ୍ତୁ ଅଭାବୀ ବିକ୍ରି ଚିନ୍ତା ବଢ଼ାଇଲା । ପ୍ରଚୁର ପରିମାଣର କଞ୍ଚା ଲଙ୍କା ଅମଳ ହୋଇଛି ସତ, ଏବେ କିନ୍ତୁ କମ୍ ଦରରେ ବିକ୍ରି କରିବା ଚଷା ପୁଅ ପକ୍ଷେ ସମ୍ଭବ ହେଉନି । କରିବେ ତ କଣ କରିବେ ବାଲେଶ୍ୱର ରେମୁଣା ଅଞ୍ଚଳର ଲଙ୍କା ଚାଷୀ । ସବୁଜ କ୍ଷେତରୁ ଲଙ୍କା ସିନା ତୋଳା ଯାଉଛି କିନ୍ତୁ ଏହି ଶ୍ରମିକଙ୍କୁ ଟଙ୍କା ଦେବାକୁ ଚାଷୀ ଏବେ ଅକ୍ଷମ । କାହିଁକିନା, ଉତ୍ପାଦିତ ଲଙ୍କା ଠିକ୍ ଦରରେ ବିକ୍ରି ହୋଇପାରୁନି । ଏପରିକି ବାହାର ରାଜ୍ୟରେ ଏହି ଅଞ୍ଚଳର ଲଙ୍କାର ଚାହିଦା ଥିଲେ ମଧ୍ୟ ଉଚିତ୍ ପାଉଣା ମିଳୁନଥିବାରୁ ଯୋଗାଣ ହେଉନି ।

ଦିଲ୍ଲୀ, ବିହାର, ଝାଡଖଣ୍ଡ, ୟୁପିକୁ ପ୍ରଚୁର ପରିମାଣର ଲଙ୍କା ରପ୍ତାନୀ ହୋଇଥାଏ । ଏହି ଲଙ୍କାକୁ ପ୍ରସ୍ତୁତ ହୋଇଥାଏ ସସ୍, ଜେଲି ଓ ଆଚାର, ଯାହା ପାଇଁ ବାହାର ମାର୍କେଟରେ ଏହାର ଚାହିଦା ଅଧିକ । ଏବେ କିନ୍ତୁ ସେ ସବୁ ମାର୍କେଟରେ ଲୋକାଲ ଆମଦାନୀ ଅଧିକ ହେଉଥିବାରୁ ଆମ ରାଜ୍ୟରୁ ଲଙ୍କା ଦର କମାଇ ଦେଇଛନ୍ତି ବୋଲି କୁହନ୍ତି ବ୍ୟବସାୟୀ । ଯେଉଁଠି ଏବେ କିଲୋପ୍ରତି ତିରିଶରୁ ଚାଳିଶ ଟଙ୍କା ରହିବା କଥା ଏବେ ସେଠି ଆଠ ଦଶ ଟଙ୍କାରେ କିଣୁଛନ୍ତି ବୋଲି କହୁଛନ୍ତି । ଦୁଇ ଚାରି ଦିନ ଭିତରେ ଯଦି ଲଙ୍କା ବାହାର ରାଜ୍ୟରୁ ରପ୍ତାନି ନ ହୁଏ ତେବେ ଚାଷୀ ବଡ କ୍ଷତିର ସମ୍ମୁଖିନ ହେବେ ।