/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649652701.jpg)
Body Building Championship
ପ୍ରଥମ ଥର ପାଇଁ ଓଡ଼ିଶାରେ ଅନୁଷ୍ଠିତ ଏହି ସର୍ବବୃହତ ବଡି ବିଲ୍ଡିଂ ଚାମ୍ପିୟନସିପରେ ସାରା ଦେଶରୁ ଉଭୟ ମହିଳା ଓ ପୁରୁଷ ବର୍ଗରେ ୬୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । NPC ବଡି ବିଲ୍ଡିଂ ଚାମ୍ପିୟାନସିପ NPC ଓଡିଶା ବଡି ବିଲ୍ଡିଂ ଫେଡରେସନ ଓ ଆୱାର୍ଡ-୨୭ ଦ୍ୱାରା ଆୟୋଜିତ ହୋଇଥିଲା । ରାଜ୍ୟର ଏହି ସର୍ବବୃହତ ବଡି ବିଲ୍ଡିଂ ଚମ୍ପିୟାନସିପ ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହୋଇଛି ।
ଏହି ସର୍ବବୃହତ ବଡି ବିଲ୍ଡିଂ ଚମ୍ପିୟାନସିପରେ ଉଭୟ ମହିଳା ଓ ପୁରୁଷ ବର୍ଗରେ ୭ଟି କ୍ୟାଟେଗୋରୀରେ ପ୍ରତିଯୋଗିତା ହୋଇଥିଲା । ଓ୍ୱିମେନ୍ସ ଫିଜିକ, ମେନ୍ସ କ୍ଲାସିକ୍ ଫିଜିକ, ମେନ୍ସ ବଡି ବିଲ୍ଡିଂଗ, ମେନ୍ସ ଫିଜିକ ଓ ଷ୍ଟାର ବଡି ବିଲ୍ଡିଂ ଭଳି କ୍ୟାଟେଗୋରୀରେ ଏହି ପ୍ରତିଯୋଗିତା ହୋଇଥିଲା
ପ୍ରତିଯୋଗିତାର ବିଜୟୀ ରାଶି ୬ ଲକ୍ଷ ୫୦ ହଜାର ଟଙ୍କା ରହିଥିଲା NPC ବଡି ବିଲ୍ଡିଂ ଫେଡରେସନ ବିଶ୍ୱର ଏକମାତ୍ର ଆମେଚର୍ ପ୍ରୋ ଲିଗ ଅର୍ଗାନାଇଜେସନ, ଯାହାକି ଇଣ୍ଟନେସନାଲ ଫେଡରେସନ ଅଫ ବଡି ବିଲ୍ଡିଂ ଏଣ୍ଡ ଫିଟନେସଦ୍ୱାରା ସ୍ୱୀକୃତି ପ୍ରାପ୍ତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)