/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649648541.jpg)
Minor Boy Torture In Outpost
ଫାଣ୍ଡିରେ ଥାର୍ଡ ଡିଗ୍ରୀ, ତା ପୁଣି ଜଣେ ନାବାଳକକୁ। ଚୋରି ଅଭିଯୋଗରେ ଜଣେ ନାବାଳକକୁ ୩ ଦିନ ଫାଣ୍ଡିରେ ରଖି ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। କଟକ SCB ମେଡିକାଲ୍ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆସିଛି।
ସୂଚନା ଅନୁସାରେ, ମୋବାଇଲ ଚୋରି ଅଭିଯୋଗରେ ୧୨ ବର୍ଷର ଅଣ ଓଡ଼ିଆ ନାବାଳକକୁ ମେଡିକାଲ ଫାଣ୍ଡି ପୋଲିସ ଗତ ଶୁକ୍ରବାର ଦିନ ଧରିଥିଲା।ନାବାଳକକୁ ଫାଣ୍ଡିକୁ ଆଣି ମାଡ଼ ମରାଯିବା ସହ ହାଜତ ଭିତରେ ରଖି ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି।
ଖବର ପାଇ ଚାଇଲ୍ଡ ଲାଇନ ସଦସ୍ୟ ଫାଣ୍ଡିକୁ ଯାଇଥିଲେ। ସେଠାରେ ନାବାଳକକୁ ହାଜତ ଭିତରେ ରଖାଯାଇଥିବା ଦେଖି ତାଗିଦ୍ କରିବାରୁ ପୋଲିସ ତାକୁ ହାଜତ ବାହାରକୁ ଆଣିଥିଲା। ପୋଲିସ ନାବାଳକକୁ ପାଇପ୍ରେ ମାଡ଼ ମାରିଥିବା ନିଜେ ନାବାଳକ ଜଣକ ଅଭିଯୋଗ କରିଛନ୍ତି। ପୋଲିସ ସମ୍ପୃକ୍ତ ନାବାଳକକୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଛି। ଆଜି ତାକୁ CWCରେ ହାଜର କରାଯିବ।
#ଫାଣ୍ଡିରେ_ନାବାଳକକୁ_ଥାର୍ଡ_ଡିଗ୍ରୀ !
ନାବାଳକକୁ ୩ ଦିନ ଫାଣ୍ଡିରେ ରଖି ନିର୍ଯାତନା ଦିଆଯିବା ସହ ପାଇପ୍ରେ ମାଡ଼ ମାରିଲା ପୋଲିସ୍...#MinorBoyTorture#Odishapic.twitter.com/OaA8CfVwi6— ଓଟିଭି (@otvkhabar) April 11, 2022
ପିଲାଟି ଯଦି ମାଡ଼ ମରାଯାଇଥିବା ବୟାନ ଦିଏ, ତେବେ ପୋଲିସ ବିରୋଧରେ ଥାନାରେ ଏତଲା ହେବ ଏବଂ ଡାକ୍ତରୀ ପରୀକ୍ଷା କରାଯିବ ବୋଲି ଚାଇଲ୍ଡ ଲାଇନ ସଦସ୍ୟ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)