Advertisment

ଷ୍ଟେଟ୍‌ ଆଥଲେଟିକ୍ ମିଟ୍‌ରେ ଯୌନ ନିର୍ଯାତନା ! ନାବାଳକ ଖେଳାଳିଙ୍କୁ ଉଲଗ୍ନ କରି ଭିଡିଓ କଲିଂ କଲେ ସିନିୟର !

ଷ୍ଟେଟ୍‌ ଆଥଲେଟିକ୍ ମିଟ୍‌ରେ ଯୌନ ନିର୍ଯାତନା ଅଭିଯୋଗ। ଜଣେ ନାବାଳକ ଖେଳାଳିଙ୍କୁ କିଛି ସିନିୟର ଖେଳାଳି ଯୌନ ନିର୍ଯାତନା ଦେଇଥିବା ସମ୍ପୃକ୍ତ ନାବାଳକ ଓ ତାଙ୍କ ମା’ ଭୁବନେଶ୍ୱର ଇନ୍‌ଫୋସିଟି ଥାନାରେ ଅଭିଯୋଗ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Athlete Alleges Torture By Senior Athletes

Athlete Alleges Torture By Senior Athletes

ଷ୍ଟେଟ୍‌ ଆଥଲେଟିକ୍ ମିଟ୍‌ରେ ଯୌନ ନିର୍ଯାତନା ଅଭିଯୋଗ। ଜଣେ ନାବାଳକ ଖେଳାଳିଙ୍କୁ କିଛି ସିନିୟର ଖେଳାଳି ଯୌନ ନିର୍ଯାତନା ଦେଇଥିବା ସମ୍ପୃକ୍ତ ନାବାଳକ ଓ ତାଙ୍କ ମା’ ଭୁବନେଶ୍ୱର ଇନ୍‌ଫୋସିଟି ଥାନାରେ ଅଭିଯୋଗ କରିଛନ୍ତି। ଲଙ୍ଗ୍ ଜମ୍ପ୍‌ ଇଭେଣ୍ଟରେ ସମ୍ପୃକ୍ତ ନାବାଳକ ଖେଳାଳି ଭାଗ ନେଇଥିଲେ। ତେବେ ଏଥିରେ ଅସଫଳ ହେବା ପରେ କିଛି ସିନିୟର ଖେଳାଳି ତାଙ୍କୁ ଡାକି ଯୌନ ନିର୍ଯାତନା ଦେଇଥିବା ଥାନାରେ ଅଭିଯୋଗ ହୋଇଛି। 

Advertisment

ପୀଡ଼ିତ ଆଥଲେଟ୍‌ ରାଉରକେଲା ଅଞ୍ଚଳର ଓ ସେ ଦଶମ ଶ୍ରେଣୀର ଛାତ୍ର ବୋଲି ଜଣାପଡ଼ିଛି। ୪ଜଣ ସିନିୟର ଖେଳାଳିଙ୍କ ବିରୋଧରେ ଏଭଳି ଗୁରୁତର ଅଭିଯୋଗ ଆସିଛି। ଏପରିକି ନିର୍ଯାତନା ବେଳର ଦୃଶ୍ୟ ଭିଡିଓ କଲିଂ କରି ତାଙ୍କ ସାଥି ଖେଳାଳିଙ୍କୁ ଦେଖାଇଥିବା ମଧ୍ୟ ପୀଡ଼ିତ ନାବାଳକ ଖେଳାଳିଙ୍କ ମା’ ଅଭିଯୋଗ କରିଛନ୍ତି।

ଏନେଇ ପୀଡ଼ିତ ଆଥ୍‌ଲେଟ୍‌ କହିଛନ୍ତି, ‘୯ ତାରିଖ ଲଙ୍ଗ୍ ଜମ୍ପ୍‌ ଇଭେଣ୍ଟରେ ମୁଁ କ୍ୱାଲିଫାଏ କରିପାରି ନଥିଲି। ଏହାପରେ ମୋ ସିନିୟରମାନେ ମୋତେ ଡାକି ଗାଳିଗୁଲଜ କରିଥିଲେ। ଗତକାଲି ରୁମ୍‌କୁ ଡାକି ଦଣ୍ଡବିଧାନ ଭାବେ ଆଣ୍ଠେଇବାକୁ କହିଥିଲେ। ଏହାପରେ ସେମାନେ କପଡ଼ା ଖୋଲିବା ପାଇଁ ମୋତେ ବାଧ୍ୟ କରିଥିଲେ ଓ ନିର୍ବସ୍ତ୍ରର ଦୃଶ୍ୟ ଭିଡିଓ କଲିଂ କରି ତାଙ୍କ ସାଥି ଖେଳାଳିଙ୍କୁ ଦେଖାଇଥିଲେ।’

Advertisment

ପୀଡ଼ିତ ନାବାଳକ ଖେଳାଳିଙ୍କ ମା’ ଅଭିଯୋଗ ଆଣି କହିଛନ୍ତି, ‘୪ ଜଣ ସିନିୟର ମୋ ପୁଅକୁ ନିର୍ବସ୍ତ୍ର କରି ଯୌନ ନିର୍ଯାତନା ଦେଇଛନ୍ତି। ଏସବୁ ନକରିବା ପାଇଁ ପୁଅ ମନା କରିବାରୁ ସେମାନେ ତାଙ୍କୁ ବାଡ଼େଇ ଥିଲେ। ଏନେଇ ଥାନାରେ ଅଭିଯୋଗ କରିଛୁ।’

ଗତ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଏହି ଷ୍ଟେଟ ଆଥଲେଟିକ୍ ମିଟ୍ ହୋଇଥିଲା। ଲଞ୍ଚ କୁପନ୍‌ ଦେବା ବାହାନାରେ ଡାକି ଗତକାଲି ଯୌନ ନିର୍ଯାତନା ଦିଆଯାଇଥିବା ଥାନାରେ ଅଭିଯୋଗ ହୋଇଛି। ତେବେ ଇନ୍‌ଫୋସିଟି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ପୀଡ଼ିତ ନାବାଳକଙ୍କ ମା’ ଅଭିଯୋଗ ଆଣିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ପୁଅକୁ ଧରି ଡିସିପି ଅଫିସ୍‌ରେ ପହଞ୍ଚିଛନ୍ତି ପରିବାର ଲୋକେ।  

Athlete Alleges Torture Athlete
Advertisment
Advertisment