Advertisment

ମହାମାରୀ ପରେ ସ୍କୁଲ୍ ଯିବାକୁ ମଙ୍ଗୁ ନାହାଁନ୍ତି ପିଲା : ମନେଇବା ପାଇଁ ଗାଁ ଗାଁରେ ଚାଲିଛି ନାଚଗୀତ

କରୋନା ଭୟ କମିଥିଲେ ମଧ୍ୟ ଶତ ପ୍ରତିଶତ ପିଲା ସ୍କୁଲ ଆସୁ ନାହାଁନ୍ତି। ଦୀର୍ଘ ଦୁଇ ବର୍ଷ ହେବ ସ୍କୁଲ ନ ଯିବା ଯୋଗୁ ପିଲାଙ୍କ ମନରେ ଆଗ୍ରହ କମିବାରେ ଲାଗିଛି।

author-image
Prangyan Parimita
ଅଦ୍ୟତନ ହୋଇଛି
Rath' Rolled Out In Odisha'

Rath' Rolled Out In Odisha'

ଦୁଇ ବର୍ଷ ହେଲା ସ୍କୁଲ ବନ୍ଦ ଥିଲା। ଏବେ ସ୍କୁଲ ଖୋଲିଥିଲେ ମଧ୍ୟ ସ୍କୁଲ ମାଟି ମାଡିବାକୁ ଚାହୁଁନାହାଁନ୍ତି ପିଲା। ଏଥି ପାଇଁ ଗାଁ ଗାଁ ବୁଲୁଛି ଶିକ୍ଷା ରଥ। ପିଲାଙ୍କୁ ସ୍କୁଲ ଯିବାପାଇଁ ଉତ୍ସାହିତ କରାଯିବା ସହ ଆକର୍ଷିତ କରିବା ପାଇଁ ପ୍ରୟାସ କରାଯାଉଛି । ଘର ଓ ସ୍କୁଲ ଆଗରେ ନାଚଗୀତ କରି ପିଲାଙ୍କୁ ସ୍କୁଲ ଯିବାକୁ ମନାଉଛନ୍ତି ।

Advertisment

ବିଦ୍ୟାଳୟ ଖୋଲି ଗଲାଣି। ଚାଲ ବିଦ୍ୟାଳୟ ଯିବା। ମନ ଦେଇ ପାଠ ପଢିବା। ବିଦ୍ୟାଳୟ ଦେଖ ହସୁଛି। ବୋଲେ ହୁଉଟି । ଏମିତି ଗୀତ ଗାଇ ଏ ସ୍କୁଲରୁ ସେ ସ୍କୁଲକୁ ବୁଲୁଛି ଗାଡ଼ି। କରୋନା କଟକଣା ହଟିଯିବା ପରେ ଆଦିବାସୀ ବହୁଳ ନୀଳଗିରି ଅଞ୍ଚଳର ପିଲାମାନେ ସ୍କୁଲ ଯାଉନଥିବାରୁ ଏମିତି ସଚେତନ ରଥ ଗାଁ ଗାଁ ବୁଲାଉଛନ୍ତି । କରୋନା ଭୟ କମିଥିଲେ ମଧ୍ୟ ଶତ ପ୍ରତିଶତ ପିଲା ସ୍କୁଲ ଆସୁ ନାହାଁନ୍ତି। ଦୀର୍ଘ ଦୁଇ ବର୍ଷ ହେବ ସ୍କୁଲ ନ ଯିବା ଯୋଗୁ ପିଲାଙ୍କ ମନରେ ଆଗ୍ରହ କମିବାରେ ଲାଗିଛି। ଏବେ ସବୁ ପିଲାଙ୍କୁ ସ୍କୁଲ ଆଣିବାକୁ ଅଣ୍ଟା ଲାଗି ପଡିଛନ୍ତି ଶିକ୍ଷକ-ଶିକ୍ଷୟତ୍ରୀ। ଗାଁ ଗାଁରେ ନାଚ ଗୀତ କରି ପିଲାଙ୍କୁ ସ୍କୁଲ ଆଣିବାକୁ ପ୍ରୟାସ କରୁଛନ୍ତି।

ଆଦିବାସୀ ବହୁଳ ନୀଳଗିରି ଅଞ୍ଚଳର ଅଧିକାଂଶ ଗାଁ ପାହାଡ଼ ନିକଟବର୍ତ୍ତୀ। ଯେଉଁଠି ପିଲାମାନେ ଅଧାରୁ ପାଠ ଛାଡି ଘର କାମ କରିବା ସହ ଜଙ୍ଗଲରେ ବୁଲି ବୁଲି ଛେଳି ଚରାଇଥାନ୍ତି। ଏବେ ଔପଦା ବ୍ଲକର ପଞ୍ଚଲିଙ୍ଗେଶ୍ୱର ନିକଟବର୍ତ୍ତୀ ଗାଁରେ ବୁଲୁଛି ଶିକ୍ଷା ସଚେତନତା ଗାଡି। ଗାଁ ଗାଁରେ ଗାଡ଼ି ପଶି ସବୁ ସ୍କୁଲ ପାଖରେ ଛିଡ଼ା ହୋଇ ପିଲାଙ୍କ ସହ ଅଭିଭାବକଙ୍କୁ ସଚେତନ କରାଉଛି ଏହି ଶିକ୍ଷା ରଥ। ଔପଦା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଏଭଳି ଅଭିନବ ସଚେତନତାକୁ ବାଲେଶ୍ୱର ଜିଲ୍ଲାରେ ପ୍ରଂଶସା କରାଯାଇଛି।

Advertisment

ବାଲେଶ୍ୱର ଜିଲ୍ଲା ନୀଳଗିରିରୁ ବିଶ୍ୱମ୍ୱର ଦାସଙ୍କ ରିପୋର୍ଟ

Special Story
Advertisment
Advertisment