• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱରରେ ଡ୍ରାଇଭର ସଂଘ ଆନ୍ଦୋଳନ ବେଳେ ଭଂଗାରୁଜା ଘଟଣା । ୩ଟି ମାମଲା ରୁଜୁ କଲା ପୋଲିସ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି । କିଛି ସ୍ଥାନରେ ସେମାନେ ରାସ୍ତା ଅବରୋଧ କରି ହିଂସାକାଣ୍ତ ଘଟାଇବା ଓ କିଛି ସ୍ଥାନରେ ପୋଲିସକୁ ହଇରାଣ କରି ଲୋକଙ୍କୁ ଠେଲାପେଲା କରିଥିବା ଅଭିଯୋଗରେ ମାମଲା ରୁଜୁ ହୋଇଛି । ଭିଡିଓ ଫୁଟେଜ୍ ସଂଗ୍ରହ କରି, କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି ।

ସୂଚନାଯୋଗ୍ୟ, ସୁରକ୍ଷା, ବୀମା, ପ୍ରତି ୧୦୦ କିଲୋମିଟରରେ ବିଶ୍ରାମ ଘର ଓ କାର୍ଯ୍ୟ ସମୟ ୮ ଘଣ୍ଟା ର୍ନିଦ୍ଧାରଣ ଭଳି ଦାବିରେ ଲକ୍ଷାଧିକ ଡ୍ରାଇଭର ଏକାଠି ହୋଇଥିଲେ । ରାସ୍ତାଘାଟ ସବୁ ଜାମ୍‌ କରିଦେଲେ । ୩୦ ଜିଲ୍ଲାରୁ ଲକ୍ଷେରୁ ଅଧିକ ଡ୍ରାଇଭର ଆସିଥିଲେ । ସକାଳ ହେବା କ୍ଷଣି ଆରମ୍ଭ ହୋଇଯାଇଥିଲା ରାଲି, ଧାରଣା ଆଉ ପ୍ରତିବାଦ । ଦୀର୍ଘ ୫ ଘଣ୍ଟା ଧାରଣା ପରେ ସରକାର ଆଲୋଚନାକୁ ନ ଆସିବାରୁ ଏଜି ଓ ଲୋୟର ପିଏମଜିରେ ରାସ୍ତାରୋକ କରିଥିଲେ ଆନ୍ଦୋଳନରତ ଗାଡ଼ି ଚାଳକ ।

ପରେ ପୋଲିସ ବୁଝାମଣା କରି ୫ ଜଣିଆ ପ୍ରତିନିଧି ଦଳ ଆଲୋଚନାକୁ ଯିବାରୁ ରାସ୍ତାରୋକ ହଟିଥିଲା । ଏହାବାଦ୍ ମାଷ୍ଟରକ୍ୟାଣ୍ଟିନ ଛକକୁ ଚାରିପଟୁ ବନ୍ଦ କରି ରଖିଥିଲେ ଆନ୍ଦୋଳନକାରୀ । ଆଲୋଚନା ସଫଳ ହୋଇଥିବା ଜଣାପଡ଼ିବା ପରେ ଧାରଣାରୁ ହଟିଥିଲେ ଆନ୍ଦୋଳନରତ ଗାଡ଼ି ଚାଳକ। 

ତେବେ ଡ୍ରାଇଭର ଏକାଠି ହେବା ନେଇ ଗୁଇନ୍ଦା ରିପୋର୍ଟ ପୂର୍ବରୁ ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ବାସଭବନ, ପରିବହନ ମନ୍ତ୍ରୀଙ୍କ ବାସଭବନରେ ପଶିବା ନେଇ ସୂଚନା ଦିଆଯାଇଥିଲା । ଗୁଇନ୍ଦା ବିଭାଗର ସ୍ପେଶାଲ ବ୍ରାଞ୍ଚ ପକ୍ଷରୁ ଏହି ତଥ୍ୟ ସମସ୍ତ ଜିଲ୍ଲାର ଜିଲ୍ଲାର ଏସ୍‌ପି, କଟକ ଓ ଭୁବନେଶ୍ୱର ଡିସିପି ଓ ପୋଲିସ କମିଶନରଙ୍କୁ ଇ-ମେଲ୍ କରାଯାଇଥିଲା । 

ଗୁଇନ୍ଦା ରିପୋର୍ଟ ପରେ ପୋଲିସ ବ୍ୟବସ୍ଥା କେମିତି ଫେଲ୍ ମାରିଲା, ତାକୁ ନେଇ ଏବେ ପ୍ରଶ୍ନ ଉଠିଛି ।  କାହିଁକି ଆନ୍ଦୋଳନ ପୂର୍ବରୁ ପର୍ଯ୍ୟାପ୍ତ ପୋଲିସ ବ୍ୟବସ୍ଥା ହୋଇ ନଥିଲା, ସେନେଇ ମଧ୍ୟ ପ୍ରଶ୍ନ ଉଠିଛି ।