Advertisment

'ସମସ୍ତେ ନିୟମ ମାନିଲେ ଆୟତ୍ତରେ ରହିବ କରୋନା'

ସେଭଳି କିଛି ପରିସ୍ଥିତି ଉପୁଜିଲେ ସତର୍କ ରହିବା ପାଇଁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦେଇଛୁ।

author-image
Chandan Shishu
ଅଦ୍ୟତନ ହୋଇଛି
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର

ରାଜ୍ୟରେ ନିୟନ୍ତ୍ରଣରେ ଅଛି କରୋନା ସଂକ୍ରମଣ। ଦୈନିକ ମାତ୍ର ୧୦ରୁ ୨୦ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ସମସ୍ତେ କୋଭିଡ ନିୟମ ପାଳନ କଲେ ରାଜ୍ୟର ସ୍ଥିତି ନିୟନ୍ତ୍ରଣ ରହିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ମାକ୍ସ ପିନ୍ଧିବା କଟକଣା ରାଜ୍ୟରୁ ହଟିନାହିଁ। ଏବେ ବି ମାସ୍କ ପିନ୍ଧିବା ପାଇଁ ସମସ୍ତଙ୍କୁ କୁହାଯାଉଛି ବୋଲି ସେ ସୂଚନା ଦେଇଛନ୍ତି।

Advertisment

ଦିଲ୍ଲୀ ଓ ଅନ୍ୟ ରାଜ୍ୟରେ ପରିସ୍ଥିତି ଜଟିଳ ହେଉଥିବା ବେଳେ ଆମ ରାଜ୍ୟର ସ୍ଥିତି ଭଲ ଅଛି। ସବୁ ଜିଲ୍ଲାପାଳଙ୍କୁ କୁହାଯାଇଛି, ଯେଫାଉଁଠି ଦରକାର ନୂଆ ଷ୍ଟାଟେଜି କରିବେ।  ଡବ୍ଲୁଏଚଓ କହିଛି ବର୍ତମାନ ଏହାର ସିଭିଅରିଟି ନାହିଁ। ଏହାକୁ ଚତୁର୍ଥ ଲହର କହିହେବ ନାହିଁ। ଏହାସହ ସ୍ବାସ୍ଥ୍ୟ ବିଭାଗ ସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖିଛି ଓ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।   

ସେହିପରି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ଆମ ରାଜ୍ୟରେ ବହୁତ କମ ପଜିଟିଭ୍ ବାହାରୁଛି। ୭ରୁ ୮ ଜିଲ୍ଲାକୁ ଛାଡ଼ି ଦେଲେ ବାକି ସବୁ ଜିଲ୍ଲାରେ ସଂକ୍ରମଣ କେସ୍ ନାହିଁ। ତେଣୁ ସେଭଳି ଆତଙ୍କିତ ହେବା ପରିସ୍ଥିତି ନାହିଁ। ତଥାପି ସେଭଳି କିଛି ପରିସ୍ଥିତି ଉପୁଜିଲେ ସତର୍କ ରହିବା ପାଇଁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦେଇଛୁ। ସମସ୍ତେ ସତର୍କ ଦୃଷ୍ଟି ରଖିବାକୁ ଜିଲ୍ଲା ଗୁଡ଼ିକୁ କୁହାଯାଇଛି।

Advertisment

ସେହିପରି ଆଇସିଏମଆର ନିୟମାବଳୀ ଅନୁଯାୟୀ, ଟେଷ୍ଟ ବଢା ଯାଉଛି। କ୍ଲଷ୍ଟର ଆଉଟ ବ୍ରେକ୍‌ ଯେଉଁଠି ହେଉଛି ତାହା ଉପରେ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି। ହାଇ ରିସ୍କ ପପୁଲେସନ ଉପରେ ନଜର ରଖାଯାଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। 

COVID-19 Vaccine Odisha Corona Update
Advertisment
Advertisment