Advertisment

ମାହାଙ୍ଗା ଗଣହତ୍ୟା ମାମଲା: ପୋଷ୍ଟମର୍ଟମ ରିପୋର୍ଟରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ

କଟକ ଜିଲ୍ଲା ମାହାଙ୍ଗା ଗଣହତ୍ୟାର ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ସମସ୍ତ ମୃତକଙ୍କର ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସହ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ଏଥିରୁ ଜଣାପଡ଼ିଛି। ହତ୍ୟାକାଣ୍ଡ ବେଳେ ସମସ୍ତେ ପ୍ରତିରୋଧ କରିଥିବା ରିପୋର୍ଟରୁ ସୂଚନା ମିଳଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Mahanga Mass Murder

Mahanga Mass Murder

କଟକ ଜିଲ୍ଲା ମାହାଙ୍ଗା ଗଣହତ୍ୟାର ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ସମସ୍ତ ମୃତକଙ୍କର ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସହ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ଏଥିରୁ ଜଣାପଡ଼ିଛି। ହତ୍ୟା ପାଇଁ ଧାରୁଆ ଅସ୍ତ୍ର ବ୍ୟବହାର କରାଯାଇଥିଲା ବୋଲି ଏହିି କ୍ଷତ ଚିହ୍ନରୁ ଜଣାପଡ଼ୁଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।

Advertisment

ହତ୍ୟା ବେଳେ ସମସ୍ତେ ପ୍ରତିରୋଧ କରିଥିବା ରିପୋର୍ଟରୁ ସୂଚନା ମିଳଛି। ହତ୍ୟା ପୂର୍ବରୁ ବିଷ ଦିଆଯାଇଥିବା ନେଇ ସନ୍ଦେହ ହେଉଥିଲା। ହେଲେ ବିଷକ୍ରିୟା ଜନିତ ମୃତ୍ୟୁ ନେଇ ପୋଷ୍ଟମର୍ଟମ ରିପୋର୍ଟରେ କୌଣସି ସୂଚନା ନଥିବା ଜଣାପଡ଼ିଛି। 

ସୂଚନାଥାଉ କି, ଗତ ୧୧ ତାରିଖ ରାତିରେ ମାହାଙ୍ଗାର କୁସୁପୁରରେ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କରାଯାଇଥିଲା। ମୃତକଙ୍କ ସାନ ଭାଇ ଶିବ ସାହୁ ବଡ଼ ଭାଇର ପରିବାରକୁ ନିପାତ କରି ଦେଇଥିଲା। ବଡ଼ ଭାଇ, ଭାଉଜ, ଝିଆରୀ ଓ ୨ ପୁତୁରାଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ସାନ ଭାଇ ଶିବ ସାହୁ। 

Advertisment

ପାରିବାରିକ କଳହକୁ କେନ୍ଦ୍ର କରି ରକ୍ତର ସମ୍ପର୍କ ଭୁଲି ରକ୍ତ ବୁହାଇଥିବା ଶିବ ନିଜ ସ୍ୱୀକାରୋକ୍ତିରେ ମାନିଛି ଯେ, ଆଇନ୍ ଯାହା ଶାସ୍ତି ଦେବ ତାକୁ ସେ ଗ୍ରହଣ କରିବ। ସେପଟେ ଏହି ଗଣହତ୍ୟା ଘଟଣାରେ ଶିବର ପତ୍ନୀ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଘଟଣା ବେଳର ଲୋମଟାଙ୍କୁରା କାହାଣିକୁ ସେ କାନ୍ଦି କାନ୍ଦି କହିଛନ୍ତି। ସେ କହିଛନ୍ତି ଯେ, ସ୍ୱାମୀ ଚାବି ମାଗିଲେ, ସେମାନେ ନ ଦେବାରୁ ପାଟିତୁଣ୍ଡ ହେଲା। ସେମାନେ ସମସ୍ତେ ମିଶିକି ମାଇଲେ, ଇଏ ବି ମାରିଛନ୍ତି। ମୁଁ କାଳେ ପ୍ରତିବାଦ କରିବି, ସେଥିପାଇଁ ମୋତେ ବାହାରପଟୁ ସ୍ୱାମୀ କବାଟ ବନ୍ଦ କରି ଦେଲେ।’

Mahanga Quintuple Murder Mahanga Mass Murder
Advertisment
Advertisment