• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କାଳବୈଶାଖୀ, ଝଡ଼, ବର୍ଷା, ବଜ୍ରପାତ ନେଇ SRCଙ୍କ ପକ୍ଷରୁ ସତର୍କ ସୂଚନା । ବୁଧବାରଠାରୁ ୪ ଦିନ ପର୍ଯ୍ୟନ୍ତ ଅଧତ୍କାଂଶ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ୧୨ଟି ଜିଲ୍ଲାକୁ ସତର୍କ ସୂଚନା ଦେଇଛନ୍ତି SRC।

ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କନ୍ଧମାଳ ଗଞ୍ଜାମ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଆବଶ୍ୟକ ପଦକ୍ଷେପ ସହ ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପଟେ ଏବେ ବି ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଉପାନ୍ତରୁ ଉପକୂଳ, ଆଭ୍ୟନ୍ତରୀଣରୁ ଓ ପଶ୍ଚିମ ସବୁଠି ଅଗ୍ନିବର୍ଷା । ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାରଦ ୪୦ରୁ ଖସୁନଥିବା ବେଳେ, ପ୍ରଥମ ଥର ପାଇଁ ଟ୍ୱିନ୍ ସିଟରେ ତାପମାତ୍ରା ୪୦ ପାର କରିଛି । ଗତକାଲି ଭୁବନେଶ୍ୱରରେ ୪୦.୨ ଡିଗ୍ରୀ ଏବଂ କଟକରେ ୪୦.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ରାଜ୍ୟର ୨୧ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିବା ବେଳେ ଅନୁଗୁଳ ୪୩ .୭ ଡିଗ୍ରୀ ସହ ଉତ୍ତପ୍ତ ସହର ପାଲଟିଥିଲା । ସେହିପରି ବଲାଙ୍ଗିରରେ ୪୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।