Advertisment

ଉପରକୁ ସବୁ ଚକାଚକ୍, ହେଲେ ଭିତର ଫମ୍ପା

ଗାଁ ପିଲାଙ୍କୁ ସ୍ମାର୍ଟ କରିବା ସହ ଆଗକୁ ବଢିବା ପାଇଁ ରାଜ୍ୟ ସରକାର ଖୋଲିଛନ୍ତି ଓଡ଼ିଶା ଆଦର୍ଶ ବିଦ୍ୟାଳୟ। ହେଲେ ଭଦ୍ରକ ଜିଲ୍ଲା ଇରମ ଆଦର୍ଶ ବିଦ୍ୟାଳୟରେ କିନ୍ତୁ କିଛି ଅଲଗା ଦୃଶ୍ୟ ଦେଖିବାକୁ ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Model School In Bhadrak Lacks Basic Facilities

Model School In Bhadrak Lacks Basic Facilities

ଉପରକୁ ସବୁ ଚକାଚକ୍, ହେଲେ ଭିତର ଫମ୍ପା। ଉତ୍ତମ ପରିବେଶ ଆଉ କେନ୍ଦ୍ରୀୟ ଢାଞ୍ଚାରେ ପାଠ ପଢ଼ିବେ ଛାତ୍ରଛାତ୍ରୀ। ଆଉ ଗାଁ ଗହଳିର ପ୍ରତିଭା ସମ୍ପନ୍ନ ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷା ପ୍ରଦାନ କରାଯିବ। ଗାଁ ପିଲାଙ୍କୁ ସ୍ମାର୍ଟ କରିବା ସହ ଆଗକୁ ବଢିବା ପାଇଁ ରାଜ୍ୟ ସରକାର ଖୋଲିଛନ୍ତି ଓଡ଼ିଶା ଆଦର୍ଶ ବିଦ୍ୟାଳୟ। ହେଲେ ଭଦ୍ରକ ଜିଲ୍ଲା ଇରମ ଆଦର୍ଶ ବିଦ୍ୟାଳୟରେ କିନ୍ତୁ କିଛି ଅଲଗା ଦୃଶ୍ୟ ଦେଖିବାକୁ ମିଳିଛି। 

Advertisment

ଜରିପାଲ ଉପରେ ବସି ଛାତ୍ରଛାତ୍ରୀମାନେ ପାଠ ପଢ଼ୁଛନ୍ତି। ଛାତ୍ରଛାତ୍ରୀ ବସିବା ପାଇଁ ନା ସଠିକ୍‌ ବ୍ୟବସ୍ଥା ହୋଇଛି, ନା ପାଠ ପଢାଇବା ପାଇଁ ଅଛନ୍ତି ଆବଶ୍ୟକ ଶିକ୍ଷକ। ବିଦ୍ୟାଳୟ ଉପରକୁ ସବୁ ଚକାଚକ୍ ଦେଖାଯାଉଥିଲେ ବି ଭିତରେ ଫମ୍ପା। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ ଅନ୍ତର୍ଗତ ଇରମ ସ୍ଥିତ ୫୩୯ ଲକ୍ଷ ୧୮ ହଜାର ଟଙ୍କା ବ୍ୟୟରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିର୍ମାଣ କରାଯାଇଛି।

ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ୧୫୭ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଏମାନଙ୍କ ପାଇଁ ୪ ଜଣ ଶିକ୍ଷକ ନିଯୁକ୍ତି ହୋଇ ଥିବାବେଳେ ଜଣେ ଛୁଟିରେ ଅଛନ୍ତି। ୨ଟି ଶ୍ରେଣୀର ବିଭାଜନ ପରେ ୪ଟି ରୁମ୍‌ରେ ୩ ଜଣ ଶିକ୍ଷକ ଏବେ ପାଠ ପଢ଼ାଉଛନ୍ତି।  

Advertisment

ଇରମ ଆଦର୍ଶ ବିଦ୍ୟାଳୟର ଏଭଳି ଅବ୍ୟବସ୍ଥାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ବିଦ୍ୟାଳୟରେ ପିଇବା ପାଣି ବ୍ୟବସ୍ଥା ମଧ୍ୟ ନାହିଁ। ଏହାସହ ବିଦ୍ୟାଳୟ ପରିସର ସଫା ସୁତୁରା ପାଇଁ କୌଣସି କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। ଆଦର୍ଶ ବିଦ୍ୟାଳୟର ଅବ୍ୟବସ୍ଥା ସମ୍ପର୍କରେ ବାସୁଦେବପୁର ବ୍ଲକ୍‌ ଶିକ୍ଷା ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯାହାବି ସମସ୍ୟା ରହିଛି, ଉପରିସ୍ତ ଅଧିକାରୀଙ୍କୁ ଅବଗତ କରାଯାଇଛି।  ଶୀଘ୍ର ସମସ୍ୟାର ସମାଧାନ ହୋଇଯିବ। 

(ବାସୁଦେବପୁରରୁ କିରୀଟି ଦାସଙ୍କ ରିପୋର୍ଟ)

Model School
Advertisment
Advertisment