ଭୁବନେଶ୍ୱର ବଡ଼ଗଡ଼ ଥାନା ପୋଲିସ୍ ହେପାଜତରେ ବ୍ୟକ୍ତିଙ୍କ ମୃତ୍ୟୁ ମାମଲାରେ ବଦଳିଲେ ତଦନ୍ତକାରୀ ଅଧିକାରୀ । ବଡ଼ଗଡ଼ ଥାନାରେ ଥିବା ମାମଲାର ତଦନ୍ତକାରୀ ଅଧିକାରୀ ଏସ୍କେ ବେହେରାଙ୍କୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଜିଲ୍ଲା HRPC ସହ ସଂପୃକ୍ତ ଜଣେ ଇନ୍ସପେକ୍ଟର ରାଙ୍କର ଅଧତ୍କାରୀ ଏହି ମୃତ୍ୟୁ ମାମଲାର ତଦନ୍ତ କରିବେ ।
ପୋଷ୍ଟମର୍ଟମ ରିପୋର୍ଟ, ପାରିପାର୍ଶ୍ୱିକ ସ୍ଥିତି, ବୟାନ ଏବଂ ଅନ୍ୟାନ୍ୟ ତଥ୍ୟ ଆଧାରରେ ଏହି ତଦନ୍ତ କରାଯିବ । ପ୍ରଦୀପଙ୍କ ମୃତ୍ୟୁକୁ ନେଇ ପୋଲିସ୍କୁ ଦାୟୀ କରିଛନ୍ତି ପରିବାରଲୋକେ । ତେଣୁ ଏଦିଗରେ ବି ଖୋଳତାଡ଼ କରାଯିବ । NHRC ଗାଉଡଲାଇନ୍ରେ ମାମଲାର ତଦନ୍ତ ହେବ । ଏହାର ତଦାରଖ ଜଣେ ଅତିରିକ୍ତ ଡିସିପି ରାଙ୍କର ଅଧିକାରୀ କରିବେ ।
Also Read
୪୮ ଘଣ୍ଟା ମଧ୍ୟରେ ରିପୋର୍ଟ ଭୁବନେଶ୍ୱର ଡିସିପିଙ୍କୁ ଦିଆଯିବ । ଏହି ରିପୋର୍ଟ NHRCକୁ ପ୍ରଦାନ କରିବେ ଡିସିପି । ଦୁଇ ଦିନ ତଳେ ସାଇକେଲ ଚୋରି ଅଭିଯୋଗରେ ପ୍ରଦୀପ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଧରିଥିଲା ପୋଲିସ୍ । ତେବେ ପୋଲିସ୍ ହେପାଜତରେ ତାଙ୍କ ମୃତ୍ୟୁ ହେବା ପରେ ଏନେଇ ନାନା ପ୍ରଶ୍ନ ସୃଷ୍ଟି ହୋଇଛି ।