Advertisment

ଗୁଇନ୍ଦା ତଥ୍ୟ ଥାଇ ବି କାହିଁକି ଅସମ୍ଭାଳ ? ରାଜଧାନୀରେ ଡ୍ରାଇଭରଙ୍କ ବିକ୍ଷୋଭ ନେଇ ପୂର୍ବରୁ ମିଳିଥିଲା ସୂଚନା

ରାଜଧାନୀ ଭୁବନେଶ୍ୱରରେ ବିକ୍ଷୋଭ ପାଇଁ ଏକାଠି ହେବେ ୪୦ ହଜାରରୁ ଅଧିକ ଡ୍ରାଇଭର। ଏପରିକି ସେମାନେ ଛୋଟ ଛୋଟ ଭାଗ ହୋଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ, ପରିବହନ ମନ୍ତ୍ରୀଙ୍କ ଘର, ବିଧାନସଭା, ଲୋକସେବା ଭବନ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାରେ ପଶି ପାରନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Drivers Association Protest In Bhuabaneswar

Drivers Association Protest In Bhuabaneswar

ରାଜଧାନୀ ଭୁବନେଶ୍ୱରରେ ବିକ୍ଷୋଭ ପାଇଁ ଏକାଠି ହେବେ ୪୦ ହଜାରରୁ ଅଧିକ ଡ୍ରାଇଭର। ଏପରିକି ସେମାନେ ଛୋଟ ଛୋଟ ଭାଗ ହୋଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ, ପରିବହନ ମନ୍ତ୍ରୀଙ୍କ ଘର, ବିଧାନସଭା, ଲୋକସେବା ଭବନ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାରେ ପଶି ପାରନ୍ତି। ଏଭଳି ସମ୍ବେଦନଶୀଳ ରିପୋର୍ଟ ଗତ ୧୬ ତାରିଖରେ ରାଜ୍ୟ ଗୁଇନ୍ଦା ବିଭାଗର ସ୍ପେଶାଲ ବ୍ରାଞ୍ଚ ଦେଇଥିଲା।

Advertisment

ରାଜଧାନୀରେ ୪୦ ହଜାରରୁ ଅଧିକ ଡ୍ରାଇଭର ଏକାଠି ହେବା ନେଇ ଗୁଇନ୍ଦା ରିପୋର୍ଟ ପୂର୍ବରୁ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ବାସଭବନ, ପରିବହନ ମନ୍ତ୍ରୀଙ୍କ ବାସଭବନରେ ପଶିବା ନେଇ ସୂଚନା ଦିଆଯାଇଥିଲା। ଗୁଇନ୍ଦା ବିଭାଗର ସ୍ପେଶାଲ ବ୍ରାଞ୍ଚ ପକ୍ଷରୁ ଏହି ତଥ୍ୟ ସମସ୍ତ ଜିଲ୍ଲାର ଜିଲ୍ଲାର ଏସ୍‌ପି, କଟକ ଓ ଭୁବନେଶ୍ୱର ଡିସିପି ଓ ପୋଲିସ କମିଶନରଙ୍କୁ ଇ-ମେଲ୍ କରାଯାଇଥିଲା। 

ଚିଠିରେ ୧୮ ତାରିଖରେ ଆନ୍ଦୋଳନ ହେବ ଓ  କାହା ନେତୃତ୍ୱରେ କେଉଁ ଜିଲ୍ଲାରୁ କେତେ ଲୋକ କେମିତି ଭୁବନେଶ୍ୱର ଆସିବେ ଓ କେତେବେଳେ ପହଞ୍ଚିବେ...ଏସମସ୍ତ ତଥ୍ୟ ଦି‌ଆଯାଇଥିଲା। ଅଧିକ ସଂଖ୍ୟାରେ ଲୋକ ଏକାଠି ହେବା ଯୋଗୁ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିପାରେ ବୋଲି ମଧ୍ୟ ସତର୍କ କରାଯାଇଥିଲା। ଆଇନଶୃଙ୍ଖଳା ରକ୍ଷା ପାଇଁ ମଧ୍ୟ ବ୍ୟବସ୍ଥା କରିବାକୁ କୁହାଯାଇଥିଲା। 

Advertisment

ଗୁଇନ୍ଦା ରିପୋର୍ଟ ପରେ ପୋଲିସ ବ୍ୟବସ୍ଥା କେମିତି ଫେଲ୍ ମାରିଲା, ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।  କାହିଁକି ଆନ୍ଦୋଳନ ପୂର୍ବରୁ ପର୍ଯ୍ୟାପ୍ତ ପୋଲିସ ବ୍ୟବସ୍ଥା ହୋଇ ନଥିଲା, ସେନେଇ ମଧ୍ୟ ପ୍ରଶ୍ନ ଉଠିଛି। 

ସୂଚନାଥାଉ କି, ସୁରକ୍ଷା, ବୀମା, ପ୍ରତି ୧୦୦ କିଲୋମିଟରରେ ବିଶ୍ରାମ ଘର ଓ କାର୍ଯ୍ୟ ସମୟ ୮ ଘଣ୍ଟା ର୍ନିଦ୍ଧାରଣ ଭଳି ଦାବିରେ ରାଜଧାନୀ ମୁହାଁ ହୋଇଥିଲେ ୩୦ ଜିଲ୍ଲାର ଲକ୍ଷେରୁ ଅଧିକ ଡ୍ରାଇଭର। ଗତକାଲି ସକାଳ ହେବା କ୍ଷଣି ଆରମ୍ଭ ହୋଇ ଯାଇଥିଲା ରାଲି, ଧାରଣା ଆଉ ପ୍ରତିବାଦ। ଦୀର୍ଘ ୫ ଘଣ୍ଟା ଧାରଣା ପରେ ସରକାର ଆଲୋଚନାକୁ ନ ଆସିବାରୁ ଏଜି ଓ ଲୋୟର ପିଏମଜିରେ ରାସ୍ତାରୋକ କରିଥିଲେ ଆନ୍ଦୋଳନରତ ଗାଡ଼ି ଚାଳକ। ପରେ ପୋଲିସ ବୁଝାମଣା କରି ୫ ଜଣିଆ ପ୍ରତିନିଧି ଦଳ ଆଲୋଚନାକୁ ଯିବାରୁ ରାସ୍ତାରୋକ ହଟିଥିଲା। ତେବେ ମାଷ୍ଟରକ୍ୟାଣ୍ଟିନ ଛକକୁ ଚାରିପଟୁ ବନ୍ଦ କରି ରଖିଥିଲେ ଆନ୍ଦୋଳନକାରୀ। ଆଲୋଚନା ସଫଳ ହୋଇଥିବା ଜଣାପଡ଼ିବା ପରେ ଧାରଣାରୁ ହଟିଥିଲେ ଆନ୍ଦୋଳନରତ ଗାଡ଼ି ଚାଳକ। 

Drivers Association Protest
Advertisment
Advertisment