Woman gives birth under mobile phone light in Ganjam
ମେଡିକାଲ୍ରେ ଅବ୍ୟବସ୍ଥାର ଚିତ୍ର । ଜନନୀ ଯନ୍ତ୍ରଣା ସମୟରେ ବତି ଗୁଲ୍ । ମୋବାଇଲ୍ ଲାଇଟ୍ ଓ ମହମବତୀ ଆଲୁଅରେ ହେଲା ପ୍ରସବ । ଗଞ୍ଜାମ ଜିଲ୍ଲା ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ସାମ୍ନାକୁ ଆସିଛି ଏହି ଘଟଣା ।
Advertisment
ମେଡିକାଲରେ ବିଦ୍ୟୁତ ନଥିବାରୁ ଡାକ୍ତର ଏଭଳି ବିକଳ୍ପ ବ୍ୟବସ୍ଥା କରି ଚିକିତ୍ସା କରିଥିଲେ । ବିଦ୍ୟୁତ ଚାଲିଯିବା ପରେ ଜେନେରେଟର କିମ୍ବା ଇନଭଟର୍ ବ୍ୟବସ୍ଥା ମଧ୍ୟ ନଥିଲା । ଏହି କାରଣରୁ ଶେଷରେ ବାଧ୍ୟ ହୋଇ ମୋବାଇଲ ଓ ମହମବତୀ ଆଲୁଅରେ ଚିକିତ୍ସା କରାଯାଇଛି ।
ଏନେଇ ସେଠାକାର ଡାକ୍ତର କହିଛନ୍ତି ଯେ,ଏଭଳି ଅବ୍ୟବସ୍ଥାରେ ମଧ୍ୟ ରୋଗୀଙ୍କୁ ଚିକିତ୍ସା କରିବାକୁ ଆମେ ବାଧ୍ୟ ହେଉଛୁ ।
Advertisment
ଏହି ଘଟଣାକୁ ନେଇ ରୋଗୀ ଓ ସଂପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ପ୍ରସୂତି ବିଭାଗ ୱାର୍ଡର ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି । ଯାହାକୁ ନେଇ ଲୋକେ ନିନ୍ଦା କରିବା ସହ ମେଡିକାଲ୍ ବ୍ୟବସ୍ଥାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)