• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରା ପାଇଁ ଉତ୍ସବମୁଖର ନୟାଗଡ଼ର ଦଶପଲ୍ଲା । ଶ୍ରୀରାମନବମୀରୁ ଆରମ୍ଭ ହୋଇଥିବା ଲଙ୍କାପୋଡ଼ି ଯାତ୍ରାରେ ଆଜି ରାବଣ ବଧ ବା ଲଙ୍କାଦହନର ମୁଖ୍ୟ ଉତ୍ସବ । କରୋନା ମହାମାରୀର ପ୍ରକୋପ ଯୋଗୁଁ ଗତ ୨ ବର୍ଷ ଧରି ଏହି ପ୍ରସିଦ୍ଧ ଲଙ୍କାପଡ଼ି ଯାତ୍ରା ବନ୍ଦ ରହିଥିଲା । ହେଲେ ୨ ବର୍ଷ ପରେ ଏଥର ପୁଣି ଯାତ୍ରା ହେଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳୁଛି ।

ଆଜିଠାରୁ ୨୬ ତାରିଖ ଯାଏଁ ଦଶପଲ୍ଲାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବା ସମ୍ଭାବନା ରହିଛି । ଆଜି ଲୋକାରଣ୍ୟ ପାଲଟିବ ଦଶପଲ୍ଲା । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ପୋଲିସ ଫୋର୍ସ ମୁତୟନ ହୋଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପ୍ରାୟ ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

୩୫ଫୁଟ ଉଚ୍ଚ ବିଶିଷ୍ଟ କାଠ ନିର୍ମିତ ରାବଣ ମୂର୍ତ୍ତୀ ଏବଂ ୧୫ଫୁଟ ଉଚ୍ଚର ଘୁର୍ଣ୍ଣୟ ପୁଷ୍ପକ ବିମାନ ଯାତ୍ରାରେ ମୁଖ୍ୟ ଆକର୍ଷଣ ପାଲଟିଛି । ୧୮୦୨ ମସିହାରୁ ଚାଲି ଆସୁଥିବା ଏହି ମୁକ୍ତ ଆକାଶ ଐତିହାସିକ ଲଙ୍କାପୋଡି ଯାତ୍ରା ଚଳିତ ବର୍ଷ ପ୍ରଥା ଅନୁଯାୟୀ ରାମ ନବମୀ ଠାରୁ ଆରମ୍ଭ ହୋଇଛି । କରୋନା ପରେ ଏବେ ସବୁକିଛି ଟ୍ରାକକୁ ଫେରିବା ପରେ ଯାନିଯାତରା ହୋଇଛି ।