• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭୁବନେଶ୍ୱର ଲିଙ୍ଗିପୁରରେ ଏଟିଏମ୍ ଉପାଡ଼ି ଲୁଟ୍ ଘଟଣାରେ ଗିରଫ ହୋଇଥିବା ୨ ଅଭିଯୁକ୍ତ ଖୋକନ ମୁଲ୍ଲା ଓ ମିଜାନୁର ରେହମାନ ମୁଲ୍ଲାଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟ ପୋଲିସକୁ ଅନୁମତି ପ୍ରଦାନ କରିଛନ୍ତି । 
ଗତ ୫ ତାରିଖରେ ଦୁଇ ଅଭିଯୁକ୍ତ ଏଟିଏମ୍ ଲୁଟ୍ କରିବା ପରେ ଟଙ୍କାକୁ ନିଜ ଦେଶ ବାଂଲାଦେଶ ପଠାଇ ଦେଇଥିଲେ । ଏହାପରେ ଦୁହେଁ ବେଙ୍ଗଳୁରୁ ପଳାଇଥିଲେ । ତେବେ ଏଟିଏମ୍ ଲୁଟ୍ ଘଟଣାର ତଦନ୍ତ କରୁଥିବା ସ୍ପେଶାଲ୍ ସ୍କ୍ୱାଡ୍ ଦୁହିଁଙ୍କୁ ବେଙ୍ଗଳୁରୁରୁ ଗିରଫ କରି ଭୁବନେଶ୍ୱର ଆଣିଥିଲା ତେବେ ଏହି ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ଏବେ ବି ଖୋଜୁଛି । 

ସୂଚନା ଅନୁସାରେ, ଗତ ଶନିବାର ଦିନ  ଭୁବନେଶ୍ୱର ଶିଶୁପାଳଗଡ଼ ଲିଙ୍ଗିପୁର ହଉସିଂବୋର୍ଡ ଛକରୁ ATM ତାଡ଼ି ନେଇ ୨୦ ଲକ୍ଷ ଲୁଟ୍ ମାମଲାର ପର୍ଦ୍ଦାଫାସ୍ ହୋଇଥିଲା ।  ୨ ଏଟିଏମ୍ ଲୁଟେରାଙ୍କୁ କମିଶନରେଟ୍ ପୋଲିସ୍‌  ଗିରଫ କରିଥିଲା । ଗିରଫ ୨ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବାଂଲାଦେଶୀ ହୋଇଥିବା ବେଳେ ଅନ୍ୟ ଜଣେ କୋଲକାତାର ହୋଇଥିବା ଜଣାପଡିଥିଲା । 

 

OTV is now on Whatsapp

Join and get latest news update delivered to you via whatsapp

Join Now