• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱରରୁ ୨୦୨ ଗ୍ରାମ କୋକେନ ସହ ୨ ଗିରଫ ଘଟଣା । ୨ ଅଭିଯୁକ୍ତଙ୍କୁ ଜେରାରେ ସାମିଲ ହେଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଏବେ ଅଭିଯୁକ୍ତଙ୍କୁ ଜେରା କରୁଛନ୍ତି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଅଧିକାରୀ । ଗତକାଲିଠାରୁ ସେମାନଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି STF । ମେଗା ଇଭେଣ୍ଟକୁ ଟାର୍ଗେଟ କରି ରାଜଧାନୀରେ ଏମାନେ ମହଙ୍ଗା ନିଶା ତଥା କୋକେନ୍ କାରବାର କରୁଥିଲେ । ଉଭୟଙ୍କୁ ୫ ଦିନ ରିମାଣ୍ଡ ପାଇଁ ଆବେଦନ କରାଯାଇଥିଲେ ମଧ୍ୟ କୋର୍ଟ ୪ ଦିନ ପାଇଁ ଅନୁମତି ଦେଇଥିଲେ ।

୨୦୨୩ ହକି ବିଶ୍ୱକପ୍ କୁ ଆଖି ଆଗରେ ରଖି କୋକେନ୍ ବିକ୍ରି ପାଇଁ ସେମାନଙ୍କ କଣ ଥିଲା ବ୍ଲୁ ପ୍ରିଣ୍ଟ । ରାଜଧାନୀର କେଉଁ ତାରକା ହୋଟେଲକୁ କୋକେନ ଦିଆଯାଉଥିଲା । ସେନେଇ ତଥ୍ୟ ଓଗାଳିବେ ଏସଟିଏଫ ଓ ନାର୍କୋଟିକ୍ସ । ଭୁବନେଶ୍ୱରରେ ଆଉ କାହା ସହ ସେମାନଙ୍କ ରହିଛି ଲିଙ୍କ୍ ସେନେଇ ଖୋଳତାଡ଼ ବି କରିବ ଏସଟିଏଫ୍ ।

ଅନ୍ୟପକ୍ଷେ, ରାଜଧାନୀ ଭୁବନେଶ୍ୱର ଏବେ ନିଶା ଆଡ୍ଡା ପାଲଟିଲାଣି । ଗଞ୍ଜେଇ- ଡ୍ରଗ୍ସ- ବ୍ରାଉନ୍‌ସୁଗର ପରେ ଭୁବନେଶ୍ୱରରେ କୋକେନ୍‌ ଆଡ୍ଡା । ପ୍ରଥମଥର ପାଇଁ ଭୁବନେଶ୍ୱର ଜାଭିୟର ଛକ ନିକଟରୁ ଏକାଥରେ ଧରାପଡ଼ିଥିଲା ୨୦୨ ଗ୍ରାମର କୋକେନ୍‌ ।

ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତମାନେ ରାଜସ୍ଥାନର ବିଙ୍ଗଲୋର ସିଂହ ଓରଫ ରବି ଏବଂ ସନି କୁମାର । ସେମାନଙ୍କଠାରୁ ୨୦୨ ଗ୍ରାମ୍‌ର କୋକେନ ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ । ଦିଲ୍ଲୀର କୋକେନ ମାଫିଆଠାରୁ କୋକେନ କିଣୁଥିଲା ରବି ।

ରାଜସ୍ଥାନରେ ତାର ଗୋଟିଏ ହୋଟେଲ ଏବଂ ଦିଲ୍ଲୀରେ ଏକ ଟ୍ରାଭେଲ ବିଜନେସ୍‌ ବି ରହିଛି । ଦିଲ୍ଲୀରେ ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ସମୟରୁ ସେ କୋକେନ୍ ବିଜନେସ୍ କରି ଆସୁଥିଲେ । ଦିଲ୍ଲୀ ପରେ ବଡ଼ ବଡ଼ ସହରରେ କୋକେନ୍ ବିକ୍ରି କରିବାକୁ ଯୋଜନା କରିଥିଲା ରବି । କିଛି ବିଦେଶୀଙ୍କ ସହ ତାର ଲିଙ୍କ୍ ରହିଥିବାର କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।