/odishatv-khabar/media/post_attachments/uploadimage/library/16_9/16_9_0/BJD_1677412472.jpg)
BJD
ବିଜେଡି ଆଇନଜୀବୀ ସାମୁଖ୍ୟ ତାଲିକାରେ ମୃତ ବ୍ୟକ୍ତିଙ୍କ ନାଁ । ଗତକାଲି ବିଜେଡିର ଆଇନଜୀବୀ ସାମୁଖ୍ୟ ତାଲିକା ଘୋଷଣା ହୋଇଛି । ଯେଉଁଥିରେ ଗଜପତି ଜିଲ୍ଲା ଆଇନଜୀବୀ ସାମୁଖ୍ୟ ସଭାପତି ପାଇଁ ବରିଷ୍ଠ ଆଇନଜୀବୀ ରାମନାଥ ମିଶ୍ରଙ୍କ ନାଁ ଘୋଷଣା
ହୋଇଛି ।
Advertisment
କିନ୍ତୁ ରାମନାଥ ମିଶ୍ର ଗତବର୍ଷ ଅକ୍ଟୋବର ୩୧ ତାରିଖରେ ପ୍ରାଣତ୍ୟାଗ କରିଛନ୍ତି । କେମିତି ମୃତ ବ୍ୟକ୍ତିଙ୍କ ନାଁ ଆଉ ଥରେ ତାଲିକାରେ ଲେଖାଗଲା ତାକୁ ନେଇ ନାନା ପ୍ରଶ୍ନ ସୃଷ୍ଟିହୋଇଛି । ଏନେଇ ସ୍ଥାନୀୟ ବିଜେଡି ନେତା ପ୍ରତିକ୍ରିୟା ରଖିଛନ୍ତି । ଦଳ ପାଖରେ ଖବର ନଥିବାରୁ ବୋଧ ହୁଏ ଏମିତି ହୋଇଛି, ଏନେଇ ଅବଗତ କରାଯାଇଥିବା କହିଛନ୍ତି ପୂର୍ବତନ ଗଜପତି ଜିଲ୍ଲା ବିଜେଡି ସଭାପତି ବସନ୍ତ ଦାସା ।
ସ୍ୱର୍ଗତ ରାମନାଥ ମିଶ୍ର ଜିଲ୍ଲାର ଜଣେ ବରିଷ୍ଠ ଆଇନଜୀବୀ । ପାରଳାଖେମୁଣ୍ଡି ବାର୍ ଆସୋସିଏସନର ସଭାପତି ଭାବେ ୨୦ରୁ ଅଧିକ ଥର ସେ ନିର୍ବାଚିତ ହୋଇଥିଲେ । ତାଙ୍କ ମୃତ୍ୟୁର ୫ ମାସ ପରେ ବି ଦଳ ପାଖରେ କେମିତି ଖବର ନାହିଁ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)