ଆଜି ସକାଳେ ପ୍ରଥମେ ନିର୍ବନ୍ଧ କାର୍ଯ୍ୟ ସଂପନ୍ନ ହୋଇଥିଲା । ଆଉ ଅପରାହ୍ନରେ ହୋଇଥିଲା ବାହାଘର । ଯାହାକୁ ନେଇ ବେଶ୍ ଖୁସି ତାଙ୍କ ସମର୍ଥକ । ଉଭୟ ଦିବ୍ୟଶଙ୍କର ଏବଂ ପ୍ରିୟଙ୍କାଙ୍କ ଏ ହେଉଛି ଦ୍ୱିତୀୟ ବିବାଦ । ନିଜ ନିଜର ପ୍ରଥମ ବୈବାହିକ ଜୀବନରେ କୌଣସି କାରଣକୁ ନେଇ ବିବାଦ ଉଠିଥିଲା ।
ରାଷ୍ଟ୍ରପତି ଭବନରେ ଓଡ଼ିଶାର ବିଧାୟକ ଟିମ୍ । ପ୍ରଥମ ନାଗରିକଙ୍କୁ ଭେଟିଲେ, ଅଭିନନ୍ଦନ ଜଣାଇଲେ । ଉପହାର ଦେବା ସହ ସୁଖଦୁଃଖ ବି ହେଲେ । ରାଜ୍ୟ ବିକାଶ ଲାଗି ସହଯୋଗ ଲୋଡ଼ିଲେ । ଖାଲି ସେତିକି ନୁହେଁ, ଭବ୍ୟ ରାଷ୍ଟ୍ରପତି ଭବନ ବୁଲି ଦେଖିବା ସହ ରାଷ୍ଟ୍ରପତିଙ୍କ ସହ ଫଟୋ ଉଠାଇ ଖୁସି ମନରେ ଫେରିଲେ ଓଡ଼ିଶାରୁ ଯାଇଥିବା ବିଧାୟକ ଟିମ ।
ରାଷ୍ଟ୍ରପତି ଭବନରେ ଓଡ଼ିଶାର ବିଧାୟକମାନେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି। ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ଏତେ ନିକଟରୁ ତାଙ୍କୁ ଦେଖି ସମସ୍ତେ ଖୁସିରେ ବିଭୋର ହୋଇଛନ୍ତି।