• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସୁରେଶ ମହାପାତ୍ର ହେବେ OERC ଚେୟାରମ୍ୟାନ୍ । ଓଡ଼ିଶା ଇଲେକଟ୍ରିସିଟି ରେଗୁଲେଟୋରୀ କମିଶନ-ଓଇଆରସି ଚେୟାରମ୍ୟାନ ଭାବେ ସୁରେଶ ମହାପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଯୁକ୍ତି ଦିଆଯାଇଥିବା ଜଣାପଡ଼ିଛି । ଆସନ୍ତା ୨୮ ତାରିଖରେ ସେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେବେ । ଏହା ପରେ ସୁରେଶ ମହାପାତ୍ର ଓଇଆରସି ଅଧ୍ୟକ୍ଷ ପଦର ଦାୟିତ୍ୱ ସମ୍ଭାଳିବେ ବୋଲି ଜଣାପଡ଼ିଛି ।

ସହିପରି ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ ପ୍ରଦୀପ ଜେନା । ମାର୍ଚ୍ଚ ୧ ତାରିଖରୁ ପ୍ରଦୀପ ଦାୟିତ୍ୱ ଗ୍ରହଣ କରିବେ ।

ସାଧାରଣ ପ୍ରଶାସନ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନୂଆ ମୁଖ୍ୟ ଶାସନ ସଚିବଙ୍କ ନାଁ ଘୋଷଣା କରାଯାଇଛି । ୧୯୮୯ ବ୍ୟାଚ୍‌ର IAS ଅଫିସର ହେଉଛନ୍ତି ପ୍ରଦୀପ ଜେନା ।

ବର୍ତ୍ତମାନ ପ୍ରଦୀପ SRC ଦାୟିତ୍ୱରେ ରହିଛନ୍ତି । ଆସନ୍ତା ୨୮ରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅବସର ରହିଛି । ତେଣୁ ପ୍ରଦୀପ ଦାୟିତ୍ୱ ଗ୍ରହଣ କରିବେ ।