Advertisment

୨ ମିନିଟ୍‌ରେ ଖେଳ ଖତମ୍‌: ବାଇକ୍‌ରେ ଆସିଲେ, କିଛି ବୁଝିବା ପୂର୍ବରୁ ଫାୟାରିଂ କରି ଚାଲିଗଲେ...

୨ ଜଣ ଅଜଣା ବ୍ୟକ୍ତି ନମ୍ବର ପ୍ଲେଟ୍‌ ନଥିବା ଏକ ପଲ୍‌ସର୍‌ ବାଇକ୍‌ରେ ଆସି ଢାବା ମାଲିକଙ୍କ ସହ ୨ ମିନିଟ୍‌ ପ୍ରଥମେ କଥା ହୋଇଥିଲେ। ଏହାପରେ ଢାବା ମାଲିକ ଓ ତାଙ୍କ ସହଯୋଗୀଙ୍କ ଉପରେ ୪ ରାଉଣ୍ଡ ଗୁଳି ଚଳାଇଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Dhaba Owner Shot Dead Over Suspected Past Enmity, Another Critical

Dhaba owner shot dead, another critical after firing over previous enmity

ଢାବାରେ ଫୁଟିଲା ଗୁଳି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ମାଲଦା ଗାଁର ସରକାରୀ ଧର୍ମକଣ୍ଟା ନିକଟରେ ଥିବା ଢାବାରେ ଗୁଳିକାଣ୍ଡ ହୋଇଥିଲା। ଦୁର୍ବୃତ୍ତମାନେ ଢାବା ମାଲିକ ଓ ତାଙ୍କ ସହଯୋଗୀଙ୍କ ଉପରେ ୪ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଛନ୍ତି।

Advertisment

ସୂଚନା ଅନୁସାରେ, ୨ ଜଣ ଅଜଣା ବ୍ୟକ୍ତି ନମ୍ବର ପ୍ଲେଟ୍‌ ନଥିବା ଏକ ପଲ୍‌ସର୍‌ ବାଇକ୍‌ରେ ଆସି ଢାବା ମାଲିକ ରମେଶ ଚାତମ୍ବାଙ୍କ ସହ ୨ ମିନିଟ୍‌ ପ୍ରଥମେ କଥା ହୋଇଥିଲେ। ଏହାପରେ ହଠାତ୍‌ ରମେଶ ଓ ତାଙ୍କ ସହଯୋଗୀ ରାମ ପୂର୍ତ୍ତୀଙ୍କ ଉପରେ ୪ ରାଉଣ୍ଡ ଗୁଳି ଚଳାଇଥିଲେ। ଏହାପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। 

ଗୁରୁତର ଅବସ୍ଥାରେ ଉଭୟଙ୍କୁ କେନ୍ଦୁଝର ଜିଲ୍ଲା ଯୋଡ଼ା ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଢାବା ମାଲିକ ରମେଶଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ଗୁରୁତର ରାମ ପୂର୍ତ୍ତିଙ୍କୁ କଟକବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷେ, କୋଇଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisment
Shooting Firing
Advertisment
Advertisment