Advertisment

ପରୀକ୍ଷାର୍ଥୀଙ୍କ ଝିଅର ଯତ୍ନ ନେଲେ କନଷ୍ଟେବଲ୍, ସ୍ତନ୍ୟପାନ ବି କରାଇଲେ

ପୋଲିସ କନେଷ୍ଟବଲ ବାସନ୍ତୀ ଚୌଧୁରୀଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। କର୍ତ୍ତବ୍ୟ ତୁଲାଇବା ସହ ଜଣେ ମହିଳା ଚାକିରି ଆଶାୟୀଙ୍କୁ ସାହାଯ୍ୟ କରି ସେ ପ୍ରଶଂସାର ପାତ୍ର ସାଜିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Lady Constable Takes Care of Baby As Aspirant Takes Test In Odisha's Malkangiri

Woman constable turns mother and takes care of baby as aspirant takes test

ମା’ ପରି କିଏ ହେବ। କଥାରେ ଅଛି ମା’ର ଋଣ କେହିବି ଶୁଝି ପାରିବେନି। ଦୁନିଆରେ ମା’ଠାରୁ ବଡ଼ ଆଉ କିଛି ନାହିଁ। ମା’ର ବାତ୍ସଲ୍ୟ, ମମତା ଆଗରେ ସବୁକିଛି ତୁଚ୍ଛ। ଏଭଳି ଏକ ମା’ର ମମତା ମାଲାକାନଗିରି ରେ ଦେଖିବାକୁ ମିଳିଛି। ପୋଲିସ କନେଷ୍ଟବଲ ବାସନ୍ତୀ ଚୌଧୁରୀଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। କର୍ତ୍ତବ୍ୟ ତୁଲାଇବା ସହ ଜଣେ ମହିଳା ଚାକିରି ଆଶାୟୀଙ୍କୁ ସାହାଯ୍ୟ କରି ସେ ପ୍ରଶଂସାର ପାତ୍ର ସାଜିଛନ୍ତି।

Advertisment

ସୂଚନା ଅନୁସାରେ, ରବିବାର ଦିନ ଓଡିଶା ପୋଲିସ କନଷ୍ଟେବଲ ନିଯୁକ୍ତି ନିମନ୍ତେ ଲିଖିତ ପରୀକ୍ଷା ଦେବାକୁ ଚଞ୍ଚଳା ମଲ୍ଲିକ ନାମକ ଜଣେ ମହିଳା ଆସିଥିଲେ। ସାଙ୍ଗରେ ତାଙ୍କ ସହ ଥିଲା ୪ ମାସର କୁନି ଝିଅ। ଝିଅ କାନ୍ଦିବାରୁ ଚଞ୍ଚଳା ସାଙ୍ଗରେ ସିନା ନେଇ ଆସିଲେ, ହେଲେ ପରୀକ୍ଷା ହଲ୍‌ ଭିତରକୁ ତ ନେଇ ପାରିବେ ନାହିଁ। ଝିଅର ଯତ୍ନ ନେବା ପାଇଁ ପରିବାର ଲୋକଙ୍କ ପକ୍ଷରୁ କେହି ନ ଥିଲେ। ଏପଟେ ପରୀକ୍ଷା ହଲ୍‌ର ଗେଟ୍ ବନ୍ଦ ହେବା ଉପରେ ଥିଲା। ଆଉ ଏହି ସମୟରେ ମମତାର ରୂପ ହୋଇ ଆଗକୁ ଆସିଥିଲେ କନେଷ୍ଟବଲ ବାସନ୍ତୀ।

ଅଧିକ ପଢ଼ନ୍ତୁ: ବିମାନ କର୍ମଚାରୀ ଅଭିଷେକଙ୍କ ମହାନତା; ଗର୍ଭବତୀଙ୍କ ପାଇଁ ସାଜିଲେ ରକ୍ଷକ

Advertisment

ଚଞ୍ଚଳାଙ୍କ ୪ ମାସର ଝିଅକୁ ବାସନ୍ତୀ କୋଳକୁ ନେଇ କୁନି ଝିଅର ପିଠି ଥାପୁଡି ତୁନି କରାଇଥିଲେ। ଝିଅ ଟିକେ ଶାନ୍ତ ହେବାରୁ ଚଞ୍ଚଳା ହଲ୍‌ ଭିତରକୁ ଯାଇଥିଲେ। ହେଲେ ମା' ଚାଲିଯିବା ପରେ ପୁଣି ରାହା ଧରି କାନ୍ଦିଥିଲା କଅଁଳ ଶିଶୁ। ପରୀକ୍ଷା ଶେଷ ଯାଏ ପ୍ରୟାସ କରି ଶିଶୁକୁ ଶାନ୍ତ କରାଇ ଥିଲେ ବାସନ୍ତୀ। ଏପରିକି କ୍ଷୀର ବି ପିଆଇଥିଲେ। ବାସନ୍ତୀଙ୍କ ଏ ମହତ କାର୍ଯ୍ୟ ବିଷୟରେ ଯିଏ ବି ଶୁଣୁଛି, ସେ ସାବାସୀ ନଦେଇ ରହିପାରୁ ନାହାନ୍ତି।

Advertisment
Advertisment