/odishatv-khabar/media/post_attachments/uploadimage/library/16_9/16_9_0/IMAGE_1677412659.jpg)
Pradeep Jena
ନୂଆ ମୁଖ୍ୟ ଶାସନ ସଚିବ ହେଲେ ପ୍ରଦୀପ ଜେନା । ମାର୍ଚ୍ଚ ୧ ତାରିଖରୁ ପ୍ରଦୀପ ଦାୟିତ୍ୱ ଗ୍ରହଣ କରିବେ । ସାଧାରଣ ପ୍ରଶାସନ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନୂଆ ମୁଖ୍ୟ ଶାସନ ସଚିବଙ୍କ ନାଁ ଘୋଷଣା କରାଯାଇଛି । ୧୯୮୯ ବ୍ୟାଚ୍ର IAS ଅଫିସର ହେଉଛନ୍ତି ପ୍ରଦୀପ ଜେନା ।
Advertisment
ବର୍ତ୍ତମାନ ପ୍ରଦୀପ SRC ଦାୟିତ୍ୱରେ ରହିଛନ୍ତି । ଆସନ୍ତା ୨୮ରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅବସର ରହିଛି । ତେଣୁ ପ୍ରଦୀପ ଦାୟିତ୍ୱ ଗ୍ରହଣ କରିବେ ।
ସେପଟେ ACS ଅନୁ ଗର୍ଗ ନୂଆ ଉନ୍ନୟନ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି । ପ୍ରଦୀପ ଜେନାଙ୍କୁ ପଦୋନ୍ନତି ପରେ ଅନୁ ଗର୍ଗଙ୍କୁ ଦାୟିତ୍ୱ ମିଳିଛି । ଜଳସମ୍ପଦ ସଚିବ ସହ ଉନ୍ନୟନ କମିଶନର ଦାୟିତ୍ୱ ତୁଲାଇବେ ଅନୁ ଗର୍ଗ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)