• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଯାହା ଚର୍ଚ୍ଚା ହେଉଥିଲା, ଶେଷରେ ସତ ହେଲା । ରାଜନୀତି ମଇଦାନର ବହୁଚର୍ଚ୍ଚିତ ରାଜନେତା ତଥା ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କର ଆଜି ସମ୍ପନ୍ନ ହୋଇଛି ବାହାଘର । ନିଜ ନିର୍ବାଚନ ମଣ୍ଡଳୀର ପ୍ରିୟଙ୍କା ଅଗସ୍ତିଙ୍କ ସିନ୍ଥିରେ ସିନ୍ଦୂର ଦେଇ ବୈଦିକ ରୀତିନୀତିରେ ବିବାହ କରିଛନ୍ତି କ୍ୟାପେଟନ ।

ଅଫ୍ ହ୍ୱାଇଟ୍ ସହ ସ୍କାଏ ବ୍ଲୁ ସେରୱାନୀରେ ଦିବ୍ୟଶଙ୍କର ଏବଂ ତାଙ୍କର ନବବିବାହିତା ପତ୍ନୀ । ପାଖରେ କେବଳ ନିକଟ ସମ୍ପର୍କୀୟ ଏବଂ ହାତଗଣତି ଆତ୍ମୀୟ ସ୍ୱଜନଙ୍କୁ ଦେଖିବକୁ ମିଳିଛି । ପୁରୀ ଜିଲ୍ଲା ପିପିଲି ନିକଟ ଏକ ରିସୋର୍ଟରେ ଗୋଲାମୁଣ୍ଡା ବ୍ଲକ ଦେକୋଟ୍ ଗାଁର ପ୍ରିୟଙ୍କାଙ୍କୁ ବିବାହ କରିଛନ୍ତି ଦିବ୍ୟଶଙ୍କର ।

ଆଜି ସକାଳେ ପ୍ରଥମେ ନିର୍ବନ୍ଧ କାର୍ଯ୍ୟ ସଂପନ୍ନ ହୋଇଥିଲା । ଆଉ ଅପରାହ୍ନରେ ହୋଇଥିଲା ବାହାଘର । ଯାହାକୁ ନେଇ ବେଶ୍ ଖୁସି ତାଙ୍କ ସମର୍ଥକ । ଉଭୟ ଦିବ୍ୟଶଙ୍କର ଏବଂ ପ୍ରିୟଙ୍କାଙ୍କ ଏ ହେଉଛି ଦ୍ୱିତୀୟ ବିବାଦ । ନିଜ ନିଜର ପ୍ରଥମ ବୈବାହିକ ଜୀବନରେ କୌଣସି କାରଣକୁ ନେଇ ବିବାଦ ଉଠିଥିଲା । ପ୍ରିୟଙ୍କା ପ୍ରଥମେ ଜଣେ ସଫଟୱାୟାର ଇଞ୍ଜିନିୟରଙ୍କୁ ବିବାହ କରିଥିଲେ। ନିଜେ ବି ଜଣେ ସଫଟୱେୟାର ଇଞ୍ଜିନିୟର ଥିବା ପ୍ରିୟଙ୍କା ବେଙ୍ଗାଳୁରୁରେ ଚାକିରି କରୁଥିଲେ । କିନ୍ତୁ ବିବାହ ବିଛେଦ ହେବା ପରଠୁ ଭୁବନେଶ୍ୱରରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଅଛନ୍ତି ।

ସେହିପରି କ୍ୟାପଟେନ୍ ଦିବ୍ୟଶଙ୍କର ମଧ୍ୟ ପୂର୍ବରୁ ନିଜ ଜିଲ୍ଲାର ଜୟପାଟଣା ଅଞ୍ଚଳରେ ବିବାହ କରିଥିଲେ । ପରେ ତାଙ୍କର ବି ବିବାହ ବିଚ୍ଛେଦ ହୋଇଥିଲା । ଶେଷରେ ଆଜି ଉଭୟ ଦିବ୍ୟଶଙ୍କର ଏବଂ ପ୍ରିୟଙ୍କା ପରସ୍ପରର ହାତ ଧରି ନୂଆ ସଂସାର ଆରମ୍ଭ କରିଛନ୍ତି ।

ଦ୍ୱିତୀୟ ଥର ପାଇଁ ଦାମ୍ପତ୍ୟ ଜୀବନ ଆରମ୍ଭ କରିଥିବା ରାଜନୀତିର ଏହି ଚର୍ଚ୍ଚିତ ଚେହେରା ଦିବ୍ୟଶଙ୍କର ମିଶ୍ରଙ୍କ ପାଖକୁ ଏବେ ବିଭିନ୍ନ ମହଲରୁ ଛୁଟୁଛି ଶୁଭେଚ୍ଛାର ସୁଅ ।