Advertisment

ବିବାହ ଭୋଜିରେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ନାବାଳକ ମୃତ

ବାହାଘର ଭୋଜିରେ ଅଘଟଣ, ବିଦ୍ୟୁତ୍‌ ଆଘାତରେ ନାବାଳକର ମୃତ୍ୟୁ ହୋଇଛି। ଗାଁରେ ଏକ ବିବାହ ଭୋଜି ଚାଲିଥିବା ବେଳେ ଏହି ଦୁଃଖଦ ଘଟଣା ସାମ୍ନାକୁ ଆସିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Minor Boy Electrocuted To Death During Marriage In Odisha's Balugaon

Minor boy electrocuted to death during marriage in Odisha's Balugaon

ବାହାଘର ଭୋଜିରେ ଅଘଟଣ, ବିଦ୍ୟୁତ୍‌ ଆଘାତରେ ନାବାଳକର ମୃତ୍ୟୁ ହୋଇଛି। ବାଲୁଗାଁ ଥାନା ଅନ୍ତର୍ଗତ ଖରିବାନ୍ଧ ଗାଁରେ ଗତକାଲି ଏହି ଅଭାବନୀୟ ଘଟଣା ଘଟିଛି। ଗାଁରେ ଏକ ବିବାହ ଭୋଜି ଚାଲିଥିବା ବେଳେ ଏହି ଦୁଃଖଦ ଘଟଣା ସାମ୍ନାକୁ ଆସିଛି।

Advertisment

ସ୍କୁଲ୍‌ ପରିସରରେ ଥିବା ସ୍ଲାଇଡର ଉପରେ ଦେଇ ବିଦ୍ୟୁତ ତାର ଟଣାଯାଇଥିଲା। ନାବାଳକ ଜଣଙ୍କ ସେଠାରେ ଖେଳୁଥିବା ବେଳେ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Advertisment

ଗୁରୁତର ଅବସ୍ଥାରେ ପରିବାର ଲୋକ ନାବାଳକଙ୍କୁ ପ୍ରଥମେ ବାଲୁଗାଁ ଓ ପରେ ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲ୍‌ ସ୍ଥାନାନ୍ତର କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ କେଉଁ ପରିସ୍ଥିତିରେ ସ୍କୁଲ୍‌ ପରିସରରେ ଏଭଳି ଘଟଣା ଘଟିଲା ସିଆରସିସି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। 

Marriage Electrocuted Death
Advertisment
Advertisment