• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଜଧାନୀ ବାସିନ୍ଦାଙ୍କୁ ଭିଡ଼ ଭୟ । ୧୬ ନମ୍ବର ଜାତୀୟ ରାଜପଥ ସାରା କେଉଁଠି ବି କେଉଁ ସମୟରେ ଫସିଯିବାର ଡର । ଆଉ ଥରେ ଜାମରେ ଫସିଗଲେ, ଗଲା । ରସୁଲଗଡ଼ ଫ୍ଲାଏଓଭରରୁ ଆଗକୁ ଏମିତି ହଂସପାଳ ଯାଏଁ ଗାଡ଼ିଙ୍କ ଏ ଲମ୍ବା ଲାଇନ୍ ଉପରେ । କେତେବେଳେ ଚକା ପୁରା ଜାମ୍ ତ କେତେବେଳେ କଛପ ଗତି ।

ଭୁବନେଶ୍ୱର ବାଣୀବିହାର ଛକରୁ ଆପଣ ଯଦି କଟକ ଅଭିମୁଖେ ଯାଉଛନ୍ତି ତାହେଲେ ପ୍ରଥମେ ସତସଙ୍ଗ ବିହାରଠୁ ହଂସପାଳ ଯାଏଁ ପ୍ରବଳ ଭିଡ଼ । କାରଣ-କେଉଁଠି ଓଭରବ୍ରିଜ୍ କାମ ପାଇଁ, କେଉଁଠି ରାସ୍ତା ଉପରେ ଅନିୟନ୍ତ୍ରିତ ଭାବେ ବସ୍ ପାର୍କିଂ ତ ପୁଣି କେଉଁଠି, କେତେବେଳେ ଯାତାୟତ କରୁଥିବା ଗାଡ଼ିର ବ୍ରେକଫେଲ୍ କି ଅନ୍ୟ ସମସ୍ୟା ପାଇଁ । ସବୁଠୁ ବଡ଼ କଥା ହେଉଛି ଏସବୁ ଯାଗାରେ ଭିଡ଼ ନିୟନ୍ତ୍ରଣ ପାଇଁ ଯେମିତି କିଛି ବି ବ୍ୟବସ୍ଥା ନାହିଁ।

ଅଧିକ ପଢ଼ନ୍ତୁ: ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ଜୋରିମାନା ନୁହେଁ ବରଂ କରିବାକୁ ପଡ଼ିବ ରକ୍ତଦାନ

ଟ୍ରାଫିକ୍ ପୋଲିସଙ୍କ ତ ଯେମିତି ଦେଖାଦର୍ଶନ ନାହିଁ । ଏପଟେ ଖଣ୍ଡଗିରିରୁ ଖୋର୍ଦ୍ଧା କିମ୍ବା ଖୋର୍ଦ୍ଧାରୁ ଖଣ୍ଡଗିରି ଯିବା ଆସିବା ସମୟରେ ବି ଅନୁରୂପ ଅବସ୍ଥା । ଡ୍ରୋନ୍ ଦ୍ୱାରା ଉତ୍ତୋଳିତ ନ ଦେଖିଲେ ବିଶ୍ୱସ ହେବନି । ଭୋର ସମୟରେ ପାତ୍ରପଡ଼ା ପାଖରେ ଏକ ଭାରିଯାନ ରାସ୍ତାରେ ବ୍ରେକଫେଲ ହେବାରୁ ଇଏ ତାରି ଫଳ । ପାତ୍ରପଡ଼ାଠୁ ପିତାପଲ୍ଲୀ ଯାଏଁ ଠପ୍ ପ୍ରାୟ ୪ ଘଣ୍ଟା ଧରି ରାସ୍ତା ଜାମ୍ । ପାତ୍ରପଡ଼ାଠୁ ପିତାପଲ୍ଲୀ ଯାଏଁ ପ୍ରାୟ ୧୪ କିଲୋମିଟରର ଏ ଲମ୍ବା ଜାମ୍ ପାଇଁ କି ଦହଗଞ୍ଜ ଭୋଗିଥିବେ ଲୋକେ ।

ଗୋହିରିଆ ଛକ ପାଖରେ ଫ୍ଲାଏ ଓଭର ବ୍ରିଜ୍ କାମ ପାଇଁ ସର୍ଭିସ୍ ରୋଡରେ ଯାତାୟତ ଲାଗି ସଂଧ୍ୟା ୫ରୁ ରାତି ୧୦ଟା ପର୍ଯ୍ୟନ୍ତ ଅସମ୍ଭାଳ ଜାମ୍ ଏଠି ସବୁଦିନିଆ । ସ୍ଥିତି ଏମିତି ଯେ ରାଜପଥକୁ ଗୋଡ଼ କାଢ଼ିବା ଆଗରୁ ରାଜଧାନୀବାସିନ୍ଦାଙ୍କୁ ଯେମିତି ଭିଡ଼ ଡର ଗୋଡ଼ାଉଛି ।

ଦେଖନ୍ତୁ ଭିଡିଓ | ଏଣିକି ହେଲମେଟ୍‌ ପିନ୍ଧିଥିଲେ ବି ଏଇ ସବୁ କାରଣ ପାଇଁ ଟ୍ରାଫିକ୍‌ କାଟିବ ଫାଇନ୍‌...