/odishatv-khabar/media/post_attachments/uploadimage/library/16_9/16_9_0/IMAGE_1677500608.jpg)
Kusum tete
ରାଜ୍ୟରେ ଦିନକୁ ଦିନ ବଢୁଛି ଅପରାଧ । ଗତ ୫ବର୍ଷ ମଧ୍ୟରେ ରାଜ୍ୟରେ ଚୋରି, ଡକାୟତି ଆଦି ଅପରାଧ ବଢ଼ିଛି । ଏନେଇ ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନରେ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଉତ୍ତର ରଖିଛନ୍ତି । ୨୦୧୮ରେ ବିଭିନ୍ନ ଥାନାରେ ୧ ଲକ୍ଷ ୭ ହଜାର ୪୦୮ଟି ଅପରାଧ ମାମଲା ହୋଇଛି ।
Advertisment
ସେହିପରି ୨୦୧୯ରେ ମଧ୍ୟ ଅପରାଧିକ ମାମଲା ବଢ଼ିଛି । ୨୦୧୯ରେ ବିଭିନ୍ନ ଥାନାରେ ୧ ଲକ୍ଷ ୨୧ ହଜାର ୫୨୫ଟି ମାମଲା ପଞ୍ଜୀକୃତ ହୋଇଥିବା ବେଳେ ୨୦୨୦ରେ ୧ ଲକ୍ଷ ୩୪ହଜାର ୨୩୦ଟି ମାମଲା ଦାୟର ହୋଇଛି । ଖାଲି ସେତିକି ନୁହେଁ ୨୦୨୧ ଏବଂ ୨୦୨୨ରେ ଅପରାଧିକ ମାମଲା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି ।
୨୦୨୧ରେ ୧ଲକ୍ଷ ୫୫ ହଜାର ୪୨୦ଟି ମାମଲା ରୁଜୁ ହୋଇଛି । ୨୦୨୨ରେ ୧ ଲକ୍ଷ ୭୮ ହଜାର ୧୯୦ଟି ଅପରାଧିକ ମାମଲା ରୁଜୁ ହୋଇଥିବା ଗୃହରାଷ୍ଟ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)