Advertisment

ସାବଧାନ ! ଏଣିକି ମଦ ପିଇ ଗାଡି ଚଲାଇଲେ ଗଣିବେ ଏତିକି ଟଙ୍କା ଫାଇନ୍‌, ଲାଇସେନ୍ସ ବି କ୍ୟାନସେଲ୍‌...

ମଦ ପିଇ ଗାଡି ଚଲାଇ ଧରାପଡ଼ିଲେ ଫାଇନ୍‌ ଗଣିବେ। ଖାଲି ଏତିକି ନୁହେଁ ମଦ ପିଇ ଗାଡ଼ି ଚଲାଇଲା ବେଳେ ଅନ୍ୟକୁ ଧକ୍କା ଦେଲେ ଲାଇସେନ୍ସ ରଦ୍ଦ ହେବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Drunken Driving Fine In Bhubaneswar

Crackdown on drunken driving in bhubaneswar

ଏଣିକି ବନ୍ଧା ହେବେ ମଦୁଆ ଡ୍ରାଇଭର। ମଦ ପିଇ ଗାଡି ଚଲାଇ ଧରାପଡ଼ିଲେ ଫାଇନ୍‌ ଗଣିବେ। ଖାଲି ଏତିକି ନୁହେଁ ମଦ ପିଇ ଗାଡ଼ି ଚଲାଇଲା ବେଳେ ଅନ୍ୟକୁ ଧକ୍କା ଦେଲେ ଲାଇସେନ୍ସ ରଦ୍ଦ ହେବ। କମିଶନରେଟ ପୋଲିସର ଭୁବନେଶ୍ୱର ୟୁପିଡି ଏଭଳି କଠୋର ପଦକ୍ଷେପ ନେବାକୁ ଯାଉଛି। ଏବେ ପ୍ରାୟ ୮୦ ଭାଗ ଦୁର୍ଘଟଣା ମଦ୍ୟପାନ ଯୋଗୁ ହେଉଛି ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ମଦ ପିଇ ଗାଡ଼ି ଚଳାଇଲେ ତ୍ରାହି ନାହିଁ, ସିଧା ଜେଲ୍ ଯିବେ ଡ୍ରାଇଭର

ମଦ ପିଇ ଗାଡ଼ି ଚଲାଇ ଧରା ପଡିଲେ ୫ ହଜାର ଟଙ୍କା ଫାଇନ ଗଣିବେ। ଅନେକ ସମୟରେ ମଦ୍ୟପ ଡ୍ରାଇଭର ଗାଡ଼ି ଧକ୍କା କରି ଘଟଣାସ୍ଥଳରୁ ଫେରାର ହୋଇଯାଉଥିବା ବେଳେ ଅନ୍ୟର ଧନ ଜୀବନ ନଷ୍ଟ ହେଉଥିବା ଡିସିପି କହିଛନ୍ତି। ତେବେ ଏଭଳି ଡ୍ରାଇଭରଙ୍କୁ ଧରିବା ଲାଗି ଭୁବନେଶ୍ୱରରେ ପୋଲିସକର୍ମୀଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଛି।

ଏମିତି ଅନେକ ସମୟରେ ଦେଖିବାକୁ ମିଳିଛି ରାସ୍ତାର ଗୋଟିଏ ପାର୍ଶ୍ୱରେ ଭୁଲ୍‌ ଗାଡ଼ି ଚଲାଇବା ଯୋଗୁ ଦୁର୍ଘଟଣା ଘଟୁଛି। ଏଭଳି ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଫାଇନ୍‌ ପଡ଼ୁଥିଲେ ମଧ୍ୟ ସୁଧୁରିବାର ନାଁ ଧରୁ ନାହାନ୍ତି। ଫଳରେ ନିଜେ ଅସୁବିଧାରେ ପଡ଼ିବା ସହ ଅନ୍ୟଙ୍କୁ ମଧ୍ୟ ସେମାନେ ଅସୁବିଧାରେ ପକାଉଛନ୍ତି। ଏଭଳି  ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ସାବାଡ୍‌ କରିବା ଲାଗି କମିଶନରେଟ ପୋଲିସର ଭୁବନେଶ୍ୱର ୟୁପିଡି କଠୋର ପଦକ୍ଷେପ ନେବାକୁ ଯାଉଛି।

Advertisment
Drunken Driving Traffic Rule Violation
Advertisment
Advertisment