Advertisment

ଇଂଲଣ୍ଡରେ ନିର୍ବାଚନ ଲଢୁଛନ୍ତି ଓଡ଼ିଆ ଝିଅ

ଭୁବନେଶ୍ୱରରେ ଜନ୍ମିତ ସସ୍ମିତା, ଗତ ୨୦ ବର୍ଷ ଧରି ଇଂଲଣ୍ଡର ସର୍ବପୁରାତନ ସହର ‘ବାଥ୍‌’ର ଓଲ୍ଡଫିଲ୍ଡ ପାର୍କ ଅଂଚଳରେ ରହି ଆସୁଛନ୍ତି। ସେ ସେଠାକାର ନାଗରିକତ୍ୱ ମଧ୍ୟ ଗ୍ରହଣ କରିସାରିଛନ୍ତି। ସସ୍ମିତା ବାଥ୍ ସହରରେ ଜଣେ ସମାଜସେବୀ ଓ ବ୍ୟବସାୟୀ ରୂପେ ଖୁବ୍ ଲୋକପ୍ରିୟ। ତାଙ୍କରି ତତ୍ୱାବଧାନରେ ବାଥ୍ ସହରରେ ଗଢ଼ି ଉଠିଛି ଭବ୍ୟ ଜଗନ୍ନାଥ ମନ୍ଦିର।

author-image
Sarbeswar
ଅଦ୍ୟତନ ହୋଇଛି
Odia Girl In UK Election

Odia girl to stand election

ଇଂଲଣ୍ଡରେ ନିର୍ବାଚନ ଲଢ଼ିବେ ଓଡ଼ିଆ ଝିଅ। ଭୁବନେଶ୍ୱରର ଝିଅ ସସ୍ମିତା ରାଜହଂସ, ୱେଷ୍ଟମୋରଲ୍ୟାଣ୍ଡରୁ କାଉନସିଲର ବା ବିଧାୟିକା ଭାବେ ନିର୍ବାଚନ ଲଢ଼ିବାକୁ ଟିକଟ ପାଇଛନ୍ତି। ସେଠାକାର ପ୍ରଭାବଶାଳୀ ରାଜନୈତିକ ଦଳ ‘ଲିବେରାଲ୍ ଡେମୋକ୍ରାଟ୍’ ତାଙ୍କୁ ଦଳୀୟ ଟିକଟ ଦେବାକୁ ମନୋନୀତ କରିଛି। ଇଂଲଣ୍ଡର ପୁରାତନ ସହର ‘ବାଥ୍’ରେ ରହୁଥିବା ସସ୍ମିତାଙ୍କର ‘କଞ୍ଜରଭେଟିଭ୍’ ଦଳର ପ୍ରାର୍ଥୀଙ୍କ ସହ ପ୍ରତିଯୋଗିତା ହେବାକୁ ଯାଉଛି।

Advertisment

ଭୁବନେଶ୍ୱରରେ ଜନ୍ମିତ ସସ୍ମିତା, ଗତ ୨୦ ବର୍ଷ ଧରି ଇଂଲଣ୍ଡର ସର୍ବପୁରାତନ ସହର ‘ବାଥ୍‌’ର ଓଲ୍ଡଫିଲ୍ଡ ପାର୍କ ଅଂଚଳରେ ରହି ଆସୁଛନ୍ତି। ସେ ସେଠାକାର ନାଗରିକତ୍ୱ ମଧ୍ୟ ଗ୍ରହଣ କରିସାରିଛନ୍ତି। ସସ୍ମିତା ବାଥ୍ ସହରରେ ଜଣେ ସମାଜସେବୀ ଓ ବ୍ୟବସାୟୀ ରୂପେ ଖୁବ୍ ଲୋକପ୍ରିୟ। ତାଙ୍କରି ତତ୍ୱାବଧାନରେ ବାଥ୍ ସହରରେ ଗଢ଼ି ଉଠିଛି ଭବ୍ୟ ଜଗନ୍ନାଥ ମନ୍ଦିର।

ଗତ କରୋନା ମହାମାରି ସମୟରେ ସସ୍ମିତା, ଏଠାରେ ଥିବା ‘ଡୋରେଦି ହାଉସ୍ ହସପିକ୍’ ପାଇଁ ନିଜର ସେବା ପ୍ରଦାନ କରି ଖୁବ୍ ଜଣାଶୁଣା ହୋଇଥିଲେ। ୟୁକେରେ କ୍ୟାନସର ଗବେଷଣା ପାଇଁ ପାଣ୍ଠି ଯୋଗାଡ଼ରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

Advertisment

ବାଥ୍ ସହରରେ ପ୍ରତିଷ୍ଠା ହୋଇଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭବ୍ୟ ମନ୍ଦିର ପାଇଁ, ସସ୍ମିତାଙ୍କ ଅବଦାନ ସର୍ବାଧିକ। ଏଠାରେ ସେ ସବୁ ସେବା ନିଜେ କରନ୍ତି। ସବୁ ପୂଜାର୍ଚ୍ଚନା କରିବା ସହିତ ନିୟମିତ ଭାବେ ମାଗଣାରେ ଶତାଧିକ ଭକ୍ତଙ୍କୁ ପ୍ରସାଦ ରାନ୍ଧି ଖୁଆଇଥାନ୍ତି। ବାଥ୍ ସହରର ‘ଲୋୟର ବ୍ରିଷ୍ଟୋଲ୍ ରୋଡ଼’ରେ ସେ ନୂଆକରି ଏକ ଭାରତୀୟ ହୋଟେଲ୍ ପ୍ରତିଷ୍ଠା କରିବାକୁ ଯାଉଛନ୍ତି, ଯେଉଁଥିରେ ମୁଖ୍ୟ ଆକର୍ଷଣ ହେଉଛି ଓଡ଼ିଆ ଖାଦ୍ୟ।

ସ୍ଥାନୀୟ ଅଂଚଳରେ ନିଜର ସମାଜସେବା ପାଇଁ ଲୋକପ୍ରିୟ ଥିବାରୁ ‘ଲିବେରାଲ୍ ଡେମୋକ୍ରାଟ୍’ ଦଳ ତାଙ୍କୁ ଦଳୀୟ ପ୍ରାର୍ଥୀ କରିବାକୁ ବାଛିଥିଲା। ସସ୍ମିତା ମଧ୍ୟ ଖୁବ୍ ଆଶାବାଦୀ ଯେ, ସେ ଏହି ନିର୍ବାଚନରେ ବିଜୟଲାଭ କରିବେ। ବାଥ୍ ସହରରେ ୨୦୧୯ରେ ଅନୁଷ୍ଠିତ ଏକ ସ୍ଥାନୀୟ ନିର୍ବାଚନରେ ‘ଲିବେରାଲ୍ ଡେମୋକ୍ରାଟ୍’ ଦଳର ପ୍ରାର୍ଥୀ ସର୍ବାଧିକ ଭୋଟ୍ ପାଇ ବିଜୟଲାଭ କରିଥିଲେ। ତେଣୁ ଆଶା କରାଯାଉଛି, ଏଠାକାର ଭୋଟର, ସେହି ଦଳରୁ ପ୍ରାର୍ଥୀ ହୋଇଥିବା ଓଡ଼ିଆ ଝିଅ ସସ୍ମିତା ରାଜହଂସଙ୍କୁ ଭୋଟ୍ ଦେଇ ଜିତାଇବେ।

Odia Girl
Advertisment
Advertisment