Advertisment

ପୂର୍ବ ପ୍ରାୟୋଜିତ କହି CBI ତଦନ୍ତ ଦାବି କଲା ବିଜେପି, ମୃତ ଚନ୍ଦ୍ରମଣିଙ୍କ ପରିବାରକୁ ଗାଏବ୍ ଅଭିଯୋଗ

ବିଜେପିର କେନ୍ଦ୍ରୀୟ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ର ଗ୍ରାଉଣ୍ଡ ଭିଜିଟ୍ । ସମ୍ବଲପୁର ହିଂସାଗ୍ରସ୍ତ ଅଞ୍ଚଳ ବୁଲିଲେ କେନ୍ଦ୍ରୀୟ ଟିମ୍ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Odisha Politics, Sambalpur Violence

ପୂର୍ବ ପ୍ରାୟୋଜିତ ଥିଲା ସମ୍ବଲପୁର ହିଂସା । ଏଥିପାଇଁ ଓଡ଼ିଶା ସରକାର ସଂପୂର୍ଣ୍ଣ ଦାୟୀ । ହିଂସାଗ୍ରସ୍ତ ଅଞ୍ଚଳର ଗ୍ରାଉଣ୍ଡ ଭିଜିଟ୍ ପରେ ଆଜି ଏଭଳି ଢଙ୍ଗରେ ବର୍ଷିଛି ବିଜେପିର କେନ୍ଦ୍ରୀୟ ତଥ୍ୟ ଅନୁସନ୍ଧାନକାରୀ ଦଳ । ଟିମ୍‌ର ଅଧ୍ୟକ୍ଷ ଅବସରପ୍ରାପ୍ତ ଆଇପିଏସ୍ ତଥା ସାଂସଦ ବ୍ରିଜ୍ ଲାଲ୍ ଘଟଣାର ସିବିଆଇ ତଦନ୍ତ ସହ ଏ କ୍ଷେତ୍ରରେ ଏନ୍ଆଇଏର ସହଯଗ ନିଆଯିବାକୁ ଦାବି କରିଛନ୍ତି ।

Advertisment

ସମ୍ବଲପୁର ହିଂସାକୁ ନେଇ ତେଜିଲା ରାଜନୀତି। ଜାତୀୟ ଏସ୍‌ଟି କମିସନ୍ ସଦସ୍ୟଙ୍କ ପରେ ଗ୍ରାଉଣ୍ଡ ଜିରୋରେ ବିଜେପିର କେନ୍ଦ୍ରୀୟ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ହିଂସାଗ୍ରସ୍ତ ସ୍ଥାନ ବୁଲି ଦେଖିବା ପରେ ପ୍ରେସମିଟ୍ କରି ସିଧା ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ବର୍ଷିଛନ୍ତି ଟିମର ଅଧ୍ୟକ୍ଷ ଥିବା ଉତ୍ତରପ୍ରଦେଶର ପୂର୍ବତନ ପୋଲିସ୍ ଡିଜି ତଥା ସାଂସଦ ବ୍ରିଜ ଲାଲ । ଅଭିଯୋଗ କରିଛନ୍ତି ହିଂସା ପୂର୍ବ ପ୍ରୟୋଜିତ ଥିଲା । ୫ ତାରିଖରେ କେନ୍ଦ୍ର ସରକାର ଏବଂ ୧୧ ତାରିଖରେ ରାଜ୍ୟ ଗୁଇନ୍ଦା ବିଭାଗ ହିଂସା ଆଶଙ୍କାକୁ ନେଇ ଅବଗତ କରିବା ପରେ ମଧ୍ୟ ପ୍ରଶାସନ ଯେମିତି ପଦକ୍ଷେପ ନେବା କଥା ନେଇନଥିଲା । ତେଣୁ ଏଥିପାଇଁ ବିଜେଡି ସରକାରଙ୍କୁ ଦାୟୀ କରିବା ସହ ଦଳ ତୃଷ୍ଟିକରଣ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି ବ୍ରିଜଲାଲ୍ ।

ତେଣୁ ଏହି ଘଟଣାର ସିବିଆଇ ତଦନ୍ତ କରାଯାଉ ଏବଂ ଏ କ୍ଷେତ୍ରରେ ଏନ୍ଆଇଏର ସହଯୋଗ ନିଆଯିବାକୁ ସେ ଦାବି କରିଛନ୍ତି। କେବଳ ସେତିକି ନୁହେଁ ହିଂସା ଆଶଙ୍କାର ଇନ୍‌ପୁଟ୍ ଥିବା ସତ୍ତ୍ୱେ ଜିଲ୍ଲା ଏସ୍‌ପି ଏହି ସମୟରେ ହୋଟେଲରେ ମସ୍ତି କରୁଥିବାର ଅଭିଯୋଗ ବି ଆଣିଛି ବିଜେପି ।

Advertisment

ଅପରପକ୍ଷେ ବିଜେପିର କେନ୍ଦ୍ରୀୟ ଟିମ୍ ସଦସ୍ୟମାନେ ମୃତକ ଚନ୍ଦ୍ରମଣି ମିର୍ଦ୍ଦାଙ୍କୁ ଭେଟିବାକୁ ତାଙ୍କ ଗାଁ ଝାରମୁଣ୍ଡା ଯାଇଥିଲେ, ସେଠି ତାଙ୍କ ଘର ତାଲା ପଡ଼ିଥିବା ଦେଖିବାକୁ ପାଇଥିଲେ । ଏସ୍‌ଟି କମିଶନ ସଦସ୍ୟଙ୍କ ଗସ୍ତ ସମୟରେ ବି ଚନ୍ଦ୍ରମଣିଙ୍କ ଘର ତାଲା ପଡ଼ିଥିବାରୁ ଟିମ୍ ତାଙ୍କୁ କିମ୍ବା ପରିବାରର କୌଣସି ସଦସ୍ୟଙ୍କୁ ଭେଟି ପାରି ନଥିଲେ ।

ତେଣୁ ଚନ୍ଦ୍ରମଣିଙ୍କ ପରିବାରକୁ ଗାଏବ କରାଯାଇଥିବାର ଅଭିଯୋଗ ଆଣିଛି ବିଜେପିର କେନ୍ଦ୍ରୀୟ ଟିମ୍ । ଚନ୍ଦ୍ରମଣିଙ୍କ ଗାଁ ଲୋକଙ୍କ ସହ ଆଲୋଚନା ପରେ ଟିମ୍ ସଦସ୍ୟ ଯୁଜୁମୁରା ବ୍ଲକ ଭବାନୀପାଲି ଗାଁର ଆହତ କାଳିଆ ଶିଖାଙ୍କ ଘରକୁ ଯାଇ କଥା ହୋଇଥିଲେ। ଏହାପରେ ସମ୍ବଲପୁର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ସହ ପୋଲିସ ଆଇଜିଙ୍କ ସହ ବି ଆଲୋଚନା କରିଥିଲେ ଟିମ୍ ସଦସ୍ୟ। ଖୁବ୍‌ଶୀଘ୍ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଟିମ୍ ଏହାର ରିପୋର୍ଟ ଦେବ ।

ସମ୍ବଲପୁର ହିଂସାକୁ ନେଇ ଏବେ ବଢୁଛି ରାଜ୍ୟ ସରକାରଙ୍କ ଅଡୁଆ । ସମସ୍ତ ପୂର୍ବ ସୂଚନା ଥାଇ ବି ହିଂସା ଏଡ଼ାଇବାକୁ କାହିଁକି ପ୍ରାକ୍ ପଦକ୍ଷେପ ନିଆଯାଇ ନଥିଲା ତାହା ଏବେ ବଡ଼ ପ୍ରଶ୍ନ ହୋଇ ଠିଆ ହୋଇଛି । 

BJP Odisha Politics
Advertisment
Advertisment