• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଏଡିଏମ୍‌ଙ୍କ ଗାଡ଼ି ମୋ-ବସ୍ ସହ ଦୁର୍ଘଟଣାଗ୍ରସ୍ତ ହେବା ପରଠାରୁ ଥମିବାରେ ନା ନେଉନି ବିବାଦ । ଭୁଲ କାହାର? କାହା ପାଇଁ ଘଟିଲା ଦୁର୍ଘଟଣା? ଏହାକୁ ନେଇ ଚାଲିଛି ଚର୍ଚ୍ଚା ।  ହେଲେ ଏବେ ସାମ୍ନାକୁ ଯେଉଁ ସିସିଟିଭି ଭିଡିଓ ଆସିଛି ତାହା ଚର୍ଚ୍ଚାକୁ ଆହୁରି ଖୋରାକ୍‌ ଯୋଗାଇଛି । ମୋ ବସ୍ ସହ କଟକ ADMଙ୍କ ଗାଡ଼ି ଦୁର୍ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି । ଯାହାକୁ ନେଇ ମୋ ବସ ଚାଳକଙ୍କ ବେପରୁଆ ଗାଡ଼ି ଚାଳନାକୁ ନେଇ ଉଠିଛି ପ୍ରଶ୍ନ ? ଅଧିକାଂଶ ସମୟରେ ରାଜଧାନୀରେ ଛୋଟବଡ଼ ଦର୍ଘଟଣା ଘଟାଉଛି ମୋ ବସ୍ ।

କେତେବେଳେ ସାଧାରଣ ଲୋକଙ୍କୁ ତ ଆଉ କେତେବେଳେ ବଡ଼ବଡ଼ ଅଫିସରଙ୍କୁ ଧକ୍କା ଦେଇ ମୋବସ୍ ଚର୍ଚ୍ଚାରେ ରହିଛି । ଅନେକ ବ୍ୟକ୍ତି ଦୁର୍ଘଟଣା ଲାଗି ମୋ ବସ୍ ଡ୍ରାଇଭରଙ୍କ ବେପରୁଆ ଗାଡ଼ିଚାଳନାକୁ ଦାୟୀ କରିଥାନ୍ତି । ହେଲେ ମଙ୍ଗଳବାର କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡ଼ି ଏୟାରପୋର୍ଟକୁ ଯିବା ସମୟରେ ମୋ ବସ୍ ସହ ଧକ୍କା ହୋଇଥିଲା । ପ୍ରଶ୍ନ ଉଠିଥିଲା ଭୁଲ୍ କାହାର? ମୋ ବସ୍ ଚାଳକଙ୍କର ନା ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡ଼ି ଚଲାଉଥିବା ବ୍ୟକ୍ତିଙ୍କର । ଦୁର୍ଘଟଣା ପରେ ଉଭୟ ଚାଳକ ପରସ୍ପରଙ୍କୁ ଦାୟୀ ବି କରିଥିଲେ ।।

ଅନ୍ୟପଟେ ବସ୍‌ରେ ଥିବା କିଛି ଯାତ୍ରୀ କହିଛନ୍ତି ଗାଡ଼ି ବେଗ ଠିକ୍ ଥିଲା । ଆଉ କିଛି ଯାତ୍ରୀ କହିଛନ୍ତି, ଉଭୟ ଚାଳକଙ୍କର ତ୍ରୁଟି ପାଇଁ ଦୁର୍ଘଟଣା ଘଟିଛି । ହେଲେ ଦୁର୍ଘଟଣାର ଶିକାର ହୋଇଥିବା ଜଣେ ବ୍ୟକ୍ତି କହିଛନ୍ତି ଦୁର୍ଘଟଣା ପାଇଁ ମୋ ବସ୍ ଡ୍ରାଇଭର ହିଁ ସମ୍ପୂର୍ଣ୍ଣ ଭାବରେ ଦାୟୀ । ସ୍ଥାନୀୟ ଲୋକଙ୍କ କହିଛନ୍ତି, ମୋ ବସ୍ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ପାଇଁ ଅନେକ ସମୟରେ ଦୁର୍ଘଟଣା ଘଟୁଛି । ସେପଟେ ‘କ୍ରୁଟ୍’ ବସ୍ ଭିତରେ ଲାଗିଥିବା ସିସିଟିଭି ଫୁଟେଜ୍ ଓ ଏକ ବିଜ୍ଞପ୍ତି ଜାରି କରି ମୋ ବସ୍’ର କୌଣସି ଭୁଲ ନଥିବା ସ୍ପଷ୍ଟୀକରଣ ରଖିଛି । ତେବେ ଭିଡିଓ ଦେଖିବା ପରେ ଆପଣ ବି ଜାଣିପାରିବେ ଭୁଲ କାହାର?

 

 

 

  • Reported by:
  • KAPILENDRA PRADHAN , ATULYA BOUT