/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683113573.jpg)
indian airlines
ମ’ ୧୫ରୁ ଭୁବନେଶ୍ୱରରୁ ଦୁବାଇକୁ ସିଧା ଆରମ୍ଭ ହେବ ବିମାନ ସେବା । ସପ୍ତାହରେ ୩ଦିନ ସୋମବାର, ବୁଧବାର ଓ ଶୁକ୍ରବାର ବିମାନ ସେବା ଚାଲିବ । ଜୁନ ୩ରୁ ଭୁବନେଶ୍ୱରରୁ ସିଙ୍ଗାପୁର ଓ ଭୁବନେଶ୍ୱରରୁ ବ୍ୟାଙ୍କକକୁ ମଧ୍ୟ ସିଧା ସଳଖ ବିମାନ ସେବା ଆରମ୍ଭ ହେବ । ଏହି ସହରକୁ ସପ୍ତାହରେ ଦୁଇ ଦିନ ଉଡିବ ବିମାନ । ସିଙ୍ଗାପୁରକୁ ମଙ୍ଗଳବାର ଓ ଶନିବାର ବିମାନ ଯାତ୍ରା କରିବ ।
Advertisment
ସେହିପରି ଭୁବନେଶ୍ୱରରୁ ବ୍ୟାଙ୍କକକୁ ବୁଧବାର ଏବଂ ରବିବାର ବିମାନ ସେବା ରହିଛି । ଇଣ୍ଡିଗୋ ଏୟାରଲାଇନସ ଏହି ରୁଟରେ ଉଡାଣ ସେବା ଯୋଗାଇ ଦେବ । ଆଜିଠାରୁ ଅଗ୍ରୀମ ଟିକଟ ବୁକିଂ ସେବା ଆରମ୍ଭ ହୋଇଛି । କରୋନା ପୂର୍ବରୁ କୁଆଲାଲମପୁର ସେବା ବନ୍ଦ ହୋଇଥିଲା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)