Advertisment

ଦାମ ରାଉତଙ୍କ ପୁଅକୁ ହଟାଇ ପାରାଦୀପରୁ ଲଢ଼ିବେ କି ବିଜେଡି ନେତା ଦେବାଶିଷ ସାମନ୍ତରାୟ?

ପାରାଦୀପ ଆସନ ଉପରେ ଆଖି ରଖିଛନ୍ତି କି ପୂର୍ବତନ ବିଜେଡ଼ି ବିଧାୟକ ଦେବାଶିଷ ସାମନ୍ତରାୟ ? ବରିଷ୍ଠ ନେତା ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ହଟାଇ ଆଗାମୀ ନିର୍ବାଚନରେ ଲଢ଼ିବାକୁ ଆଶାୟୀ ଅଛନ୍ତି କି ଦେବାଶିଷ ?

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Odisha Politics

Former BJD MLA Debashish Samantaray expresses his wish to fight election from Paradip

ପାରାଦୀପ ଆସନ ଉପରେ ଆଖି ରଖିଛନ୍ତି କି ପୂର୍ବତନ ବିଜେଡ଼ି ବିଧାୟକ ଦେବାଶିଷ ସାମନ୍ତରାୟ ? ବରିଷ୍ଠ ନେତା ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ହଟାଇ ଆଗାମୀ ନିର୍ବାଚନରେ ଲଢ଼ିବାକୁ ଆଶାୟୀ ଅଛନ୍ତି କି ଦେବାଶିଷ ? କାରଣ ଶ୍ରମିକ ଦିବସ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବିଧାୟକ ସମ୍ବିତ ରାଉତରାୟଙ୍କ ନାଁ ନେଇନଥିଲେ ବି ଦେବାଶିଷ ତେରଚ୍ଛା ବାଣ ମାରିଛନ୍ତି।

Advertisment

ନିଜ ପ୍ରତି ସ୍ଥାନୀୟ ଜନତାଙ୍କ ସମର୍ଥନ ଓ ଆଶୀର୍ବାଦ ଲୋଡ଼ିବା ସହ ସ୍ଥାନୀୟ ନେତୃତ୍ୱକୁ ଦେବାଶିଷ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ‘ଯେଉଁ ରାଜନୈତିକ ଇଚ୍ଛାଶକ୍ତି ପାରାଦୀପ ଅଞ୍ଚଳରେ ଦରକାର ତାହା ନାହିଁ। ପାରାଦୀପର ବିଜେଡି ଲୋକମାନେ ଇଚ୍ଛା ପ୍ରକାଶ କରନ୍ତୁ। ଏ ଅଞ୍ଚଳକୁ ନେତୃତ୍ୱ ଦେବାରେ ମୁଁ ପଛାଇବି ନାହିଁ। ମୁଁ ବି ଏ ମାଟିର ପୁଅ, ମୁଁ ବି ପୂର୍ବରୁ ବିଧାୟକ ଥିଲି ବୋଲି ଦେବାଶିଷ କହିଛନ୍ତି।’

ସେପଟେ ଦେବାଶିଷଙ୍କ ଏଭଳି ମନ୍ତବ୍ୟ ପରେ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛନ୍ତି ବିଜେଡି ବିଧାୟକ ସମ୍ବିତ ରାଉତରାୟ। ସେ କହିଛନ୍ତି, ‘ଦେବାଶିଷ କଟକରେ କଂଗ୍ରେସ ଭଳି ଦଳର ପ୍ରାର୍ଥୀଙ୍କଠାରୁ ହାରି ପାରାଦୀପକୁ ଆସି ମୁଣ୍ଡ ଖେଳାଇବା ଏବଂ ଏଭଳି ମନ୍ତବ୍ୟ ଦେବା ନିନ୍ଦନୀୟ। ଆଗ ସେ ନିଜ କଥା ଭାବନ୍ତୁ।

Advertisment
Odisha Politics
Advertisment
Advertisment